ଫେସବୁକ୍ ଓ ଗୁଗୁଲକୁ ଲେଖାଯାଇଛି ଚିଠି, ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ

ଫେସବୁକ୍-ଓ-ଗୁଗୁଲକୁ-ଲେଖାଯାଇଛି-ଚିଠି,-ଆଇନ-ଅନୁଯାୟୀ-ନିଆଯିବ-କାର୍ଯ୍ୟାନୁଷ୍ଠାନ

ଫେସବୁକ୍ ଓ ଗୁଗୁଲକୁ ଲେଖାଯାଇଛି ଚିଠି, ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | August 19, 2025 IST

ପୁରୀ ୧୯।୮: ବଳଙ୍ଗା ପୀଡିତାଙ୍କ ବୟାନ ଭିଡିଓ ଭାଇରାଲକୁ ନେଇ ପୁରୀ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସ୍‌ପି ପିନାକ ମିଶ୍ର । ବଳଙ୍ଗା ପୀଡିତାଙ୍କ ବୟାନ‌ ରେକର୍ଡ ସମୟର ଯିଏ ଏହି ଭିଡିଓ ଭାଇରାଲ୍ କରିଛନ୍ତି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଜୁଭେନାଇଲ୍ କୋର୍ଟ ଆଧାରରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସେଥିପାଇଁ ଫେସବୁକ ଓ ଗୁଗୁଲକୁ ଚିଠି ଲେଖାଯାଇଛି । ସୋସିଆଲ ମିଡିଆର ସୋର୍ସ ଆସିବା ପରେ ସେହି ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ରହିଛି ଯେ, କୌଣସି ନାବାଳିକା ବା ନାବାଳକର ଫଟୋ ଭାଇରାଲ ହୋଇପାରିବ ନାହିଁ । ତେଣୁ ଏଭଳି ସମ୍ବେଦନଶୀଳ ଘଟଣାରେ ସାଇବର କ୍ରାଇମ୍ ବିଭାଗକୁ ଦାୟିତ୍ବ ଦିଆଯାଇଛି ବୋଲି ପୁରୀ ଏସ୍‌ପି କହିଛନ୍ତି । 

ସୋସିଆଲ ମିଡିଆରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ସମୟର ଏକ ଭିଡିଓ ଭାଇରାଲ ହୋଇଥିଲା । ଉକ୍ତ ଭିଡିଓଟି ଭୁବନେଶ୍ୱର ଏମ୍ସରେ ପୀଡ଼ିତାଙ୍କ ଚିକିତ୍ସା ସମୟର । ତେବେ ଘଟଣାର ତଦନ୍ତ ଏବେ ଶେଷ ହୋଇଛି ଓ ସମସ୍ତ ତଥ୍ୟ ପ୍ରମାଣ ଖୁବଶୀଘ୍ର କୋର୍ଟରେ ପ୍ରଦାନ କରାଯିବ । ପୀଡ଼ିତା ନାବାଳିକାଙ୍କ ଭିଡ଼ିଓ‌ କିଏ ଏବଂ କାହିଁକି ଭାଇରାଲ୍ କଲେ ତାର ଅନୁସନ୍ଧାନ ଆରମ୍ଭ ହୋଇଛି । ସାଇବର ଟିମ୍ ଏବଂ କ୍ରାଇମବ୍ରାଞ୍ଚର ସହଯୋଗରେ ଭାଇରାଲ୍ ଭିଡିଓ ଘଟଣାର ତଦନ୍ତ ଚାଲିଛି ବୋଲି ପୁରୀ ଏସ୍‌ପି କହିଛନ୍ତି ।

You Can Read:

ମୃତ ବ୍ୟକ୍ତିଙ୍କ ନାଁରେ ବିଲ୍ ବକେୟା ଥିଲେ ତାଙ୍କ ପରପିଢ଼ିଙ୍କୁ ରିହାତି ଦିଆଯାଇ ବିଦ୍ୟୁତ ସଂଯୋଗ କରାଯିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top