ପ୍ରବଳ ବର୍ଷା ଓ ବନ୍ୟାର ତାଣ୍ଡବ; ଗଲାଣି ୧୯ ଜଣକ ଜୀବନ, ବାସହରା ହେଲେଣି ହଜାର ହଜାର ଲୋକ

ପ୍ରବଳ-ବର୍ଷା-ଓ-ବନ୍ୟାର-ତାଣ୍ଡବ;-ଗଲାଣି-୧୯-ଜଣକ-ଜୀବନ,-ବାସହରା-ହେଲେଣି-ହଜାର-ହଜାର-ଲୋକ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁ ଉପୁଜିଥିବା ବନ୍ୟାରେ ୧୯ ଜଣକ ମୃତ୍ୟୁ। ସେହିଭଳି ହଜାର ହଜାର ଲୋକେ ହୋଇଛନ୍ତି ବାସହରା। ଡୋମିନିକାନ ରିପବ୍ଲିକ୍ ଏବଂ ହାଇତିରେ ପ୍ରବଳ ବର୍ଷା ଯୋଗୁ ଏବେ ଉପୁଜିଛି ବନ୍ୟା ପରିସ୍ଥିତି।

ସୂଚନା ଅନୁସାରେ, ଏପ୍ରିଲ ୭ ତାରିଖରରୁ ଏଠାରେ ବର୍ଷା ଲାଗି ରହିଛି। ଅବଶ୍ୟ ଗତ କିଛି ଘଣ୍ଟା ମଧ୍ୟରେ ବର୍ଷାର ତୀବ୍ରତା ହ୍ରାସ ପାଇଛି। ତଥାପି ପାଣିପାଗ ବିଭାଗ ଅଧିକ ବର୍ଷା ପାଇଁ ଚେତାବନୀ ଜାରି କରିଛି। ଏମିତିରେ ଅଧିକାରୀ ସତର୍କ ଅଛନ୍ତି। ମଙ୍ଗଳବାର ହାଇତି ନାଗରିକ ସୁରକ୍ଷା ଏଜେନ୍ସୀ ୧୨ ଜଣକ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି।ସେହିଭଳି ଡୋମିନିକାନ ରିପବ୍ଲିକ୍ ମଧ୍ୟ ୭ ଜଣକ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି।

ଅଧିକାରୀ କହିଛନ୍ତି ଡୋମିନିକାନ ରିପବ୍ଲିକର ପ୍ରାୟ ୩୦,୫୦୦ ଲୋକଙ୍କୁ ବାସହରା ହେବାକୁ ପଡ଼ିଛି। ୬୫୦୦ ଘର ନଷ୍ଟ ହୋଇଛି। ପ୍ରବଳ ବର୍ଷା ଯୋଗୁ ସ୍କୁଲ ବନ୍ଦ କରାଯାଇଛି, ଅଫିସ୍ ସମୟକୁ ହ୍ରାସ କରାଯାଇଛି ଏବଂ ରାଜଧାନୀ ସାଣ୍ଟୋ ଡୋମିଙ୍ଗେରେ ଶକ୍ତି ସଙ୍କଟ ଉପୁଜିଛି। ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଆଗକୁ ଆହୁରି ବର୍ଷା ହୋଇପାରେ।

Also Read: ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଦାବି ! ବାସ ଅନୁପଯୋଗୀ ହେବ ପୃଥିବୀ, ଗୋଟିଏ ଦେଶରେ ତିଷ୍ଠିବ ଜୀବଜଗତ

ଏହା ପୂର୍ବରୁ ସୋମବାର ଡୋମିନିକାନ ଅଧିକାରୀ କହିଥିଲେ ଯେ, ୩୦ ହଜାର ଲୋକଙ୍କୁ ଘରୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଥିଲା। ଆମେରିକାର ପୁଏର୍ଟୋ ରିକୋ ଅଞ୍ଚଳର ଅଧିକାରୀମାନେ ବାସିନ୍ଦାଙ୍କୁ ବନ୍ୟା ହାଇୱେକୁ ଏଡାଇବାକୁ କହିଥିଲେ କାରଣ ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ରହିଛି।

Scroll to Top