କେନାଲ କଡ଼ରେ ପଡିଛି ଅଧା ପୋଡ଼ା ନରକଙ୍କାଳ, ଅନ୍ୟ କେଉଁଠି ମାରି ଏଠି ପୋଡ଼ିଥିବା ସନ୍ଦେହ

କେନାଲ-କଡ଼ରେ-ପଡିଛି-ଅଧା-ପୋଡ଼ା-ନରକଙ୍କାଳ,-ଅନ୍ୟ-କେଉଁଠି-ମାରି-ଏଠି-ପୋଡ଼ିଥିବା-ସନ୍ଦେହ

କେନାଲ କଡ଼ରେ ପଡିଛି ଅଧା ପୋଡ଼ା ନରକଙ୍କାଳ, ଅନ୍ୟ କେଉଁଠି ମାରି ଏଠି ପୋଡ଼ିଥିବା ସନ୍ଦେହ

Published By: Ruby – Prameya-News7 Bureau | April 13, 2026 02:04 PM

NEWS7

Baranga News

ବାରଙ୍ଗ ୧୩।୪: କେନାଲ କଡ଼ରେ ପଡିଛି ଅଧା ପୋଡ଼ା ନରକଙ୍କାଳ । ବାରଙ୍ଗ ଷଣ୍ଢପୁର ନିକଟ ପୁରୀ ମୁଖ୍ୟ କେନାଲ କଡରେ ପଡିଛି ଅଧାପୋଡ଼ା ହାଡ଼ କଙ୍କାଳ । ନାଳକୁ ଗାଧୋଇବାକୁ ଯିବା ସମୟରେ ସ୍ଥାନୀୟ ଲୋକ ଦେଖିଥିଲେ । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

ବାରଙ୍ଗ ଥାନା ଷଣ୍ଢପୁର ନିକଟ ପୁରୀ ମୁଖ୍ୟ କେନାଲ କଡ଼ରେ ପଡିଛି ଅଧା ପୋଡ଼ା ନରକଙ୍କାଳ । କିଛି ପୋଡ଼ିଯାଇଥିବା ବେଳେ କିଛି ଅଧା ପୋଡ଼ା ଅବସ୍ଥାରେ ଅଛି । କେହି କଙ୍କାଳକୁ ଆଣି କେନାଲ କଡ଼ରେ ପୋଡିଥିବା ଅନୁମାନ କରାଯାଉଛି । ଏକ ଜରିରେ ବାନ୍ଧାଯାଇ ତାରରେ ଗୁଡ଼ାଯାଇଛି । ଦିନ ପ୍ରାୟ ସାଢ଼େ ୧୨ ଟାରେ ଷଣ୍ଢପୁର ଗ୍ରାମର ଉମାକାନ୍ତ ବେହେରା କେନାଲକୁ ଗାଧୋଇବାକୁ ଯିବାବେଳେ ଏହା ଦେଖି ଗୋଡ଼ିସାହି ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ଥାନା ଓ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ତେବେ କେହି ଏହି କଙ୍କାଳ ଆଣି ରାତିରେ ଏଠାରେ ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି । ଲୋକ ଆସିଯିବାରୁ ଭୟରେ ପଳାଇଛି । ତେଣୁ କଙ୍କାଳ ଅଧା ପୋଡିଛି ଅଧା ରହିଯାଇଥିବା ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି । କିନ୍ତୁ ଏହା ବହୁ ଦିନରୁ ପଡ଼ିଥିବା ପୋଲିସ ଅନୁମାନ କରୁଛି । ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କଲେ ପ୍ରକୃତରେ କେବେ ଠାରୁ ପୋଡ଼ା ଯାଇଛି ତାହା ଜଣାପଡିବ ବୋଲି ପୋଲିସ କହିଛି ।

Scroll to Top