ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ବୈଠକ ପରେ ଟ୍ରମ୍ପ କହିଲେ, ଶାନ୍ତି ପାଇଁ ନୂଆ ଆଶା ସୃଷ୍ଟି

ୟୁକ୍ରେନ-ରାଷ୍ଟ୍ରପତିଙ୍କ-ସହ-ବୈଠକ-ପରେ-ଟ୍ରମ୍ପ-କହିଲେ,-ଶାନ୍ତି-ପାଇଁ-ନୂଆ-ଆଶା-ସୃଷ୍ଟି

ନୂଆଦିଲ୍ଲୀ ୧୯/୦୮: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ହ୍ବାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧର ଅବସାନ ନେଇ ଉଭୟ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି। ଆଲୋଚନା ବେଳେ ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ, ଇଟାଲୀ ଓ ଫିନଲାଣ୍ଡର ନେତାଙ୍କ ସମେତ ନାଟୋ ଓ ଇୟୁ ମୁଖ୍ୟମାନେ ଉପସ୍ଥିତ ଥିଲେ । 

ଜେଲେନସ୍କିଙ୍କ ସହ ଆଲୋଚନା ପରେ ଟ୍ରମ୍ପ ୟୁରୋପୀୟ ୟ ନେତାମାନଙ୍କ ସହ କ ଥାବାର୍ତ୍ତା କରିଛନ୍ତି। ଏହା ପରେ ରୁଷ ରାଷ୍ଟ୍ରପତିପୁଟିନଙ୍କ ସହ କଥା ହେବେ ବୋଲି କହିଛନ୍ତି ଟ୍ରମ୍ପ । ଜେଲେନସ୍କି ଓ ଅନ୍ୟ ୟୁରୋପୀୟ ନେତାଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧର ଅବସାନ ଘଟାଇବା ଅତି ସହଜ ବୋଲି ସେ ଭାବୁଥିଲେ। କିନ୍ତୁ ବହୁତ କଷ୍ଟକର ଲାଗୁଛି। 

ତେବେ ଜେଲେନସ୍କି ଚାହିଁଲେ ଯୁଦ୍ଧ ତୁରନ୍ତ ବନ୍ଦ ହୋଇପାରିବ। ଜେଲେନସ୍କି କହିଥିଲେ ସେ ଯୁଦ୍ଧ ବନ୍ଦ କରିବା ନେଇ ପୁଟିନଙ୍କ ସହ ଆଲୋଚନା ଲାଗି ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସେ କୂଟନୈତିକ ରାସ୍ତା ଗ୍ରହଣ କରିବାକୁ ଚାହାନ୍ତି। ଆମେରିକ କା ଓ ରୁଷ ସହିତ ସେ ତ୍ରିପାକ୍ଷିକ ବୈଠକ କରିବାକୁ ଚାହାନ୍ତି। 

ସେ କହିଛନ୍ତି ୟୁକ୍ରେନକୁ ପ୍ରତିଦିନ ରୁଷ ଆକ୍ରମଣର ସାମ୍ ନା କରିବାକୁ ପଡୁଛି। ଆମକୁ ଯୁଦ୍ଧ ରୋକିବାକୁ ହେବ । ରୁଷକୁ ରୋକିବାକୁ ହେବ। ଶାନ୍ତି ପାଇଁ ସୁରକ୍ଷା ଆବଶ୍ୟକ। ସେଥିପାଇଁ ସେ ଆମେରିକା ଓ ୟୁରୋପୀୟ ସାଥୀଙ୍କ ସହଯୋଗ ଚାହୁଁଛନ୍ତି। କିନ୍ତୁ କୌଣସି ପରିସ୍ଥିତିରେ ନିଜ ଭୂମି ଅଦଳବଦଳ କରିବେ ନାହିଁ ବୋଲି ଜେଲେନସ୍କି ସ୍ପଷ୍ଟ ଭାବରେ କହିଛନ୍ତି । 

Scroll to Top