ଚେନ୍ନାଇ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ନିର୍ବାଚନ ଆୟୋଗଙ୍କ ଦ୍ୱାରା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ବଦଳିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହା ପୂର୍ବରୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ‘ନିଜ ସାମ୍ରାଜ୍ୟରେ ବୁଡି ରହିବା’ରୁ ଦୂରେଇବାକୁ ଚେତାବନୀ ଦେଇଥିଲେ। ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଚିଦାମ୍ବରମ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ‘କିଛି ବର୍ଷ ପୂର୍ବେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ଏପରି ପ୍ରସଙ୍ଗରେ ଚେତାବନୀ ଦେଇଥିଲେ, ଯାହା ଏକ ଦୂରଦର୍ଶି ଟିପ୍ପଣୀ ଥିଲା’।
A few years ago, the Supreme Court in a judgement cautioned against the ECI becoming an
‘imperium in imperio’That was a prescient observation
The transfer of an upright, efficient and unbiased Chief Secretary in TN and the dismissive manner in which the ECI dealt with four MPs…
— P. Chidambaram (@PChidambaram_IN) April 9, 2026
ଚିଦାମ୍ବରମ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଜ ସୀମା ଉଲ୍ଲଂଘନ ବିରୋଧରେ ସୁପ୍ରିମକୋର୍ଟଙ୍କ ଚେତାବନୀ ଏବେ ଆହୁରି ପ୍ରାସଙ୍ଗିକ ହୋଇପଡିଛି। ସେ ତାମିଲନାଡୁରେ ନିକଟରେ ହୋଇଥିବା ପ୍ରଶାସନିକ ବଦଳି ଓ ଟିଏମସି ସାଂସଦଙ୍କ ସହ କରିଥିବା ବ୍ୟବହାରକୁ ଚିଦାମ୍ବରମ ସମ୍ଭାବିତ ଅତିକ୍ରମଣର ଉଦହାରଣ ରୂପେ ଉପସ୍ଥାପନ କରିଛନ୍ତି। ତେବେ କେବଳ ଚିଦାମ୍ବରମ ନୁହନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ନିର୍ବାଚନ ଆୟୋଗ ଏକ ତରଫା କାମ କରୁଥିବା ଓ ବିଜେପି ଇସାରାରେ କାମ କରୁଥିବାର ଅଭିଯୋଗ କରିଛନ୍ତି।
ଏକ ସୋସିଆଲ ମିଡିଆ ପୋଷ୍ଟରେ ଷ୍ଟାଲିନ କହିଛନ୍ତି ଯେ ସେ ନିର୍ବାଚନ ଆୟୋଗଙ୍କ କାମକୁ କଡ଼ା ନିନ୍ଦା କରୁଛନ୍ତି, ଯିଏ ବିଜେପି ସମର୍ଥନରେ ବିନା କୌଣସି ପ୍ରଚାରରେ ନିର୍ବାଚନ ମୈଦାନରେ ସକ୍ରିୟ ଅଛନ୍ତି। ସେ ତାମିଲନାଡୁ ମୁଖ୍ୟ ସଚିବଙ୍କୁ ବଦଳି କରି ଏକତରଫା ଓ ଅତିବାଦୀ ରାଜନୈତିକ କାର୍ଯ୍ୟାନୁଷ୍ଠାନ କରୁଛନ୍ତି। ଷ୍ଟାଲିନ କହିଛନ୍ତି ଯେ ନିରପେକ୍ଷ ଓ ସ୍ୱାଧୀନ ନିର୍ବାଚନ କରାଇବା ପାଇଁ ଦାୟିତ୍ୱପ୍ରାପ୍ତ ନିର୍ବାଚନ ଆୟୋଗ ବିଜେପି ଶାସନରେ ବିଜେପିର ଆଦେଶ ପାଳନ କରିବା ନିନ୍ଦନୀୟ।
பா.ஜ.க.வை ஆதரித்து நேரில் பரப்புரை செய்யக் களத்திற்கு வராத குறையாகத் தேர்தல் களத்தில் முழுமூச்சுடன் செயல்பட்டுக் கொண்டிருக்கும் தேர்தல் ஆணையம், இப்போது தமிழ்நாடு அரசின் தலைமைச் செயலாளர் திரு. முருகானந்தம் ஐ.ஏ.எஸ் அவர்களை மாற்றி, ஒருதலைப்பட்சமான அத்துமீறிய அரசியல் நடவடிக்கையில்…
— M.K.Stalin – தமிழ்நாட்டை தலைகுனிய விடமாட்டேன் (@mkstalin) April 8, 2026
ଷ୍ଟାଲିନ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କୁ ସାମ୍ବିଧାନିକ ସଂରକ୍ଷଣ ବିଜେପି ଲାଗି ନିର୍ବାଚନ କାମ କରିବାକୁ ଦିଆଯାଇ ନାହିଁ। ଷ୍ଟାଲିନ ଏହା ବି ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସେହି ସବୁ ରାଜ୍ୟରେ ଶୀର୍ଷ ସରକାରୀ ଓ ପୋଲିସ ଅଧିକାରୀଙ୍କୁ ବଦଳି କରି ନାହିଁ ଯେଉଁଠି ବିଜେପି ସରକାରରେ ଥାଇ ବିଧାନସଭା ନିର୍ବାଚନ ହୋଇଥିଲା। ନିର୍ବାଚନ ଆୟୋଗ ବୁଧବାର ସାଇ କୁମାରଙ୍କୁ ତାମିଲନାଡୁର ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରିଥିଲେ। ସେ ଏନ.ମୁରୁଗାନଙ୍କ ସ୍ଥାନ ନେଇଛନ୍ତି। ଷ୍ଟାଲିନଙ୍କ ଏହି ଟିପ୍ପଣୀ ତାମିଲନାଡୁରେ ବଢୁଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ଆସିଛି, ଯେଉଁଠି ବିରୋଧୀ ଦଳ ନିର୍ବାଚନ କାଳରେ ସଂସ୍ଥାଙ୍କ ନିରପେକ୍ଷତା ଓ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉଛନ୍ତି।




