Khudurukuni: ଖୁଦୁରୁକୁଣୀ ଓଷା ପଛର ନିଚ୍ଛକ କାହାଣୀ, ସାତ ଭାଇରେ ଗୋଟିଏ ବୋଲି ଅଲିଅଳି ଭଉଣୀ…

khudurukuni:-ଖୁଦୁରୁକୁଣୀ-ଓଷା-ପଛର-ନିଚ୍ଛକ-କାହାଣୀ,-ସାତ-ଭାଇରେ-ଗୋଟିଏ-ବୋଲି-ଅଲିଅଳି-ଭଉଣୀ…

ସାଧବ ପୁଅମାନେ ବଣିଜକୁ ଚାଲିଯିବା ପରେ ସେହି ବିଧବା ବ୍ରାହ୍ମଣୀ ସାଧବ ଘରକୁ ଆସି ବୋହୂମାନଙ୍କୁ କହିଲା ଏ ତଅପୋଇ ହେଉଚି ସବୁ ଅମଙ୍ଗଳର ମୂଳ କାରଣ , ସାଧବ ସାତଭାଇ ଫେରିଲେ ସେ ତମମାନଙ୍କ ନାଆଁ ରେ ଖଚମିଛ କହି ତମମାନଙ୍କୁ ଘରୁ ବିଦା କରିଦେବ। ବ୍ରାହ୍ମଣୀ ଶିକ୍ଷାରେ ପଡ଼ି ଭାଉଜମାନେ ତଅପୋଈକୁ ନାନା ପ୍ରକାରର ଦୁଃଖ କଷ୍ଟ ଦେଲେ, ଖାଇବାକୁ ଦେଲେ ନାହିଁ, ବଣରେ ଛେଳି ଜଗାଇଲେ।

ସାଧବ ଘରର ଝିଅଟିଏ ନାଁ ତାର ତଅପୋଇ। ସାଧବ ସାଧବାଣୀଙ୍କର ସାତ ପୁଅରେ ସେ ଗୋଟେ ବୋଲି ଅଲିଅଳି ସାନ ଝିଅ। ତଅପୋଇର ସାତ ଭାଇ ସାତ ଭାଉଜ ତାକୁ ବହୁତ ଭଲ ପାଉଥିଲେ । ଦନେ ତଅପୋଇ ତା’ ସାଙ୍ଗମାନଙ୍କ ସ‌ହ କୁଲେଇରେ ଖେଳୁଥିବାବେଳେ ଏକ ବିଧବା ବ୍ରାହ୍ମଣ ତାକୁ କହିଲା—ହଇଲୋ !ସାଧବ ଝିଅ ହୋଇ ବାଉଁଶ କୁଲେଇରେ ଖେଳୁଛୁ ? ତୋ ପରି ମୁଁ ଯଦି ସାଧବ ଝିଅ ହେଇଥାନ୍ତି ସୁନା କୁଲେଇରେ ଖେଳନ୍ତି, ସୁନାର ଚାନ୍ଦ ଗଢେଇ ଦିଅନ୍ତି। ତଅପୋଈ ବ୍ରାହ୍ମଣୀର କଥାରେ ଅପମାନ ପାଇ ଘରେ ଯାଇ କାନ୍ଦି କାନ୍ଦି କହିଲା। ତା କଥାରେ ସାଙ୍ଗେ ସାଙ୍ଗେ ସୁନା କୁଲେଇ ତିଆରି ହୋଇଗଲା । ଗୋଟିଏ ବୋଲି ଝିଅ। ବାପ, ମା, ଭାଇ ଘଉଜଙ୍କ ସ୍ନେହ ଆଦରରେ ପାଦ ତାର ତଳେ ଲାଗୁ ନଥିଲା । ତା ପାଇଁ ସୁନାର ଚାନ୍ଦ ଗଢ଼ାଇ ଦିଆଗଲା । ଚାନ୍ଦ ତିଆରି ଅଧା ଥିବା ବେଳେ ତା ବାପା ମରିଗଲେ ଆଉ ଚାନ୍ଦ ତିଆରି ସରିବା ବେଳକୁ ମା’ ମରିଗଲେ। ତଥାପି ଭାଇ ଭାଉଜଙ୍କ ସ୍ନେହ ଆଦର ତଅପୋଇ ପାଈଁ କମି ନଥିଲା। ଦିନେ ବେପାର ସମୟ ହେବାରୁ ତାର ସାତ ଭାଇ ବଣିଜ କରିବାକୁ ବୋଇତରେ ଦୂର ଦେଶକୁ ଚାଲିଗଲେ । ଯିବାବେଳକୁ ଭାଇମାନେ ସୁନାନାକୀ ଭଉଣୀ ତଅପୋଈର ଯତ୍ନ ନେବା ପାଇଁ ନିଜନିଜ ସ୍ତ୍ରୀଙ୍କୁ ତାଗିଦ କରି ଯାଇଥିଲେ ।

ସାଧବ ପୁଅମାନେ ବଣିଜକୁ ଚାଲିଯିବା ପରେ ସେହି ବିଧବା ବ୍ରାହ୍ମଣୀ ସାଧବ ଘରକୁ ଆସି ବୋହୂମାନଙ୍କୁ କହିଲା ଏ ତଅପୋଇ ହେଉଚି ସବୁ ଅମଙ୍ଗଳର ମୂଳ କାରଣ , ସାଧବ ସାତଭାଇ ଫେରିଲେ ସେ ତମମାନଙ୍କ ନାଆଁ ରେ ଖଚମିଛ କହି ତମମାନଙ୍କୁ ଘରୁ ବିଦା କରିଦେବ। ବ୍ରାହ୍ମଣୀ ଶିକ୍ଷାରେ ପଡ଼ି ଭାଉଜମାନେ ତଅପୋଈକୁ ନାନା ପ୍ରକାରର ଦୁଃଖ କଷ୍ଟ ଦେଲେ, ଖାଇବାକୁ ଦେଲେ ନାହିଁ, ବଣରେ ଛେଳି ଜଗାଇଲେ। ସାନ ଭଉଜ ତଅପୋଈକୁ ସ୍ନେହ କରୁଥିଲେ ମଧ୍ୟ ଅନ୍ୟମାନଙ୍କ ଡରରେ ତାକୁ ସାହାଯ୍ୟ କରିପାରୁ ନଥଲା ।

Also Read

ତଅପୋଇ ଦୁଃଖ କଷ୍ଟରେ ଥାଇ ମଧ୍ୟ ଦେବୀ ମଙ୍ଗଳାଙ୍କୁ (ଦୁର୍ଗା) ପୂଜା କଲା I ଭାଇମାନେ କିପରି ଶୀଘ୍ର ଫେରିବେ ସେ‌ଥିପାଇଁ ସେ ପ୍ରାର୍ଥନା କଲା । ସେ ଅନ୍ୟ ଝିଅମାନଙ୍କ ସହିତ ମିଶି ଦେବୀଙ୍କୁ ପୂଜା କଲା ଓ ଖୁଦଭଜା ଭୋଗ କଲା।ଶେଷରେ ମା ମଙ୍ଗଳା ତାର ଡାକ ଶୁଣିଲେ। ଭାଇମାନେ ଫେରି ଆସିଲେ । ବୋଇତ ସବୁ ସମୁଦ୍ର କୂଳରେ ଆସି ରହିଲା । ଅଧରାତିରେ ଭାଇମାନେ ଝିଅଟିଏ କାନ୍ଦୁ ଥିବାର ଶୁଣି ବୋଇତରୁ ଓହ୍ଲାଇ ଆସିଲେ ଆଉ ଦେଖିଲେ ତାଙ୍କର ସୁନାନାକୀ ଭଉଣୀ ତଅପୋଈକୁ । ସବୁ କଥା ତା ଠାରୁ ଶୁଣିଲେ । ସକାଳେ ଭଇମାନଙ୍କ ଆଦେଶରେ ତଅପୋଈ ସାନ ଭାଉଜକୁ ଛାଡ଼ି ଅନ୍ୟ ଭାଉଜମାନଙ୍କ ନାକ କାଟିଦେଲା । କନ୍ତୁ ମା’ ମଙ୍ଗଳାଙ୍କ ଦୟାରୁ ସେମାନଙ୍କ ନାକ ଭଲ ହୋଇଗଲା । ସମସ୍ତେ ଆନନ୍ଦରେ ଘରକୁ ଫେରିଲେ । ଏମିତି ଏକ ମା ମଙ୍ଗଳା ବା ଖୁଦୁରୁକୁଣୀଙ୍କ ମହିମାକୁ ନେଇ ଓଡିଶାରେ, ବିଶେଷ କରି ଉପକୂଳ ଅଞ୍ଚଳରେ ଖୁଦୁରୁକୁଣୀ ଓଷା ପାଳନ କରାଯାଏ।

ଖୁଦୁରୁକୁଣୀ ଓଷା ବିଧି 

ଭଦ୍ରବ ମାସ ରବିବାର ଦିନ ଓଡ଼ଶାର ବିଭିନ୍ନ ଅଞ୍ଚଳରେ ଖୁଦୁରୁକୁଣୀ ଓଷା ପାଳିତ ହୁଏ । ବିଶେଷ ଭାବରେ ଉପକୂଳ ଜିଲ୍ଲାଗୁଡିକରେ ବାସ କରୁଥିବା ବ୍ରାହ୍ମଣ ବ୍ୟତୀତ ଅନ୍ୟ ଝିଅମାନେ ଏହି ଓଷା କରନ୍ତି। ଓଷା ପାଳନ ସମୟରେ ଦେବୀ ଦୁର୍ଗାଙ୍କୁ ପୂଜା କରା‌ଯାଏ । ଦେବୀଙ୍କୁ ଖୁଦଭଜା, କାକୁଡି, ଖଇ, ଉଖୁଡ଼ା, ନଡ଼ିଆ ପ୍ରଭୃତି ଭୋଗ ଦିଆଯାଏ । ଏସବୁ ଭୋଗ ମଧ୍ୟରେ ଖୁଦଭଜା ପ୍ରଧାନ । ଦେବୀ ଖୁଦଭଜାକୁ ଆଦର କରନ୍ତି, ଏହି ବିଶ୍ଵାସରୁ ଓଷାର ନାମ ଖୁଦରଙ୍କୁଣୀ ବା ଖୁଦୁରକୁଣୀ ରଖାଯାଇଥିବାର ମନେ ହୁଏ । ଏହି ଓଷା ଚାରିପାଳି କରାଯାଏ ଏବଂ ଶେଷ ରବବାର ଦିନ ଶେଷ ହୁଏ । କେତେକ ସ୍ଥାନରେ ଏହି ଓଷାକୁ ଭାଲୁକୁଣୀ ଓଷା ମଧ୍ୟ କୁହାଯାଏ।

ପ୍ରତି ରବିବାର ଦିନ ସକାଳୁ ଉଠି ଅବିବାହିତା ଝିଅମାନେ କଣିଅର, ବାଘନଖି, ଟଗର, ମାଳତୀ, ଚମ୍ପା, ମନ୍ଦାର, କଇଁଫୁଲ ଆଦି ସଂଗ୍ରହ କରନ୍ତି । ଏହାପରେ ନଦୀ ବା ପୋଖରୀକୁ ଗାଧାଇ ଯାଆନ୍ତି । ଗାଧୋଇ ସାରି ମାଟି ବା ବାଲିରେ ଛୋଟ ଛୋଟ ମନ୍ଦିର କରି ସେଗୁଡିକୁ ଫୁଲରେ ସଜାନ୍ତି । ଏହିପରି ଭାବେ ବାଲୁକା ପୂଜାରେ ଦେବୀଙ୍କୁ ସମ୍ମାନ ଜଣାଇ ନିଜ ନିଜ ଘରକୁ ଫେରନ୍ତି । ଫୁଲହାର ତିଆରି କରି ଦେବୀ ମୂର୍ତ୍ତିକୁ ସଜାଇବା ଏ ପୂଜାର ପ୍ରଧାନ ଆକର୍ଷଣ। ଏ ଓଷାରେ ଝିଅମାନେ ନାନା ପ୍ରକାର ନୀତିନିୟମ ପାଳନ କରନ୍ତି ।

ଗାଁ ଗହଳିରେ ଏହି ପୂଜା ଢ଼ିଙ୍କିଶାଳରେ କରାଯାଏ । ପୂଜା ପୂର୍ବରୁ ସ୍ଥାନଟି ଗୋବରରେ ଲିପାଯାଏ । ସେହ ଲିପାପୋଛା ହୋଇଥିବା ସ୍ଥାନରେ ଦେବୀଙ୍କ ମୂର୍ତ୍ତି ସ୍ଥାପନ କରିଯାଏ । ତଳେ ନାନା ପ୍ରକାର ଝୋଟିଚିତା ଲେଖାଯାଏ । ଗୁରିଆଡ଼େ ଫୁଲମାଳ ଝୁଲାଇ ସଜାଇ ଦିଆଯାଏ। ସନ୍ଧ୍ୟା ବେଳକୁ ଦେବୀଙ୍କ ପୂଜା କରି ତଅପୋଈ କାହାଣୀ ପାଠ କରଯାଏ ।

ଓଟିଭି ହ୍ଵାଟ୍ସଅପ

Scroll to Top