ଜୁଲାଇରେ କମିଲା ବେରୋଜଗାରୀ ହାର: ଗାଁ ତୁଳନାରେ ସହରରେ ଅଧିକ ବେକାରୀ

ଜୁଲାଇରେ-କମିଲା-ବେରୋଜଗାରୀ-ହାର:-ଗାଁ-ତୁଳନାରେ-ସହରରେ-ଅଧିକ-ବେକାରୀ

ନୂଆଦିଲ୍ଲୀ: ଜୁଲାଇ ୨୦୨୫ରେ ଭାରତର ବେରୋଜଗାର ହାର ୫.୨%କୁ ଖସି ଆସିଛି। ଗତ ୩ ମାସରେ ଏହା ସର୍ବନିମ୍ନ ସ୍ତର। ଏହା ପୂର୍ବରୁ ଜୁନରେ ବେରୋଜଗାରୀ ହାର ୫.୬% ଥିଲା। ପରିସଂଖ୍ୟାନ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟ ସୋମବାର ଜାରି କରିଥିବା ବେରୋଜଗାରୀ ହାରରୁ ଏହି ସୂଚନା ମିଳିଛି।  

ରିପୋର୍ଟ ଅନୁଯାୟୀ, ସହରାଞ୍ଚଳରେ ଚାକିରି ସଂଖ୍ୟା ବୃଦ୍ଧି ପାଇଛି। ଆଇଟି, ଟେଲିକମ୍, ଉତ୍ପାଦନ ଏବଂ ରିଟେଲ ସେକ୍ଟର ଭଳି ନୂଆ ଶିଳ୍ପଗୁଡ଼ିକ ପାଇଁ ନିଯୁକ୍ତି ଗ୍ରାଫ ବୃଦ୍ଧି ପାଇଛି। ତଥାପି, ଗାଁ ତୁଳନାରେ ସହରରେ ବେକାରୀ ହାର ଅଧିକ ରହିଛି। କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପରେ ନିଯୁକ୍ତି ବଢିଛି। ଫଳରେ ଗାଁ ଏବଂ ସହରରେ ନିଯୁକ୍ତି ସ୍ତର ଉନ୍ନତ ହୋଇଛି।

ତେବେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ବେରୋଜଗାରୀ ହାର ଅଧିକା ରହିଛି। ଗ୍ରାମାଞ୍ଚଳରେ ବେକାରୀ ହାର ୪.୪% ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ଏହା ୭.୨% ରହିଥିଲା। ମହିଳାମାନଙ୍କ ମଧ୍ୟରେ ବେକାରୀ ହାର ୮.୭% ରହିଥିବା ବେଳେ ପୁରୁଷମାନଙ୍କ ମଧ୍ୟରେ ବେକାରୀ ହାର ୪.୬% ରହିଥିଲା। ଖାସ କରି ସହରାଞ୍ଚଳରେ ମହିଳାଙ୍କ ବେରୋଜଗାରୀ ହାର ଅଧିକ ରହିଥିଲା। ଏହି ତଥ୍ୟ ଦର୍ଶାଉଛି ଯେ ସହରାଞ୍ଚଳରେ ମହିଳାମାନେ ନିଯୁକ୍ତି ପାଇବାରେ ପୁରୁଷମାନଙ୍କ ତୁଳନାରେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଶ୍ରମିକ ଜନସଂଖ୍ୟା ଅନୁପାତରେ ସୁଧାର

ଜୁଲାଇ ୨୦୨୫ରେ ୱାର୍କର ପପୁଲେସନ ରେସିଓ (ଡବ୍ଲୁପିଆର୍-ଶ୍ରମିକ ଜନସଂଖ୍ୟା ଅନୁପାତ) ୫୨.୦% ରହିଛି। ଦେଶରେ ମୋଟ ଜନସଂଖ୍ୟାର କେତେ ଲୋକ ରୋଜଗାରିଆ ଅଛନ୍ତି ଡବ୍ଲୁପିଆର୍ ଡାଟା ଦର୍ଶାଇଥାଏ। ଜୁଲାଇରେ ଏହି ଡାଟା ତଳକୁ ଖସିଛି। 

ଗ୍ରାମାଞ୍ଚଳରେ ଡବ୍ଲୁପିଆର ୫୪.୪% ଥିବା ବେଳେ ସହରାଞ୍ଚଳରେ ୪୭.୦% ରହିଛି। ସେହିପରି ମହିଳା ଓ ପୁରୁଷଙ୍କ ଅନୁପାତ ଦେଖିଲେ ଗ୍ରାମାଞ୍ଚଳରେ ମହିଳା ଡବ୍ଲୁପିଆର୍ ୩୫.୫% ଥିବା ବେଳେ ସହରାଞ୍ଚଳରେ ଏହା ୨୩.୫% ରହିଛି। 

ଶ୍ରମଶକ୍ତି ଅଂଶଗ୍ରହଣ ହାର (LFPR) ରେ ବୃଦ୍ଧି

ଜୁଲାଇ ୨୦୨୫ରେ, ୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଶ୍ରମ ଶକ୍ତି ଅଂଶଗ୍ରହଣ ହାର (LFPR) ୫୪.୯% ରହିଛି। LFPR ଅର୍ଥ କାମ କିମ୍ବା କାମ କରିବା ପାଇଁ ଉପଲବ୍ଧ ମୋଟ ଲୋକଙ୍କ ସଂଖ୍ୟା। ଗ୍ରାମାଞ୍ଚଳରେ LFPR ସହରାଞ୍ଚଳ ତୁଳନାରେ ଅଧିକ ଥିଲା। ଗ୍ରାମାଞ୍ଚଳରେ ଏହା ୫୬.୯% ଥିବା ବେଳେ ସହରାଞ୍ଚଳରେ ଏହା ୫୦.୭% ରହିଥିଲା। ଲିଙ୍ଗ ଆଧାରରେ, ପୁରୁଷମାନଙ୍କର LFPR ୭୭.୧% ମହିଳାଙ୍କର ବହୁତ କମ୍ ୩୩.୩% ରହିଥିଲା। ଏହି ତଥ୍ୟ ଦର୍ଶାଉଛି ଯେ ଗ୍ରାମାଞ୍ଚଳରେ କାମ କରିବାକୁ ଇଚ୍ଛୁକ ଲୋକଙ୍କ ସଂଖ୍ୟା ସହରାଞ୍ଚଳ ତୁଳନାରେ ଅଧିକ ରହିଛି।

ଶ୍ରମଶକ୍ତି ଭାଗିଦାରୀ ଦର LFPR କ’ଣ ?

ଶ୍ରମ ବଳ ଅଂଶଗ୍ରହଣ ହାର (ଲେବର ଫୋର୍ସ ପାର୍ଟିସିପେସନ ରେଟ୍) ମୋଟ ଜନସଂଖ୍ୟାର କେତେ ଜଣ କାମ କରୁଛନ୍ତି କିମ୍ବା ଚାକିରି ଖୋଜୁଛନ୍ତି ତାର ଅନୁପାତ ଦର୍ଶାଇଥାଏ। ଅର୍ଥାତ୍ କାମରେ ଲାଗିଥିବା ଲୋକ ଓ ଖୋଜୁଥିବା ବେରୋଜଗାରୀ ଲୋକଙ୍କ ଅନୁପାତ କହିଥାଏ।  ଯଦି ୧୦୦ ଜଣ ମଧ୍ୟରୁ ୬୦ ଜଣ କାମ କରୁଛନ୍ତି କିମ୍ବା ଚାକିରି ଖୋଜୁଛନ୍ତି, ତେବେ LFPR ୬୦% ହେବ। ଯଦି ଏହା ଅଧିକ, ତେବେ ଏହାର ଅର୍ଥ ହେଉଛି ଲୋକମାନେ କାମ କରିବାକୁ ଉତ୍ସାହୀ। ଏହା ଅଧିକ ହେଲେ ଅଧିକ ମାତ୍ରାରେ ଲୋକ କାମ କରିବାକୁ ଉତ୍ସାହୀ ବୋଲି ଦର୍ଶାଏ। 

Scroll to Top