Meerut:ସୀମା ଟପିଲେ ଟୋଲ କର୍ମଚାରୀ, ଆର୍ମି ଯବାନଙ୍କୁ ନିର୍ମମ ଭାବେ ପିଟିଲେ…ଭିଡିଓ ଭାଇରାଲ୍‌

meerut:ସୀମା-ଟପିଲେ-ଟୋଲ-କର୍ମଚାରୀ,-ଆର୍ମି-ଯବାନଙ୍କୁ-ନିର୍ମମ-ଭାବେ-ପିଟିଲେ…ଭିଡିଓ-ଭାଇରାଲ୍‌

ଉତ୍ତର ପ୍ରଦେଶର ମୀରଟ ସ୍ଥିତ ଗୋଟିଏ ଟୋଲ ବୁଥରେ ଏପରି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ଭାରତୀୟ ସେନାର ରାଜପୁତି ରେଜିମେଣ୍ଟରେ କାମ କରୁଥିବା କପିଲ କାଭାଡ ଛୁଟି କାଟିବାକୁ ଘରକୁ ଆସିଥିଲେ।

ଦେଶର ସୁରକ୍ଷା କରୁଥିବା ଆର୍ମି ଯବାନ ମଧ୍ୟ ଟୋଲ କର୍ମଚାରୀଙ୍କୁ ବର୍ବରତାର ଶିକାର ହୋଇଛନ୍ତି। ସୀମାରେ ଡ୍ୟୁଟି କରିବାକୁ ଯାଉଥିବା ଜଣେ ଯବାନଙ୍କୁ ଟୋଲ କର୍ମଚାରୀମାନେ ଅତ୍ୟନ୍ତ ଅମାନୁଷିକ ଢଙ୍ଗରେ ପିଟିଛନ୍ତି। ତାଙ୍କ ହାତକୁ ଖୁଣ୍ଟରେ ଭିଡ଼ି ଧରିବା ସହ ସଂଘବଦ୍ଧ ଭାବେ କାଠ ଫାଳିଆ ଓ ହାତରେ ମାଡ଼ ମରାଯାଇଛି।

ଉତ୍ତର ପ୍ରଦେଶର ମୀରଟ ସ୍ଥିତ ଗୋଟିଏ ଟୋଲ ବୁଥରେ ଏପରି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ଭାରତୀୟ ସେନାର ରାଜପୁତି ରେଜିମେଣ୍ଟରେ କାମ କରୁଥିବା କପିଲ କାଭାଡ ଛୁଟି କାଟିବାକୁ ଘରକୁ ଆସିଥିଲେ। ଛୁଟି ଶେଷ ହେବା ପରେ ସେ ଶ୍ରୀନଗର ଅଭିମୁଖେ ବାହାରିଥିଲେ। ସେ ଦିଲ୍ଲୀରୁ ବିମାନ ଯୋଗେ ଶ୍ରୀନଗର ଯିବାର ଥିଲା।

ନିଜର ଜଣେ ସମ୍ପର୍କୀୟଙ୍କ ସହ ସେ କାର ଯୋଗେ ଦିଲ୍ଲୀକୁ ଯାଉଥିଲେ। ହେଲେ ଭୂନି ଟୋଲ ବୁଥରେ ପ୍ରବଳ ଭିଡ଼ ହୋଇଥିଲା। ସେମାନେ ଭିଡ଼ରେ ଫସି ଯାଇଥିଲେ। ଭିଡ଼ ପ୍ରବଳ ହୋଇଥିବା ବେଳେ କପିଲଙ୍କ ବିମାନ ସମୟ ମଧ୍ୟ ପାଖେଇ ଆସୁଥାଏ। ଏଥିରେ ବ୍ୟସ୍ତ ହୋଇ କପିଲ କାରରୁ ବାହାରି ଟୋଲ ବୁଥ କର୍ମଚାରୀଙ୍କୁ ନିଜ ସମସ୍ୟା ସମ୍ପର୍କରେ ଜଣାଇଥିଲେ।

Also Read

ସେମାନେ କିନ୍ତୁ କିଛି ବି ଶୁଣି ନଥିଲେ। ଏହାକୁ ନେଇ କପିଲ ଓ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବାସ୍‌ ଏହାକୁ ନେଇ ୬ରୁ ୬ ଜଣ ଟୋଲ କର୍ମଚାରୀ ଆକ୍ରମଣ ଆରମ୍ଭ କରିଦେଇଥିଲେ। ସେମାନେ କପିଲ ଓ ତାଙ୍କ ସମ୍ପର୍କୀୟଙ୍କୁ ପ୍ରବଳ ପିଟିଥିଲେ। କପିଲଙ୍କ ଦୁଇ ହାତକୁ ଗୋଟିଏ ପୋଲରେ କିଛି କର୍ମଚାରୀ ପଛକୁ କରି ଭିଡ଼ି ଧରିଥିବା ବେଳେ ଅନ୍ୟମାନେ ଗାଳିଗୁଲଜ କରି କାଠ ଫାଳିଆରେ ପିଟିଥିଲେ। ଏହାର ଭିଡିଓ ବେଶ ଭାଇରାଲ ହୋଇଛି।

ଏସ୍‌ପି(ଗ୍ରାମାଞ୍ଚଳ) ରାଜେଶ କୁମାର ମିଶ୍ରା କହିଛନ୍ତି ଯେ “ଗୋଟିଏ ମାମଲା ହୋଇଛି। କପିଲ ଭାରତୀୟ ସେନାରେ କାମ କରନ୍ତି। ସେ ତାଙ୍କ ପୋଷ୍ଟକୁ ଫେରୁଥିଲେ। ଭୂନି ଟୋଲ ବୁଥରେ ଲମ୍ବା ଲାଇନ ଲାଗିଥିଲା। ସେ ତୁରନ୍ତ ଏୟାରପୋର୍ଟରେ ପହଞ୍ଚିବାକୁ ଚାହୁଁଥିଲେ ଓ ଟୋଲ କର୍ମଚାରୀଙ୍କ ସହ ଏନେଇ କଥା ହୋଇଥିଲେ। ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା ଓ ଟୋଲ କର୍ମଚାରୀମାନେ ତାଙ୍କୁ ମାଡ଼ ମାରିଥିଲେ।

Shocking incident in Meerut😡

Kapil, an Indian Army jawan posted in Kashmir, was returning after leave. Stuck in traffic at a toll plaza, he requested to be let through quickly.

Instead, toll plaza goons brutally thrashed him with kicks, punches & sticks in Taliban-style… pic.twitter.com/BmnxuYjMFn

— Megh Updates 🚨™ (@MeghUpdates) August 17, 2025

କପିଲଙ୍କ ପରିବାର ଲୋକ କରିଥିବା ଅଭିଯୋଗ ଆଧାରରେ ସରୌରପୁରରେ ମାମଲା ହୋଇଛି। ସିସିଟିଭ ଫୁଟେଜ ଓ ଭିଡିଓକୁ ଯାଞ୍ଚ କରି ୪ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ଟିମ ଗଠନ କରାଯାଇଛି।”

ଓଟିଭି ହ୍ଵାଟ୍ସଅପ

Scroll to Top