ମୃତ ବ୍ୟକ୍ତିଙ୍କ ନାଁରେ ବିଲ୍ ବକେୟା ଥିଲେ ତାଙ୍କ ପରପିଢ଼ିଙ୍କୁ ରିହାତି ଦିଆଯାଇ ବିଦ୍ୟୁତ ସଂଯୋଗ କରାଯିବ

ମୃତ-ବ୍ୟକ୍ତିଙ୍କ-ନାଁରେ-ବିଲ୍-ବକେୟା-ଥିଲେ-ତାଙ୍କ-ପରପିଢ଼ିଙ୍କୁ-ରିହାତି-ଦିଆଯାଇ-ବିଦ୍ୟୁତ-ସଂଯୋଗ-କରାଯିବ

ମୃତ ବ୍ୟକ୍ତିଙ୍କ ନାଁରେ ବିଲ୍ ବକେୟା ଥିଲେ ତାଙ୍କ ପରପିଢ଼ିଙ୍କୁ ରିହାତି ଦିଆଯାଇ ବିଦ୍ୟୁତ ସଂଯୋଗ କରାଯିବ

Published By : Prameya-News7 Bureau | August 19, 2025 IST

ଭୁବନେଶ୍ବର ୧୯।୮: ଶକ୍ତି ବିଭାଗର ଗୃହ କମିଟି ବୈଠକରେ ବିଦ୍ୟୁତ ବିଲ୍ ଓ ସ୍ମାର୍ଟ ମିଟରକୁ ନେଇ ଉଦବେଗ । ତାପଜ ବିଦ୍ୟୁତ ଅପେକ୍ଷା ଜଳ ବିଦ୍ୟୁତ, ସୌର ବିଦ୍ୟୁତ ଏବଂ ପବନ ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିବା ପାଇଁ ଶକ୍ତି ବିଭାଗକୁ ସୁପାରିଶ । ଅଧିକ ତାପଜ ବିଦ୍ୟୁତ ଉତ୍ପାଦନ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଗ୍ରୀନ୍ ଏନର୍ଜିକୁ ବୃଦ୍ଧି କରିବାକୁ କୁହାଯାଇଛି । ସବୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବାକୁ ଶକ୍ତି ବିଭାଗକୁ ସୁପାରିଶ କରିଛି କମିଟି । 

ସେହିପରି ମୃତ ବ୍ୟକ୍ତିଙ୍କ ନାମରେ ବିଦ୍ୟୁତ ବିଲ୍ ବକେୟା ଥିଲେ ଏବଂ ତାଙ୍କ ପର ପିଢ଼ି ଭିନ୍ନ ଭିନ୍ନ ଘର କରିଥିଲେ ସେମାନଙ୍କୁ ରିହାତି ଦିଆଯାଇ ବିଦ୍ୟୁତ ସଂଯୋଗ କରାଯିବ ବୋଲି ପରାମର୍ଶ ଦିଆଯାଇଛି । ଏହାସହ ଡ଼ିଫେକଟିଭ ସ୍ମାର୍ଟ ମିଟର ଓ ପାୱାର କଟ୍ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି । ସେଥିପାଇଁ ଶକ୍ତି ବିଭଗର ଷ୍ଟାଣ୍ଡିଂ କମିଟି ଶକ୍ତି ବିଭାଗକୁ ରିପୋର୍ଟ ମଗାଯାଇଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ।

You Can Read:

କଂଗ୍ରେସର ବାରମ୍ବାର ଆନ୍ଦୋଳନ ପରେ ବି ସରକାର ହେଜୁ ନାହାନ୍ତି, ଏସ୍ପିଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top