ଇନକମ ଟ୍ୟାକ୍ସ ଅଫିସରକୁ ମାଡ଼ି ବସିଲା ସିବିଆଇ, ଡୁପ୍ଲିକେଟ ପାନ୍ କାର୍ଡ ବାତିଲ କରିଦେବା ପାଇଁ ନେଉଥିଲେ ଲାଞ୍ଚ
Published By: Chikun – Prameya-News7 Bureau | June 03, 2026 10:22 PM
NEWS7
ଭଦ୍ରକ: ଲାଞ୍ଚ ନେବା ବେଳେ ଇନକମ ଟ୍ୟାକ୍ସ ଅଫିସରକୁ ମାଡ଼ି ବସିଲା ସିବିଆଇ। ଭୁବନେଶ୍ୱର ସିବିଆଇ ଟିମ ହାତରେ ଲାଞ୍ଚୁଆ ଇନକମ ଟ୍ୟାକ୍ସ ଅଫିସର I ଏହି ଲାଞ୍ଚୁଆ ଅଫିସର ହେଉଛନ୍ତି ଭଦ୍ରକ ଆୟକର ବିଭାଗ କାର୍ଯ୍ୟାଳୟର ଅଫିସ ସୁପରିଣ୍ଟେଣ୍ଡେଣ୍ଟ ରମେଶ କୁମାର ମହାନ୍ତି।
ଅଭିଯୋଗ ହୋଇଛି ଏକ ଡୁପ୍ଲିକେଟ୍ (ନକଲି) ପ୍ୟାନ୍ କାର୍ଡକୁ ବାତିଲ୍/ଡିଲିଟ୍ କରିବା ପାଇଁ ୫,୦୦୦/- ଟଙ୍କା ଲାଞ୍ଚ ଦାବି କରିଥିଲେ ଇନକମ ଟ୍ୟାକ୍ସ ଅଫିସର। ଆଉ ଏହିକ୍ରମରେ ବୁଧବାର ରେଡ କରି ଅଭିଯୋଗକାରୀଙ୍କଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରମେଶ କୁମାର ମହାନ୍ତିଙ୍କୁ ସିବିଆଇ ଟିମ୍ ଗିରଫ କରିଥିଲା।
ବର୍ତ୍ତମାନ ରମେଶ କୁମାର ମହାନ୍ତିଙ୍କ ବିରୋଧରେ ମାମଲା ନମ୍ବର RC 04(A)/2026-BBS ରୁଜୁ କରାଯାଇଛି। ତଦନ୍ତ ସମୟରେ, ରମେଶ କୁମାର ମହାନ୍ତି ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିବାକୁ ସହମତି ପ୍ରକାଶ କରିଥିଲେ। ତେବେ ମାମଲାରେ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ସିବିଆଇ।




