କେରଳରେ ନିଶା ତସ୍କରୀ ବିରୋଧରେ ଅଭିଯାନ ଜୋରଦାର, ‘ଅପରେସନ ତୋଫାନରେ’ ଏବେ କଲେଜରେ ବି ହେବ ଚଢ଼ଉ
କେରଳ ସରକାର ଡ୍ରଗସ୍ ନେଟୱାର୍କ ବିରୋଧରେ ‘ଅପରେସନ ତୋଫାନ: ଦି ନାର୍କୋ ହଣ୍ଟ’ ଆରମ୍ଭ କରିଛନ୍ତି। ଅଭିଯାନରେ ପୋଲିସକୁ କଲେଜ କ୍ୟାମ୍ପସ ଓ ହଷ୍ଟେଲରେ ଚଢଉ ଲାଗି ବିଶେଷ କ୍ଷମତା ଦିଆଯାଇଛି। ଚଳିତବର୍ଷ ପ୍ରାରମ୍ଭରେ ମାଲାୟଲମ ଚଳଚିତ୍ର ଅଭିନେତା ଶାଇନ ଟମ ଚାକୋ ଡ୍ରଗସ୍ କେସ୍ ରେ ଗିରଫ ହେବା ପରେ ବେଶ୍ ହଟଚମଟ ସୃଷ୍ଟି ହୋଇଥିଲା।
Published By: Biswanath – Prameya-News7 Bureau | June 04, 2026 03:46 PM
NEWS7
ତିରୁଅନନ୍ତପୁରମ : କେରଳ ସରକାର ଡ୍ରଗସ୍ ନେଟୱାର୍କ ବିରୋଧରେ ‘ଅପରେସନ ତୋଫାନ: ଦି ନାର୍କୋ ହଣ୍ଟ’ ଆରମ୍ଭ କରିଛନ୍ତି। ଅଭିଯାନରେ ପୋଲିସକୁ କଲେଜ କ୍ୟାମ୍ପସ ଓ ହଷ୍ଟେଲରେ ଚଢଉ ଲାଗି ବିଶେଷ କ୍ଷମତା ଦିଆଯାଇଛି। ପୂର୍ବରୁ ଏଥି ପାଇଁ ପ୍ରଶାସନିକ ଅନୁମତି ନିମନ୍ତେ ବିଳମ୍ବ ହେଉଥିଲା। ଡ୍ରଗନେଟୱାର୍କ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି, ଏଣୁ ସ୍କୁଲ, କଲେଜ ଓ ଛାତ୍ରାବାସ ଏବେ ମୁଖ୍ୟ ଫୋକସରେ ରହିଛି।
ଚଳିତବର୍ଷ ପ୍ରାରମ୍ଭରେ ମାଲାୟଲମ ଚଳଚିତ୍ର ଅଭିନେତା ଶାଇନ ଟମ ଚାକୋ ଡ୍ରଗସ୍ କେସ୍ ରେ ଗିରଫ ହେବା ପରେ ବେଶ୍ ହଟଚମଟ ସୃଷ୍ଟି ହୋଇଥିଲା। ୨୦୨୫ରେ ରାଜ୍ୟରେ ଏନଡିପିଏସ୍ ଆକ୍ଟରେ ୩୬,୩୧୪ଟି ମାମଲା ରୁଜୁ ହୋଇଥିଲା। ତେବେ ଏହା ପୂର୍ବ ବର୍ଷ ଅର୍ଥାତ ୨୦୨୪ ମସିହାରେ ଏହି ମାମଲା ସଂଖ୍ୟା ୨୭,୫୩୦ରେ ସୀମିତ ଥିଲା। ଅର୍ଥତ ବର୍ଷକରେ ମାମଲା ସଂଖ୍ୟାରେ ୩୨% ବୃଦ୍ଧି ହୋଇଛି। ୨୦୨୩ରେ ମଧ୍ୟ କେରଳ ଦେଶର ସବୁଠୁ ଅଧିକ ଏନଡିପିଏସ୍ ମାମଲାର ରାଜ୍ୟ ଥିଲା। ମାମଲା ଯାଞ୍ଚରେ ବେଙ୍ଗାଲୁରୁ ଏକ ବଡ଼ ଟ୍ରାଞ୍ଜିଟ ହବ ଭାବେ ଏବେ ସାମ୍ନାକୁ ଆସିଛି।
କେବଳ ବେଙ୍ଗାଲୁରୁ ନୁହେଁ ଚେନ୍ନାଇ ମଧ୍ୟ ଯାଞ୍ଚ ଏଜେନ୍ସୀଙ୍କ ରାଡାରରେ ରହିଛି। ସୋସିଆଲ ମିଡିଆରେ ଡ୍ରଗ ତସ୍କରଙ୍କ ପହଞ୍ଚକୁ ନଜରରେ ରଖି ବିଶେଷ ସାଇବର ପାଟ୍ରୋଲ ୟୁନିଟ୍ ମଧ୍ୟ ଗଢ଼ା ଯାଇଛି, ଯାହା ସୋସିଆଲ ମିଡିଆ ଆଧାରିତ ଡ୍ରଗ ନେଟୱାର୍କ ଉପରେ ନଜର ରଖିଛି। ତେବେ ରାଜ୍ୟର ଭୌଗଳିକ ଗଠନ ଡ୍ରଗସ୍ ଧରପକଡ଼ ଚ୍ୟାଲେଞ୍ଜକୁ ଆହୁରି କଠିନ କରିଛି। କେରଳର ବିସ୍ତୃତ ଉପକୂଳ, ଏକାଧିକ ଫିସିଂ ହାର୍ବର, ବ୍ୟସ୍ତତମ ହାଇ-ୱେ ସାଙ୍ଗକୁ ୪ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଟ୍ରାଫିକରଙ୍କ ଲାଗି ମୁଖ୍ୟ ଏଣ୍ଟ୍ରି ପଏଣ୍ଟ ପାଲଟିଛି। ଏଣୁ ସିକ୍ୟୁରିଟି ଏଜେନ୍ସୀମାନେ ଅପରାଧୀ ରାଜ୍ୟକୁ ନାରକୋଟିକ୍ସ ପହଞ୍ଚାଇବା ପାଇଁ ଭୂ-ଭାଗ ଓ ସମୁଦ୍ର ଉଭୟ ରାସ୍ତା ଅବଲମ୍ବନ କରୁଥିବା ସତର୍କ କରିଛିନ୍ତି।




