ଏସସିଏଫ୍ ଓ ରେଞ୍ଜର ନିଯୁକ୍ତି ମାମଲାର ରାୟ ପ୍ରକାଶ, ପରୀକ୍ଷା ଦେଇ ପାରିବେ ଯୋଗ୍ୟ ଆଶାୟୀ
Published By : Prameya-News7 Bureau | August 18, 2025 IST

କଟକ: ହାଇକୋର୍ଟରେ ଏସସିଏଫ୍ ଓ ରେଞ୍ଜର ନିଯୁକ୍ତି ମାମଲାର ରାୟ ପ୍ରକାଶ ପାଇଛି। ଫିଜିକାଲ୍ ଟେଷ୍ଟ ପରୀକ୍ଷାରୁ ବଞ୍ଚିତ ହୋଇପାରିବେ ନାହିଁ ଯୋଗ୍ୟ ପ୍ରାର୍ଥୀ। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀ ଦେଇପାରିବେ ଫିଜିକାଲ ଟେଷ୍ଟ। ଓପିଏସସିର ଏଭଳି ନିଷ୍ପତି ଠିକ୍ ନ ଥିବା ଦର୍ଶାଇଛନ୍ତି ହାଇକୋର୍ଟ। ଉଲ୍ଲେଖନୀୟ ଫିଜିକାଲ ଟେଷ୍ଟ ପୂର୍ବରୁ ଉଚ୍ଚ ରକ୍ତଚାପ ଦର୍ଶାଇ କିଛି ଆବେଦନକାରୀଙ୍କୁ ବାଦ୍ ଦେଇଥିଲା ଓପିଏସସି। ଆୟୋଗଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଆଶାୟୀ।
ସମ୍ବନ୍ଧିତ ଖବର







