Sanjay Kapoor:୩୦ ହଜାର କୋଟିର ସଂପତ୍ତିକୁ ନେଇ ଟଣାଓଟରା,ମା’ଙ୍କ ପରେ ଏବେ ମୁହଁ ଖୋଲିଲେ ଭଉଣୀ

sanjay-kapoor:୩୦-ହଜାର-କୋଟିର-ସଂପତ୍ତିକୁ-ନେଇ-ଟଣାଓଟରା,ମା’ଙ୍କ-ପରେ-ଏବେ-ମୁହଁ-ଖୋଲିଲେ-ଭଉଣୀ

ବଙ୍ଗଲା, ଜମି, କମ୍ପାନୀ ସେୟାର୍, ବିଦେଶୀ ନିବେଶ। ସବୁକୁ ନେଇ ଚାଲିଛି ଛକାପଞ୍ଝା। ଜାରି ରହିଛି ଆଇନ୍‌ଗତ ଲଢ଼େଇ। ଦିବଙ୍ଗତ ବିଜନେସ୍‌ ମ୍ୟାନ୍‌ ତଥା ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ସମ୍ପତ୍ତି କିଏ ହାତେଇବ? କିଏ ହେବ ୩୦ ହଜାର କୋଟିର ଉତ୍ତରାଧିକାରୀ।

ବଙ୍ଗଳା, ଜମି, କମ୍ପାନୀ ସେୟାର୍, ବିଦେଶୀ ନିବେଶ। ସବୁକୁ ନେଇ ଚାଲିଛି ଛକାପଞ୍ଝା। ଜାରି ରହିଛି ଆଇନ୍‌ଗତ ଲଢ଼େଇ। ଦିବଙ୍ଗତ ବିଜନେସ୍‌ ମ୍ୟାନ୍‌ ତଥା ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ସମ୍ପତ୍ତି କିଏ ହାତେଇବ? କିଏ ହେବ ୩୦ ହଜାର କୋଟିର ଉତ୍ତରାଧିକାରୀ। କିଏ ସମ୍ଭାଳିବ କମ୍ପାନୀ। କାହା ନାଁରେ ହେବ ବିରାସତ। ଏହାକୁ ନେଇ ଚାଲିଛି ପରିବାର ଓ କର୍ପୋରେଟ୍‌ ଯୁଦ୍ଧ। ଏବେ ଏହି ଯୁଦ୍ଧ ଏକ ନୂଆ ମୋଡ ନେଇଛି।

ସଞ୍ଜୟ କପୁରଙ୍କ ମା’ ପରେ କମ୍ପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ଭଉଣୀ ମନ୍ଦିରା। ସେ କହିଛନ୍ତି, ପରିବାର ସହିତ କମ୍ପାନୀ ଅଣଜା ବ୍ୟକ୍ତି ଭଳି ବ୍ୟବହାର କରୁଛି। ଭାଇ ମୃତ୍ୟୁର ମାତ୍ର କେଇଟା ଦିନ ଭିତରେ କମ୍ପାନୀ ତାଙ୍କ ପରିବାରଠାରୁ ସବୁକିଛି ଛଡ଼ାଇ ନେଇଛି।

ଜୁନ୍ ୧୨ ତାରିଖ। ଇଂଲଣ୍ଡରେ ସୋନା କମଷ୍ଟାର୍‌ ମୁଖ୍ୟ ସଞ୍ଜୟ କପୁରଙ୍କର ହଠାତ୍ ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ମହୁମାଛି କାମୁଡ଼ିବା ଓ ହୃଦ୍‌ଘାତ ବୋଲି ରିପୋର୍ଟରେ କୁହାଯାଇଥିଲା। କିନ୍ତୁ ସଞ୍ଜୟଙ୍କ ମା ରାଣୀ କପୁର ବ୍ରିଟିଶ କର୍ତ୍ତୃପକ୍ଷଙ୍କଠାରୁ ପୁଅ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଏଥିହସ ସୋନା କମଷ୍ଟାର ସେୟାର ହୋଲ୍ଡରମାନଙ୍କୁ ଏକ ଚିଠି ଲେଖିଥିଲେ। ପୁଅର ମୃତ୍ୟୁ ପରେ ମୁଁ ହେଉଛି କମ୍ପାନିର ପ୍ରକୃତ ଉତ୍ତରାଧିକାରୀ। ଏଥିରେ କେହି ହସ୍ତକ୍ଷେପ କରି ପାରିବେ ନାହିଁ। କିଛି ଲୋକ ମୋ ପରିବାରର ସମ୍ପତ୍ତି ହଡ଼ପ କରିବାକୁ ଚେଷ୍ଟା କରୁଛନ୍ତି। ପୁଅର ମୃତ୍ୟୁ ପରେ ବନ୍ଦ ଘରେ କିଛି ଲୋକ ମୋତେ କିଛି କାଗଜପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ କରିଥିବା ଦାବି କରିଥିଲେ। ଖାଲି ସେତିକି ନୁହେଁ ତାଙ୍କୁ କମ୍ପାନୀରୁ ବାଦ୍‌ ଦିଆଯିବା ସହ ତାଙ୍କ ପାରିବାରିକ ଉତ୍ତରାଧିକାରକୁ କମ୍ପାନୀ ହଡ଼ପ କରିବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଥିଲେ। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା କମ୍ପାନୀ।

Also Read

ସୋନା କମଷ୍ଟାର୍‌ କମ୍ପାନୀ ଭାରତ, ଆମେରିକା ଏବଂ ଚୀନ ଭଳି ଦେଶକୁ ବୈଦ୍ୟୁତିକ ଯାନବାହାନର ଉପକରଣ ଯୋଗାଇଥାଏ। ଏହି କମ୍ପାନୀର ମୁଖ୍ୟ ଥିଲେ ସଞ୍ଜୟ କପୁର। ସେ ୩ଟି ବିବାହ କରିଛନ୍ତି । ୨୦୦୩ ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କୁ ସେ ଦ୍ବିତୀୟ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ୨୦୧୬ ମସିହାରେ ଛାଡ଼ପତ୍ର ହୋଇଥିଲା। ଛାଡପତ୍ରର କିଛି ବର୍ଷ ପରେ, ସଞ୍ଜୟ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ।

ଓଟିଭି ହ୍ଵାଟ୍ସଅପ

Scroll to Top