ମାମୁଘର ବୁଲିବାକୁ ଆସିଥିଲା ଭାଣିଜୀ, ତଣ୍ଟିଚିପି ମାରିଦେଲେ !
ପାଇଖାନା ଘରୁ ମିଳିଲା ନାବାଳିକାଙ୍କ ମୃତଦେହ। ମାମୁ ଘର ବାଡ଼ିପଟ ପାଇଖାନାରୁ ନାବାଳିକା ଭାଣିଜୀର ମୃତଦେହ ଉଦ୍ଧାର ହୋଇଛି।
Published By: Kirti – Prameya-News7 Bureau | April 09, 2026 09:13 AM
NEWS7
ଭଞ ୦୯।୦୪ : ପାଇଖାନା ଘରୁ ମିଳିଲା ନାବାଳିକାଙ୍କ ମୃତଦେହ। ମାମୁ ଘର ବାଡ଼ିପଟ ପାଇଖାନାରୁ ନାବାଳିକା ଭାଣିଜୀର ମୃତଦେହ ଉଦ୍ଧାର ହୋଇଛି। କୌଣସି କାରଣରୁ ମାଇଁ ଭାଣିଜୀର ତଣ୍ଟିଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ନିକଟସ୍ଥ ଲକ୍ଷ୍ମଣପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
Also Read:-DC vs GT : ଲଢେଇ କଲେ ରାହୁଲ ଏବଂ ମିଲର, କିନ୍ତୁ ଦିଲ୍ଲୀକୁ ଜିତାଇପାରିଲେନି ମ୍ୟାଚ୍, ୧ ରନରେ ଜିତିଲା ଗୁଜୁରାଟ
ଖବର ଅନୁଯାୟୀ, ବୁଗୁଡା ବ୍ଳକ୍ କାନକୁଟୁରୁ ଗାଁର ନାବାଳିକା ନିଜ ମାମୁ ଘର ଗଣେଶ ମହାରଣାଙ୍କ ଘରକୁ ବୁଲି ଆସିଥିଲେ। ବୁଧବାର ସକାଳେ ଅର୍ଚ୍ଚନା ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ଖୋଜାଖୋଜି କରିବା ପରେ ଥାନାରେ ନିଖୋଜ ନେଇ ଥାନାରେ ଏତଲା ଦେଇଥିଲେ। ରାତିରେ ଅର୍ଚ୍ଚନାଙ୍କ ମୃତଦେହ ମାମୁ ଘର ବାରିପଟେ ୨୦ ମିଟର ଦୂରରେ ଥିବା ପାଇଖାନା ଘରୁ ମିଳିଥିଲା । ନାବାଳିକାର ବେକରେ ଦାଗ ଥିଲା ଓ ମୃତଦେହକୁ ଜରିପାଲ ଘୋଡ଼ାଯାଇଥିଲା। ତେଣୁ ନାବାଳିକାକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଆଜି ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ଓ SDPO ପହଞ୍ଚି ତଦନ୍ତ କରୁଛନ୍ତି ।




