କଟକରେ ଚାଞ୍ଚଲ୍ୟ, ଚଳନ୍ତା ଅଟୋରେ ନାବାଳିକାଙ୍କୁ ଅସଦାଚରଣ
Published By : Prameya-News7 Bureau | August 18, 2025 IST

କଟକ ୧୮।୦୮ : କଟକରେ ଚାଞ୍ଚଲ୍ୟ। ଚଳନ୍ତା ଅଟୋରେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବାର ଅଭିଯୋଗ ଆସିଛି। ଶିଖରପୁର ନିକଟରେ ଜଣେ ଅଟୋ ଚାଳକ ଅସଦାଚରଣ କରିଥିଲେ। ଏହାର ପ୍ରତିବାଦ କରିବାରୁ ନାବାଳିକାଙ୍କୁ ପେଟ୍ରୋଲ ଢ଼ାଳି ମାରିଦେବାକୁ ଧମକ ଦେଇଥିଲେ। ଏନେଇ ନାବାଳିକା ଜଣକ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି। ପରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ସହ ପୁଲିସ ତଦନ୍ତ ଜାରି ରଖିଛି।
ଖବର ଅନୁଯାୟୀ, ଗତ ୮ ତାରିଖରେ ନାବାଳିକା ଜଣକ ଜଗତପୁର ଅଞ୍ଚଳରୁ ତାଙ୍କର ଜଣେ ସାଙ୍ଗଙ୍କ ସହ ବାଦାମବାଡ଼ି ଆସିଥିଲେ। ବାଦାମବାଡ଼ିରୁ କାମ ସାରି ଫେରିବା ବେଳେ ଶିଖରପୁର ନିକଟରେ ଅଟୋ ଚାଳକଙ୍କୁ ପାଣି ମାଗିଥିଲେ। ପାଣି ନଥିବା ଅଟୋ ଚାଳକ କହିଥିଲେ। ସେହି ସମୟରେ ନାବାଳିକ ଙ୍କ ସାଙ୍ଗ ପାଣି ଆଣିବା ପାଇଁ ପଳେଇଥିଲେ । ଆଉ ସେତିକିବେଳେ ଅଟୋ ଚାଳକ ଜଣକ ନାବାଳିକାକୁ ଅସଦାଚରଣ କରିଥିଲେ। ବାରମ୍ବାର ତାଙ୍କୁ ଛୁଇଁବା ପାଇଁ ଚେଷ୍ଟା କରିଥିଲେ। ତେବେ ଏ ନେଇ ନାବାଳିକା ଜଣକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଲା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏଥି ସହିତ ନାବାଳିକା ପୀଡ଼ିତାଙ୍କ ଡାକ୍ତରୀ ମାଇନା ମଧ୍ୟ କରିଛି।
ସମ୍ବନ୍ଧିତ ଖବର







