ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପିର ପୂର୍ବତନ ପ୍ରଦେଶ ସଭାପତି କେ. ଅନ୍ନାମଲାଇଙ୍କୁ ଟିକେଟ୍ ମିଳି ନାହିଁ। ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶନ ପରେ ଅନ୍ନାମଲାଇ ଶନିବାର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ପାର୍ଟି ତାଙ୍କୁ ଟିକେଟ୍ ଦେବାକୁ ମନା କରିନଥିଲା। କିନ୍ତୁ ସେ ନିର୍ବାଚନ ନ ଲଢିବା ବିକଳ୍ପ ବାଛିଥିଲେ । ଚେନ୍ନାଇ ବିମାନ ବନ୍ଦରରେ ସାମ୍ବାଦିକଙ୍କ ସହ ଆଲୋଚନାରେ ତାଙ୍କ ନିଷ୍ପତ୍ତିକୁ ହାଇକମାଣ୍ଡ ସମର୍ଥନ କରିଥିବାରୁ ଅନ୍ନାମଲାଇ କୃତଜ୍ଞତା ଜଣାଇଛନ୍ତି। ତେବେ ସେ ନିର୍ବାଚନ ଲଢୁନଥିଲେ ମଧ୍ୟ ଏନଡିଏ ଲାଗି ପ୍ରଚାର କରିବେ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତାମିଲନାଡୁ ଗସ୍ତ କରିଥିଲେ। ସେ ପୁଡୁଚେରୀରେ ନିର୍ବାଚନ ପ୍ରଚାର କରିବା ପରେ ଶନିବାର ପାର୍ଟି ପଦାଧିକାରୀଙ୍କୁ ଭେଟିଛନ୍ତି। ଏହା ପରେ ସେ କୋଚ୍ଚି ଯାଇ ବିଜେପି ନେତୃତ୍ୱାଧୀନ ମେଣ୍ଟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଅନ୍ନାମଲାଇ କହିଛନ୍ତି ଯେ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ପୂର୍ବରୁ ନିର୍ବାଚନ ଲଢିବେ ନାହିଁ ବୋଲି କୋର କମିଟିକୁ ଲିଖିତ ସୂଚିତ କରିଦେଇଥିଲେ। ତେବେ ଅନ୍ନାମଲାଇ ନିର୍ବାଚନ ନଲଢିବା ଏବେ ଗଣମାଧ୍ୟମରେ ପ୍ରସଙ୍ଗ ପାଲଟି ଯାଇଛି। ଏଣୁ ନିର୍ବାଚନ ଲଢିବା ପାଇଁ ମୁଁ ଆଗ୍ରହୀ ନଥିଲି ବୋଲି ଅନ୍ନାମଲାଇ ସ୍ପଷ୍ଟିକରଣରେ କହିଛନ୍ତି। ତେବେ ମେଣ୍ଟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ପାର୍ଟି ଅବସର ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏନଡିଏ ସହିତ ଆଲୋଚନା ପରେ ବିଜେପି ୨୩ ଏପ୍ରିଲରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ୨୭ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ତେବେ ଏହି ସୂଚୀରେ ରାଜ୍ୟ ବିଜେପିର ପୂର୍ବତନ ସଭାପତି କେ. ଅନ୍ନାମଲାଇଙ୍କ ନାମ ନଥିବାରୁ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଲୋକେ ଭାବିଥିଲେ ଏହି ନିର୍ବାଚନରେ ଅନ୍ନାମଲାଇନ ପ୍ରଚାରର ନେତୃତ୍ୱ ନେବେ। ତେବେ ପ୍ରାର୍ଥୀ ତାଲିକାରେ ତମିଲିସାଇ ସୌନ୍ଦରାଜନ, ୱନଥି ଶ୍ରୀନିବାସନ ଓ କେନ୍ଦ୍ର ମନ୍ତ୍ରୀ ଏଲ.ମୁରୁଗାନଙ୍କ ନାମ ରହିଛି। ନିର୍ବାଚନରେ ଏନଡିଏର ନେତୃତ୍ୱ ନେଉଥିବା ଏଆଇଏଡିଏମକେ ୨୩୪ ଆସନରୁ ୧୬୯ଟିରେ ନିର୍ବାଚନ ଲଢିବ। ବାକି ଆସନରୁ ବିଜେପି ୨୭ଟିରେ, ପିଏମକେ ୧୮ ଟିରେ ଏଏମଏମକେ ୧୧ଟିରେ ତମିଲ ମନିଲା କଂଗ୍ରେସ ୫ଟିରେ ଆଇଜେକେ ଗୋଟିଏ ଆସନରେ ଓ ଅନ୍ୟ ଏକ ଦଳ ଗୋଟିଏ ଆସନରେ ନିର୍ବାଚନ ଲଢିବ।
Chennai, Tamil Nadu: BJP leader K Annamalai says, “I had already informed the core committee in writing that I would not contest from any constituency. So, it is not that I was denied a ticket; the truth is that I decided not to contest. Since this has become a topic of… pic.twitter.com/yS3zmZjYch
— ANI (@ANI) April 4, 2026




