ବେଆଇନ ଗୋ-ଚାଲାଣ ରାକେଟର ପର୍ଦ୍ଦାଫାଶ, ଏକାଧିକ ଗାଡ଼ିକୁ ଜବତ କଲା ପୋଲିସ
Published By: Kirti – Prameya-News7 Bureau | April 13, 2026 12:10 PM
NEWS7
ବଲାଙ୍ଗୀର ୧୩।୦୪ : ୪ ଗୋରୁ ବୋଝେଇ ଗାଡ଼ି ଜବତ । ୧୮ ଗାଈ ସହ ୨ଟି ପିକଅପ ଓ ୨ଟି ଟାଟା ଏସି ଗାଡ଼ି ଜବତ ହୋଇଛି । ଏହି ଘଟଣାରେ ୯ ଜଣଙ୍କୁ ଅଟକ ରଖିଛି ବଲାଙ୍ଗୀର ପୋଲିସ ।
ଖବର ଅନୁଯାୟୀ, ସୋମବାର ଭୋର ସମୟରେ କିଛି ଗାଡ଼ି ଜାତୀୟ ରାଜପଥ ଦେଇ ବଲାଙ୍ଗୀରରୁ କଳାହାଣ୍ଡିକୁ ଯାଉଥିଲା । ବଲାଙ୍ଗୀର ଜାତୀୟ ରାଜପଥ ନିକଟରେ ଯାଉଥିବା ଗାଡ଼ିକୁ କିଛି ସନ୍ଦେହ କରି ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଗାଡ଼ିଟି ଲୋକଙ୍କୁ ଦେଖି ଦ୍ରୁତଗତିରେ ଯିବାକୁ ଚେଷ୍ଟା କରୁଥିଲା । ବହୁ ପରିଶ୍ରମ ପରେ ଉକ୍ତ ଗାଡ଼ିକୁ ଅଟକାଇଥିଲେ ଲୋକେ । ଏହାକୁ ଦେଖି ପଛରେ ଆସୁଥିବା ଆଉ କିଛି ଗାଡ଼ି ମଧ୍ୟ ଫେରାର ହେବାକୁ ଚେଷ୍ଟା କରୁଥିଲେ । ହେଲେ ଏମାନେ ବି ଫେଲ ମାରିଥିଲେ । ଶେଷରେ ସବୁ ଗାଡ଼ିକୁ ଧରିବାରେ ସଫଳ ହୋଇଥିଲେ ଯୁବ ଗୋଷ୍ଠୀ । ଏହାପରେ ତୁରନ୍ତ ପୋଲିସକୁ ଡାକି ସବୁ ଗାଡ଼ିକୁ ପୋଲିସ ଜିମା ଦେଇଥିଲେ । ଏହି ସବୁ ଗାଡ଼ିରେ ଥିବା ୯ ଜଣଙ୍କୁ ପୋଲିସ ଅଟକ ରଖିଛି । ୪ଟି ଗାଡ଼ିରୁ ୧୮ଟି ଗୋରୁ ଚାଲାଣ ହେଉଥିବା ବେଳେ କାବୁ କରିଛି ପୋଲିସ । ତେବେ ଚୋରି ରାକେଟ୍ର ଛାନ୍ଭିନ୍ କରୁଛି ପୋଲିସ । ଏସବୁ ଭିତରେ ଗାଡ଼ି ମଧ୍ୟରୁ ପୋଲିସକୁ ଅନେକ ମାରଣାସ୍ତ୍ର ଏବଂ ଗଞ୍ଜେଇ ମିଳିଛି ।




