SNCUରେ ଭର୍ତ୍ତି କରିବାକୁ ଲେଖିଲେ ଡାକ୍ତର, ହେଲେ ରଖିଲେନି ଦାୟିତ୍ୱରେ ଥିବା ସେବିକା.. ନବଜାତକର ମୃତ୍ୟୁ ପାଇଁ କିଏ ଦାୟୀ ?

sncuରେ-ଭର୍ତ୍ତି-କରିବାକୁ-ଲେଖିଲେ-ଡାକ୍ତର,-ହେଲେ-ରଖିଲେନି-ଦାୟିତ୍ୱରେ-ଥିବା-ସେବିକା.-ନବଜାତକର-ମୃତ୍ୟୁ-ପାଇଁ-କିଏ-ଦାୟୀ-?

Published By: Ruby – Prameya-News7 Bureau | April 15, 2026 01:11 PM

NEWS7

Sonepur News

ସୋନପୁର ୧୫।୪: ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର । ଡାକ୍ତର SNCUରେ ଭର୍ତ୍ତି କରିବା ପାଇଁ ଲେଖିଥିବା ବେଳେ ଦାୟିତ୍ୱରେ ଥିବା ସେବିକା ମାନେ ରଖି ନଥିବା ଅଭିଯୋଗ । ଫଳରେ ଶିଶୁର ମୃତ୍ୟୁ ହୋଇଛି । ପ୍ରସୂତୀ ମାଆ ବେଡ୍ରେ ପଡ଼ିଥିବା ବେଳେ ମୃତ ଶିଶୁକୁ ଧରି ଦୀର୍ଘ ସମୟ ବାହାରେ ବସିଛନ୍ତି ପରିବାର ଲୋକ ।

ଅଭିଯୋଗ ଅନୁଯାୟୀ, ଗତ ୧୩ ତାରିଖ ବୌଦ୍ଧ ଜିଲ୍ଲା ପତ୍ରାପାଲି ଗାଁର ସୁରେନ୍ଦ୍ର ନାଏକ ତାଙ୍କ ସ୍ତ୍ରୀଙ୍କ ପ୍ରସବ ପାଇଁ ସୁବର୍ଣ୍ଣପୁର ପ୍ରସୂତି କାଳୀନ ମାତୃ ଓ ଶିଶୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ଅସ୍ତ୍ରୋପଚାର କରିଥିବା ବେଳେ କମ୍ ଓଜନର ଶିଶୁ ଜନ୍ମ ହୋଇଥିଲା । ତେବେ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ SNCUରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ହେଲେ ଦାୟିତ୍ୱରେ ଥିବା ନର୍ସ ମାନେ ଭର୍ତ୍ତି କରି ନଥିଲେ । ମଙ୍ଗଳବାର ଟିକା ଦେବାପାଇଁ ଯାଇଥିବା ବେଳେ ସେଠାରେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀ SNCUରେ ଭର୍ତ୍ତି କରିବାକୁ କହିଥିଲେ । ତେବେ ଟିକା ଦେବା ପରେ ଶିଶୁର ସ୍ୱାସ୍ଥ୍ୟ ଆହୁରି ବିଗିଡ଼ି ଯାଇଥିବା ଅଭିଯୋଗ ହୋଇଛି । ଏହାସତ୍ତ୍ୱେ ବି ଶିଶୁକୁ SNCUରେ ଭର୍ତ୍ତି କରାଯାଇ ନଥିଲା । ଫଳରେ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏମିତିକି ସେମାନେ ଶିଶୁକୁ ମୃତ ଘୋଷଣା ମଧ୍ୟ କରିନଥିବା ବେଳେ ପରିବାର ଲୋକ ଦୀର୍ଘ ସମୟ ଧରି ମୃତ ଶିଶୁକୁ ଧରି ବସିଛନ୍ତି । ଏନେଇ ଅଭିଯୋଗ ପରେ ଦୁଃଖ ପ୍ରକାଶ କରିବା ସହିତ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ସେନେଇ ଘଟଣାର ତଦନ୍ତ ହେବ । ଯିଏ ବି ଅବହେଳା କରିଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି CDMO ।

Scroll to Top