ଓଡ଼ିଶାରେ ଭୋଟ ତ୍ରୁଟି ଅଭିଯୋଗ ଆଣିବା ପରେ ବିଜୁ ଜନତା ଦଳକୁ ସତ୍ୟପାଠ ମଗାଯାଇଥିଲା । କିନ୍ତୁ ବିଜେଡି ଏ ପର୍ଯ୍ୟନ୍ତ ତାହା ଦେଇନାହିଁ । କେବଳ ଚିଠି ଦେଇ ଅଭିଯୋଗ ଆଣି ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ମୁଖ୍ୟ ନିର୍ବାଚନ କମିଶନର ସ୍ପଷ୍ଟ କଲା ପରେ ରାଜ୍ୟରେ ତେଜିଛି ରାଜନୀତି ।
ନିର୍ବାଚନ ବେଳେ ଭୋଟ୍ ତ୍ରୁଟି ନେଇ ବିଜେଡିର ଅଭିଯୋଗ କେତେ ସତ ? କାହିଁକି ନିର୍ବାଚନ କମିଶନଙ୍କ ନିକଟରେ ଦଳ ଦେଉନି ସତ୍ୟପାଠ ? ଅପ୍ରତ୍ୟାଶିତ ବିପର୍ଯ୍ୟୟ ପରେ ଏହି ଅଭିଯୋଗ କେବଳ ରାଜନୈତିକ ଚାଲ କି ? ନିର୍ବାଚନ କମିଶନଙ୍କ ଉପରେ ଅଯଥା ଆରୋପ ବିଜେଡି ପାଇଁ ବୁମେରାଂ ହେବ କି ? ଗତକାଲି ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଉଠିଛି ଏମିତି ପ୍ରଶ୍ନ।
ନିର୍ବାଚନ କମିଶନ ସ୍ପଷ୍ଟ ଭାବେ କହିଛନ୍ତି, ବିନା ତଥ୍ୟ ଏବଂ ସତ୍ୟପାଠରେ କମିଶନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ଲଗାଇବା ଭୁଲ। ଏଠି ପ୍ରଶ୍ନ ଉଠୁଛି କାହିଁକି ସତ୍ୟପାଠ ଦେଉନି ବିଜେଡି? ଯାହାକୁ ନେଇ ତେଜିଛି ରାଜନୀତି। ବିଜେପି କହିଛି, ନିର୍ବାଚନର ୬ ମାସ ପରେ ଅଭିଯୋଗ କରିଛି ବିଜେଡି। ଏଥିରୁ ସ୍ପଷ୍ଟ ସେମାନଙ୍କ ପାଖେ ତଥ୍ୟ ପ୍ରମାଣ ନାହିଁ। କଂଗ୍ରେସ କହିଛି, ଏହି ପ୍ରସଙ୍ଗରେ କଂଗ୍ରେସକୁ ଅଧିକ ମାଇଲେଜ ମିଳିବାରୁ ବିଜେଡି ଏହାକୁ ଉଠାଉଛି। ଜବାବରେ ବିଜେଡି କହିଛି ଏ ନେଇ ବହୁ ପୂର୍ବରୁ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆସନ୍ତାକାଲି ବିଜେଡିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ବିସ୍ତୃତ ଆଲୋଚନା କରିବେ।
ଯଦିଓ ଦୁଇ ଦୁଇ ଥର ଭୋଟ ତ୍ରୁଟି ସଂପର୍କିତ ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ଦଳ। ୨୦ ଡିସେମ୍ବର ୨୦୨୪ରେ ଏବଂ ୧୧ ମାର୍ଚ୍ଚ ୨୦୨୫ରେ ବିଜେଡି ନେତା ଅମର ପଟନାୟକଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ୨୦୨୪ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ୍ ଜାଲିଆତି ଅଭିଯୋଗ ଆଣିଥିଲେ। ଇସିଆଇ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟରେ ପାର୍ଥକ୍ୟ ସହ ନିର୍ବାଚନମଣ୍ଡଳିୱାରୀ ତଥ୍ୟରେ ତାଳମେଳ ନଥିବା ଅଭିଯୋଗ କରିଥିଲେ। ଭୋଟ୍ ଗ୍ରହଣ ସମୟ ପରେ ବି ଇଭିଏମରେ କେତେ ଭୋଟ ପଡିଥିଲା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ, ମିଳୁନଥିବା ଅଭିଯୋଗ କରିଥିଲା ବିଜେଡି।…
Also Read
ଏହାରି ଭିତରେ ବଡ କଥା ହେଉଛି ଅଗଷ୍ଟ ୧୧ ତାରିଖରେ ଦିଲ୍ଲୀ ଠାରେ ଭୋଟ ଅନିୟମିତତା ନେଇ କଂଗ୍ରେସ ପକ୍ଷରୁ କରାଯାଇଥିବା ପ୍ରତିବାଦରେ ଦଳ ଆହ୍ୱାନ ସତ୍ତ୍ବେ ମଧ୍ୟ ସାମିଲ ହୋଇନଥିଲା ବିଜେଡି।




