କପିଲ ଶିବଲ କହିଲେ-ନିର୍ବାଚନ ଆୟୋଗ ସାଙ୍ଗରେ ଥିଲେ ବିଜେପି ’ଆତ୍ମ ନିର୍ଭର’, Watch Video

କପିଲ-ଶିବଲ-କହିଲେ-ନିର୍ବାଚନ-ଆୟୋଗ-ସାଙ୍ଗରେ-ଥିଲେ-ବିଜେପି-’ଆତ୍ମ-ନିର୍ଭର’,-watch-video

କପିଲ ଶିବଲ ବିଜେପି ଉପରେ କଟାକ୍ଷ କରିଛନ୍ତି। ସେ କହିଛନ୍ତି ନିର୍ବାଚନ ଆୟୋଗ ସାଙ୍ଗରେ ଥିବା ପର୍ଯ୍ୟନ୍ତ ବିଜେପି ‘ଆତ୍ମ ନିର୍ଭର’। ଶିବଲ ବିଜେପି ଉପରେ ଏପରି ସମୟରେ କଟାକ୍ଷ କରିଛନ୍ତି ଯେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ରାଜ୍ୟର ଭୋଟର ଲିଷ୍ଟରେ ବିହାର, ରାଜସ୍ଥାନ, ହରିୟାଣା ଓ ଉତ୍ତରପ୍ରଦେଶର ଭୋଟରଙ୍କୁ ଅବୈଧ ରୂପେ ସାମିଲ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରୁଛନ୍ତି।

Published By: Biswanath – Prameya-News7 Bureau | April 04, 2026 09:11 PM

NEWS7

Kapil Sibal

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିଲ କପିଲ ଶିବଲ ଶନିବାର ବିଜେପି ଉପରେ କଟାକ୍ଷ କରିଛନ୍ତି। ସେ କହିଛନ୍ତି ନିର୍ବାଚନ ଆୟୋଗ ସାଙ୍ଗରେ ଥିବା ପର୍ଯ୍ୟନ୍ତ ବିଜେପି ‘ଆତ୍ମ ନିର୍ଭର’। ଶିବଲ ଏପରି ୫ ଜଣ ଭୋଟରଙ୍କ ଉଦାହରଣ ଦେଇଛନ୍ତି ଯେଉଁମାନେ ଉଭୟ ପଶ୍ଚିମବଙ୍ଗ ଓ ବିହାର ରାଜ୍ୟର ଭୋଟର ଲିଷ୍ଟରେ ଅଛନ୍ତି। ନିର୍ବାଚନ ଆୟୋଗ ଦେଶରେ ଏସଆଇଆର ଆରମ୍ଭ କରିବା ପରଠାରୁ ପ୍ରକ୍ରିୟାକୁ ନେଇ ବିବାଦ ଲାଗି ରହିଛି। ଦେଶରେ ବିହାର ପ୍ରଥମ ରାଜ୍ୟ ଯେଉଁଠି ଏସଆଇଆର ହୋଇଥିଲା। ତେବେ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟ ଦେଇଥିବା ଲୋକେ ବିହାର ବିଧାନସଭା ନିର୍ବାଚନରେ ଭୋଟ ଦେଇଥିବାର ଅଭିଯୋଗ ହୋଇଥିଲା।

— Kapil Sibal (@KapilSibal) April 4, 2026

ଶିବଲ ବିଜେପି ଉପରେ ଏପରି ସମୟରେ କଟାକ୍ଷ କରିଛନ୍ତି ଯେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ରାଜ୍ୟର ଭୋଟର ଲିଷ୍ଟରେ ବିହାର, ରାଜସ୍ଥାନ, ହରିୟାଣା ଓ ଉତ୍ତରପ୍ରଦେଶର ଭୋଟରଙ୍କୁ ଅବୈଧ ରୂପେ ସାମିଲ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରୁଛନ୍ତି। ଶିବଲ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ନିର୍ବାଚନରେ ବିଜେପି ସେ ପର୍ଯ୍ୟନ୍ତ ଆତ୍ମନିର୍ଭର ଥିବ ଯେଉଁ ପର୍ଯ୍ୟନ୍ତ ତାକୁ ନିର୍ବାଚନ କମିଶନଙ୍କ ସହଯୋଗ ପ୍ରାପ୍ତ ଥିବ। ଶିବଲ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗରେ ଏପରି ୫ ଜଣ ଭୋଟର ଧରାପଡିଛନ୍ତି। ତେବେ ରାଜ୍ୟର ଭୋଟର ଲିଷ୍ଟ ଯାଞ୍ଚକଲେ ଏପରି ହଜାର ହଜାର ଅବୈଧ ଭୋଟର ମିଳିବେ। ହେଲେ ରାଜ୍ୟରେ ଭୋଟର ଲିଷ୍ଟରେ ନାମ ନଥିବାରୁ ଲୋକେ ଆନ୍ଦୋଳନ କରୁଛନ୍ତି।

Scroll to Top