NAC ଘୋଷଣାରୁ ବାଦ ଦେବା ପ୍ରତିବାଦ, ୮ ଘଣ୍ଟିଆ ସାଲେପୁର ବନ୍ଦ

nac-ଘୋଷଣାରୁ-ବାଦ-ଦେବା-ପ୍ରତିବାଦ,-୮-ଘଣ୍ଟିଆ-ସାଲେପୁର-ବନ୍ଦ

Published By : Prameya-News7 Bureau | August 19, 2025 IST

ସାଲେପୁର ୧୯/୦୮: ସାଲେପୁରକୁ NAC ଘୋଷଣାରୁ ବାଦ ଦେବା ପ୍ରତିବାଦ । ଆଜି ୮ ଘଣ୍ଟିଆ ସାଲେପୁର ବନ୍ଦ ଡାକରା । ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ଆଜି ସାଲେପୁର ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦେଇଛି ଦଳ । 

ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ସାଲେପୁର କୁଆଁପାଳ ଛକରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଛି । ରାଜ୍ୟ ସରକାରଙ୍କ ବିରୋଧରେ ବିଧାୟକଙ୍କ ସହ ବହୁ କର୍ମୀ ଓ ସାଧାରାଣ ଲୋକମଧ୍ୟ ଏହି ବନ୍ଦରେ ସାମିଲ ହୋଇ ନାରାବାଜି କରୁଛନ୍ତି । ଗାଡି ମଟର , ଦୋକାନ ବଜାର ବନ୍ଦ ସହ ବହୁ ସ୍କୁଲ କଲେଜ ମଧ୍ୟ ସଂଗଠନ ପକ୍ଷରୁ ବନ୍ଦ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top