କର୍ଣ୍ଣାଟକ CM ହେବା ପରେ Studentଙ୍କୁ ଶିବକୁମାରଙ୍କ ବଡ଼ ଉପହାର, ବସ୍ ରେ କରିପାରିବେ ମାଗଣା ଯାତ୍ରା, ଜାରି ହେବ ପାସ୍

କର୍ଣ୍ଣାଟକ-cm-ହେବା-ପରେ-studentଙ୍କୁ-ଶିବକୁମାରଙ୍କ-ବଡ଼-ଉପହାର,-ବସ୍-ରେ-କରିପାରିବେ-ମାଗଣା-ଯାତ୍ରା,-ଜାରି-ହେବ-ପାସ୍

କର୍ଣ୍ଣାଟକରେ ଶିବକୁମାରଙ୍କ ଯୁଗ ଆରମ୍ଭ ହୋଇଛି। ଶିବକୁମାର ଦାୟିତ୍ୱଗ୍ରହଣ କରିବା ପରେ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରା ପାଇଁ ପାସ୍ ଦିଆଯିବ ବୋଲି ଘୋଷଣା କରିଛନ୍ତି।ଏହି ଯୋଜନାରେ ଉଭୟ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ସାମିଲ ହେବେ ବୋଲି କୁହାଯାଇଛି।

Published By: Biswanath – Prameya-News7 Bureau | June 03, 2026 09:58 PM

NEWS7

Shib Kumar

ବେଙ୍ଗାଲୁରୁ: କର୍ଣ୍ଣାଟକ ନୂଆ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ବୁଧବାର ଦାୟିତ୍ୱଗ୍ରହଣ କରିବା ପରେ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରା ପାଇଁ ପାସ୍ ଦିଆଯିବ ବୋଲି ଘୋଷଣା କରିଛନ୍ତି। ସରକାରଙ୍କ ଏହି ଯୋଜନାରେ ଉଭୟ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ସାମିଲ ହେବେ ବୋଲି କୁହାଯାଇଛି। ଶିବକୁମାର ତାଙ୍କର ପ୍ରଥମ କ୍ୟାବିନେଟ୍ ବ୍ରିଫିଙ୍ଗରେ ଏହି ଘୋଷଣା କରିଥିବା ବେଳେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ମାଗଣା ପରିବହନ କେବଳ ଝିଅ ଓ ମହିଳାଙ୍କ ପାଇଁ ସୀମିତ କାହିଁକି ବୋଲି ପ୍ରଶ୍ନ ହେଉଥିଲା। ଏଣୁ ଏହାକୁ ସମ୍ପ୍ରସାରଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେବେ ଏହି ଯୋଜନା ଆରମ୍ଭ ହେବ ଛାତ୍ରଛାତ୍ରୀଙ୍କୁ ବସ୍ ପାସ୍ ପାଇଁ ଆବେଦନ କରିବାକୁ ପଡିବ। ଶିବକୁମାର କହିଛନ୍ତି ଯେ ଏହା ଯୁବକମାନଙ୍କ ସମୟ। ଛାତ୍ର ପଚାରୁଥିଲେ ମାଗଣା ବସ୍ ପରିବହନ କେବଳ ଛାତ୍ରୀଙ୍କ ପାଇଁ କାହିଁକି? ତେବେ ଆମେ ସବୁ ଛାତ୍ରଛାତ୍ରୀଙ୍କୁ ବିନା କୌଣସି ଶୁଳ୍କରେ ବସ୍ ପରିବହନ ଯୋଗାଇ ଦେବୁ। ସବୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ ପାସ୍ ମାଗଣା ଯୋଗାଇ ଦିଆଯିବ। ଏହା ଡି.କେ.ଶିବକୁମାରଙ୍କ ମନ୍ତ୍ରୀମଣ୍ଡଳର ପ୍ରଥମ ନିଷ୍ପତ୍ତି ବୋଲି ସେ କହିଛନ୍ତି।

ତେବେ ଛାତ୍ରଙ୍କୁ ଏଥି ପାଇଁ ଆବେଦନ କରିବାକୁ ପଡିବ ଓ ଏ ନେଇ ଆମେ ଟ୍ରାନସପୋର୍ଟ ଡିପାର୍ଟମେଣ୍ଟ ସହ କଥା ହେବୁ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଲାଗି ନିଶୁଳ୍କ ପରିବହନ ନିମନ୍ତେ ସରକାର ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ସହିତ ପରାମର୍ଶ କରିବେ। ଏହି ଯୋଜନା ଲାଗୁ କରିବାର ଉପାୟ ନିର୍ଦ୍ଧାରଣ କରାଯିବ ଓ ଯେବେ ଏହି ଯୋଜନା ରାଜ୍ୟରେ ଔପଚାରିକ ରୂପେ ଆରମ୍ଭ ହେବ ଏଥି ପାଇଁ ସ୍କୁଲରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ  ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ପାସ୍ ପାଇଁ ଆବେଦନ କରିବାକୁ ପଡିବ। ଉଲ୍ଲେଖଯୋଗ୍ୟ ଯେ ଡି.କେ. ଶିବକୁମାରଙ୍କ ନେତୃତ୍ୱରେ ବୁଧବାର କର୍ଣ୍ଣାଟକର ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଛି। ଏହା ସହିତ ରାଜ୍ୟରେ ଶିବକୁମାରଙ୍କ ଯୁଗ ଆରମ୍ଭ ହୋଇଛି।  

Also Read..କର୍ଣ୍ଣାଟକରେ ଆଜିଠୁ ‘ଡିକେ ରାଜ’, ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେ ଡିକେ ଶିବକୁମାର

Scroll to Top