Viral Dance: ‘ମୁଁ ଶାଢ଼ୀ ପିନ୍ଧିଥିଲି, ଅଶ୍ଳୀଳତା କେଉଁଠି ଥିଲା?’ ଟ୍ରୋଲ ହେବା ପରେ କାନ୍ଦିଲେ ବିଶ୍ୱବିଦ୍ୟାଳୟ ଛାତ୍ରୀ

viral-dance:-‘ମୁଁ-ଶାଢ଼ୀ-ପିନ୍ଧିଥିଲି,-ଅଶ୍ଳୀଳତା-କେଉଁଠି-ଥିଲା?’-ଟ୍ରୋଲ-ହେବା-ପରେ-କାନ୍ଦିଲେ-ବିଶ୍ୱବିଦ୍ୟାଳୟ-ଛାତ୍ରୀ

ନୂଆଦିଲ୍ଲୀ: ଜଣେ ଯୁବତୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ନେଟିଜେନମାନେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି। ସମାଲୋଚନା ଏବଂ ଟ୍ରୋଲିଂରେ ହୃଦୟ ଭାଙ୍ଗି ପଡ଼ିବା ପରେ ଛାତ୍ରୀ ଜଣଙ୍କ ଭାବବିହ୍ୱଳ ଭିଡିଓ ସେୟାର କରିଛନ୍ତି। ସେ ବହୁତ ଜୋରରେ କାନ୍ଦୁଛନ୍ତି, ହେଲେ କାହିଁକି? ଗୁଜୁରାଟର ଭଦୋଦରାସ୍ଥିତ ଏମଏସ ବିଶ୍ୱବିଦ୍ୟାଳୟରେ ଏବିଭିପି ଦ୍ୱାରା ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୁବତୀଙ୍କ ଡ୍ୟାନ୍ସକୁ ନେଇ ଏ ପ୍ରସଙ୍ଗ।

ଭିଡିଓରେ, ଯୁବତୀ ଜଣକ କାନ୍ଦି କାନ୍ଦି ତାଙ୍କର ଦୁଃଖ ପ୍ରକାଶ କରୁଛନ୍ତି। ଡ୍ୟାନ୍ସ କରୁଥିବା ଛାତ୍ରୀ ଜଣକ କହିଛନ୍ତି ଯେ ସେ କୌଣସି ଛାତ୍ର ସଂଗଠନର ଅଂଶ ନୁହଁନ୍ତି। ଯେଉଁମାନେ ଭିଡିଓ ଭାଇରାଲ କରିଛନ୍ତି ସେମାନେ ମୋର ମାନସିକ ଅବସ୍ଥାକୁ ବିଚାର କରି ନାହାଁନ୍ତି। ମୁଁ କୌଣସି ଅଶ୍ଳୀଳ ପୋଷାକ ପିନ୍ଧି ନଥିଲି। ମୁଁ କେବଳ ଏକ ସିମ୍ପଲ ଶାଢ଼ି ପିନ୍ଧିଥିଲି। ସେ କେବଳ ତାଙ୍କର କଳା ପ୍ରଦର୍ଶନ କରୁଥିଲେ ଏବଂ କୌଣସି ଅଶ୍ଳୀଳତା ପ୍ରସାର କରୁନାହାଁନ୍ତି ବୋଲି ଯୁବତୀ ଜଣକ କହିଛନ୍ତି।

Watch | A female student of MS University – whose dance performance at an ABVP open-stage campus event was shared widely by Congress and NSUI with a press statement labelling it as ‘abhadra’ and against ‘Samskar’ – has come forward to present her side on social media, with tears… pic.twitter.com/1H1EnlbEiS

— DeshGujarat (@DeshGujarat) April 13, 2026

ଯୁବତୀଙ୍କ ଭାଇରାଲ ଡ୍ୟାନ୍ସ ଭିଡିଓକୁ ନେଇ ସଂସ୍କୃତି ବିଷୟରେ ଆଲୋଚନା ଜୋର ଧରିଛି। ଛାତ୍ରୀଙ୍କ ଉପରେ ସହରର ସଂସ୍କୃତିକୁ ଅଫଭ୍ରଂଶ କରିବାର ଅଭିଯୋଗ ଆସିଥିଲା। ଜବାବରେ ପୀଡିତା ଜଣକ କହିଥିଲେ ଯେ ସେ ଜଣେ ସରଳ ଛାତ୍ରୀ। ସେ ପୂର୍ବରୁ ବଲିଉଡ ଗୀତରେ ନାଚିଛନ୍ତି। ଛାତ୍ରୀ ଜଣକ କାନ୍ଦି କାନ୍ଦି କହିଥିଲେ ଯେ ଯଦି ତାଙ୍କ ନୃତ୍ୟ ସହରର ସଂସ୍କୃତିକୁ ବିପର୍ଯ୍ୟସ୍ତ କରୁଛି, ତେବେ ବଲିଉଡ୍ ଗୀତ ଶୁଣିବାର କୌଣସି ଆବଶ୍ୟକତା ନାହିଁ।

BJP’s student wing ABVP had organised Sanskari Dhak Dhak Karne laga song. pic.twitter.com/B90l1OysmU

— 👑Che_ಕೃಷ್ಣ🇮🇳💛❤️ (@ChekrishnaCk) April 12, 2026

ଛାତ୍ରୀ ଜଣକ ଆହୁରି କହିଛନ୍ତି ଯେ ଏତେ ବଡ଼ ଦେଶରେ ଅନେକ ସମସ୍ୟା ଅଛି, ଏବଂ ସମସ୍ତଙ୍କ ବଦଳରେ କେବଳ ଗୋଟିଏ ଝିଅକୁ ଟାର୍ଗେଟ କରାଯାଉଛି। ନିଜକୁ ରକ୍ଷା କରି ଛାତ୍ରୀ ଜଣକ କହିଛନ୍ତି ଯେ ସେ କୌଣସି ବଡ଼ ଭୁଲ କରିନାହାଁନ୍ତି। ଭିଡିଓର ଶେଷରେ ସେ କହିଛନ୍ତି ଯେ ଯେଉଁମାନେ ଭିଡିଓ ଭାଇରାଲ କରିଛନ୍ତି ସେମାନେ ପରିଣାମ ଚିନ୍ତା ମଧ୍ୟ କରିନାହାଁନ୍ତି। ଜଣେ ଝିଅର ଭିଡିଓ ବିନା ଚିନ୍ତାରେ ଭାଇରାଲ୍ କରାଯାଇଥିଲା ଏବଂ ତାଙ୍କ ଉପରେ ଅଶ୍ଳୀଳତା ପ୍ରସାର କରିବାର ଅଭିଯୋଗ କରାଯାଇଥିଲା।

ପ୍ରକାଶଥାଉକି- ଝିଅଟି ମାଧୁରୀ ଦୀକ୍ଷିତଙ୍କ ବହୁତ ଲୋକପ୍ରିୟ ଗୀତ “ଧକ୍ ଧକ୍”ରେ ଡ୍ୟାନ୍ସ କରିଥିଲେ। କିଛି ୟୁଜର୍ସ ମନ୍ଦ ଉଦ୍ଦେଶ୍ୟ ରଖି ଭାଇରାଲ୍ କରିଥିଲେ। ଦର୍ଶକବନ୍ଧୁ, ଆମେ ଏତିକି କହିବୁ ଯେ ଛାତ୍ରୀଜଣକ ଡ୍ୟାନ୍ସ ମାଧ୍ୟମରେ ନିଜର ପ୍ରତିଭାକୁ ପ୍ରତିଫଳିତ କରିଛନ୍ତି। ଖୁସିକୁ ଜାହିର କରିଛନ୍ତି। କିନ୍ତୁ ବିନା କାରଣରେ ଛାତ୍ରୀଙ୍କୁ ବଦନାମ କରିବା, ଶିକ୍ଷିତ ସମାଜରେ ଶୋଭା ପାଉନି। କାହାକୁ ଇଂଗିତ ବା ସମାଲୋଚନା କରିବା ପୂର୍ବରୁ ତାହା କେତେଦୂରରୁ ଠିକ୍, ଶହେ ଥର ଚିନ୍ତା କରନ୍ତୁ।

Scroll to Top