ରାଜ୍ୟସଭା ନିର୍ବାଚନ, ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ନିକଟରେ ବିଜୁ ଜନତା ଦଳ(ବିଜେଡି) ଛାଡ଼ି ବିଜେପିରେ ମିଶିଥିବା ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି ଦଳ। ଦେବାଶିଷ ବିଜେଡି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଆସନ ଖାଲି ପଡ଼ିଥିଲା। ଏହା ସହିତ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।
Published By: Deepak – Prameya-News7 Bureau | June 04, 2026 06:35 PM
NEWS7
ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ନିକଟରେ ବିଜୁ ଜନତା ଦଳ(ବିଜେଡି) ଛାଡ଼ି ବିଜେପିରେ ମିଶିଥିବା ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି ଦଳ। ଦେବାଶିଷ ବିଜେଡି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଆସନ ଖାଲି ପଡ଼ିଥିଲା। ଏହା ସହିତ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଦେବାଶିଷଙ୍କୁ ପ୍ରାର୍ଥୀ କରାଯିବା ନେଇ କେନ୍ଦ୍ରୀୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖନୀୟ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବା ସହ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଏହି ଆସନ ପାଇଁ ଦେବାଶିଷଙ୍କ ସହ ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦୌଡ଼ରେ ଥିବା କୁହାଯାଉଥିଲା। ହେଲେ ପାର୍ଟି ତାର ପୁରୁଣା ଫର୍ମୁଲା ଅନୁସାରେ ଦେବାଶିଷଙ୍କୁ ସଂସଦର ଉଚ୍ଚସଦନ ପାଇଁ ପ୍ରାର୍ଥୀ କରିଛି। ଏହା ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇ ପୁଣି ଥରେ ରାଜ୍ୟସଭା ଯାଇଥିଲେ ମମତା ମହାନ୍ତ। ନିକଟରେ ସୁଜିତ କୁମାର ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।




