ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦେଲାନି ଟିକେଟ୍

ରାଜ୍ୟସଭା-ନିର୍ବାଚନ-ପାଇଁ-ପ୍ରାର୍ଥୀ-ଘୋଷଣା-କଲା-ବିଜେପି,-ଦୁଇ-କେନ୍ଦ୍ରମନ୍ତ୍ରୀଙ୍କୁ-ଦେଲାନି-ଟିକେଟ୍

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦେଲାନି ଟିକେଟ୍

ଭାରତୀୟ ଜନତା ପାର୍ଟି ଗୁରୁବାର ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଛଅ ରାଜ୍ୟର ୧୧ ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।

Published By: Ajit – Prameya-News7 Bureau | June 04, 2026 06:53 PM

NEWS7

bjp

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଗୁରୁବାର ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଛଅ ରାଜ୍ୟର ୧୧ ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ରାଜ୍ୟସଭାର ଦ୍ୱିବାର୍ଷିକ ନିର୍ବାଚନ ପାଇଁ ଅରୁଣାଚଳ ପ୍ରଦେଶରୁ ତାଇ ତାଗାକଙ୍କୁ ପ୍ରାର୍ଥୀ କରିଛି । ଗୁଜରାଟରୁ ରାଜୁଭାଇ ଶୁକ୍ଲା, ମୁକେଶଭାଇ ରାଠୱା, ମାନସିଂହ ପରମାର୍, ଜିତେନ୍ଦ୍ର ମେଘଜୀଭାଇ କଞ୍ଜାରିଆଙ୍କୁ ପ୍ରାର୍ଥୀ କରିଛି । ମଧ୍ୟପ୍ରଦେଶରୁ ତରୁଣ ଚୁଗ, ରଜନୀଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି । ସେହିପରି ମଣିପୁରରୁ ଏ.ଶାରଦା ଦେବୀ, ରାଜସ୍ଥାନରୁ ଡ.ଅଲକା ଗୁର୍ଜର ଏବଂ ସତୀଶ ପୁନିଆଙ୍କୁ ପ୍ରାର୍ଥୀ କରିଛି ।

ସେପଟେ ଓଡ଼ିଶାରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି ଦଳ । ଦେବାଶିଷଙ୍କ ଇସ୍ତଫା ପରେ ହିଁ ଏହି ଆସନ ଖାଲି ହୋଇଥିଲା । ସେ ବିଜେଡିରୁ ରାଜ୍ୟସଭା ସାଂସଦ ଥିଲେ ଏବଂ ନିକଟ ଅତୀତରେ ଶଙ୍ଖ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ।

भारतीय जनता पार्टी की केन्द्रीय चुनाव समिति ने विभिन्न प्रदेशों में होने वाले राज्यसभा के द्विवार्षिक चुनाव एवं ओडिशा के उप-चुनाव 2026 हेतु निम्नलिखित नामों पर अपनी स्वीकृति प्रदान की है। pic.twitter.com/SNA6aMsDlC

— BJP (@BJP4India) June 4, 2026

ପ୍ରାର୍ଥୀ ଚୟନରୁ ବଡ଼ ସନ୍ଦେଶ

ଦୁଇ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଏବଂ ଜର୍ଜ କୁରିୟନଙ୍କ ନାଁ ଏହି ତାଲିକାରେ ନାହିଁ । ଦୁହିଁଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍ ୨୧ରେ ଶେଷ ହେଉଛି । ଏହାର ଅର୍ଥ ହେଉଛି ରବନୀତ ସିଂହ ପଞ୍ଜାବ ବିଧାନସଭା ନିର୍ବାଚନ ଲଢିବେ ଏବଂ ମନ୍ତ୍ରିମଣ୍ଡଳରେ ରହିବେ ନାହିଁ । ସେପଟେ ଜର୍ଜ କୁରିୟନ କେରଳ ବିଜେପିର ନେତା । ରାଜ୍ୟ ବିଧାନସଭା ନିର୍ବାଚନକୁ ନଜରରେ ରଖି ରାଜ୍ୟସଭାକୁ ଅଣାଯାଇଥିଲା । ଦୁଇ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ରାଜ୍ୟସଭା ନ ପଠାଯିବା ଅର୍ଥ ହେଉଛି ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ । ଯାହା ଅନୁମାନ କରାଯାଉଛି, ଚଳିତ ମାସ ଶେଷ ସୁଦ୍ଧା କିନ୍ତା ଜୁଲାଇ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିପାରନ୍ତି ।

Scroll to Top