ସମ୍ବଲପୁର ଧନୁପାଲିରେ ଏନ୍କାଉଣ୍ଟର, ହତ୍ୟା ଅଭିଯୁକ୍ତକୁ ପୋଲିସର ଗୁଳିମାଡ଼
Published By : Prameya-News7 Bureau | August 19, 2025 IST

ସମ୍ବଲପୁର ୧୯।୦୮ : ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଏନକାଉଣ୍ଟର । କୁଖ୍ଯାତ ଅପରାଧୀ ମହମଦ ସାମଦକୁ ଏନକାଉଣ୍ଟର କଲା ଧନୁପାଲି ପୋଲିସ । ସାମଦର ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ସାମଦକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଆସୱାକ୍ ଖାନ ନାମ ଜଣେ ବ୍ୟକ୍ତିଙ୍କୁ ସାମଦ ଓ ତାର ଭାଇ ଓ୍ବାସିମ ଛୁରାମାଡ କରି ହତ୍ଯା କରିଥିଲେ | ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ସେମାନେ ଗୁଳିଚାଳନା କରିଥିଲେ । ପୋଲିସର ପାଲଟା ଗୁଳିରେ ଆହତ ହୋଇଛି ସାମଦ । ତାର ଭାଇ ଓ୍ବାସିମ ଫେରାର ଅଛି । ଘଟଣାସ୍ଥଳରୁ ପୋଲିସ ଗୋଟିଏ ପିସ୍ତଲ, ୩ଟି ଖୋକା ଓ ଗୋଟିଏ ବାଇକ ଜବତ କରିଛି । ଏନକାଉଣ୍ଟର ପରେ ଆହତ ଅଭିଯୁକ୍ତକୁ ଭୀମସାରରେ ଭର୍ତ୍ତି କରାଯାଇଛି।
ସମ୍ବନ୍ଧିତ ଖବର







