Published By: abinash – Prameya-News7 Bureau | April 16, 2026 04:15 PM
NEWS7

You Tube Shorts Time Limit: ସୋସିଆଲ୍ ମିଡିଆରୁ ସ୍କ୍ରିନ ଅନ ଟାଇମ ହ୍ରାସ କରିବା ପାଇଁ ୟୁଟ୍ୟୁବ (YouTube)“ଟାଇମ ମ୍ୟାନେଜମେଣ୍ଟ” ନାମକ ଏକ ନୂଆ ଫିଚର୍ସ ଆଣିଛି। ଏହାଦ୍ୱାରା ଆପଣ ବର୍ତ୍ତମାନ ୟୁଟ୍ୟୁବ ଆପ୍ରେଶର୍ଟଦେଖିବାର ସମୟ ସୀମାକୁ ଜିରୋରୁ ସେଟ୍ କରିପାରିବେ। ଏଥିରେ ଶର୍ଟ୍ସ ଫିଡ୍ ସମ୍ପୂର୍ଣ୍ଣ ହଟିଯିବ। ସ୍କ୍ରିନ ଅନ୍ ଟାଇମକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ୟୁଟ୍ୟୁବ୍ ଏହି ନୂଆ ଫିଚର୍ସକୁ ଯୋଡ଼ିଛି।
YouTube ଗତ ବର୍ଷ ଅକ୍ଟୋବରରେ Shorts ପାଇଁ ଏକ ଟାଇମର୍ ଫିଚର୍ ଆରମ୍ଭ କରିଥିଲା।ଯାହାର ସର୍ବନିମ୍ନ ସମୟ ସୀମା ୧୫ ମିନିଟ୍ ଥିଲା। ଜାନୁଆରୀରେ,ଏହି ଫିଚରକୁ ଆଉ ଟିକେ ମଜଭୁତ କରି “ଜିରୋ ମିନିଟ” ଅପସନ ଦେଇଛି। ଯାହା ଦ୍ୱାରା ଅଭିଭାବକମାନେ ପିଲାମାନଙ୍କ ସ୍କ୍ରିନ୍ ଟାଇମ୍ ଉପରେ ନିୟନ୍ତ୍ରଣ କରିପାରିବେ।ଏହିଅପସନ ସମସ୍ତ ପ୍ୟାରେଣ୍ଟ ଆକାଉଣ୍ଟ ପାଇଁ ଲାଇଭ ହୋଇଯାଇଛି। ସାମାନ୍ୟ ଓ ଆଡଲ୍ଟ ଆକାଉଣ୍ଟଗୁଡ଼ିକରେ ମଧ୍ୟ ଏହା ଲାଗୁ ହେବ ବୋଲି ୟୁଟ୍ୟୁବ୍ ପ୍ରବକ୍ତା ମ୍ୟାକେଞ୍ଜୀ ସ୍ପିଲର କହିଛନ୍ତି।
ହଟିବ ଶର୍ଟ ସଜେସନ
ୟୁଜର ଜିରୋ ମିନିଟ ଅପସନ ବାଛିବା ପରେ ଶର୍ଟ ଟ୍ୟାବ୍ ଉପରେ ଆଉ କୌଣସି ଭିଡିଓ ଦେଖାଯିବ ନାହିଁ। କେବଳ ଏକ ନୋଟିଫିକିସେନ ଦେଖିବାକୁ ମିଳିବ, ଯେଉଁଥିରେ ଆପଣ ଆପଣଙ୍କର ଶର୍ଟ ଫିଡ୍ ଲିମିଟ ପୂରା କରି ସାରିଛନ୍ତି ବୋଲି ଲେଖାଯିବ।ଲିମିଟ ଶେଟ୍ କରିବା ପରେ ହୋମ ସ୍କ୍ରିନରୁ ବି ଶର୍ଟ୍ସର ସଜେସନ ହଟିଯିବ।
Also Read- ରାତାରାତି ୟୁଜର୍ସଙ୍କୁ ଝଟକା ଦେଲା YouTube ! ପ୍ରିମିୟମ୍ ପ୍ଲାନର ରେଟ୍ ବଢାଇଲା, ଜାଣନ୍ତୁ ନୂଆ ମୂଲ୍ୟ କେତେ




