ପାଠ ନପଢ଼ାଇ ଦେଖୁଥିଲେ ମୋବାଇଲ, ଆଶ୍ରମ ସ୍କୁଲର ୪ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍
Published By: Ruby – Prameya-News7 Bureau | April 19, 2026 01:33 PM
NEWS7
ଯାଜପୁର ୧୯।୪: ଦଶରଥପୁର ଯଇନ୍ତରା ଆଶ୍ରମ ବିଦ୍ୟାଳୟର ୪ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ସରକାରୀ କାର୍ଯ୍ୟରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କଲା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ । କାରଣ ଦର୍ଶାଅ ନୋଟିସର ତିନି ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ । ବିଦ୍ୟାଳୟରେ ପିଲାଙ୍କୁ ପାଠ ନପଢ଼ାଇ ମୋବାଇଲ ଦେଖିବା , ପିଲାଙ୍କୁ ଠିକ୍ ଠାକ୍ ରେ ଖାଇବାକୁ ନଦେବା ସହ ଠିକ୍ ଟାଇମ୍ କାର୍ଯ୍ୟ ନକରିବା ଅଭିଯୋଗ ଆସିବା ପରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସମାଜ କଲ୍ୟାଣ ଅଧିକାରୀ । ଯଦି ତିନି ଦିନ ମଧ୍ୟରେ ଏହାର ଉତ୍ତର ନ ଦେଇପାରନ୍ତି ତେବେ ଗୋଟିଏ ଦିନର ଦରମା ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା ।




