ରାସ୍ତା କଡ଼କୁ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ରାସ୍ତା-କଡ଼କୁ-ଓଲଟିଲା-ଯାତ୍ରା-ପାର୍ଟି-ଟ୍ରକ୍,-ଅଳ୍ପକେ-ବର୍ତ୍ତିଲେ-ଡ୍ରାଇଭର

ରାସ୍ତା କଡ଼କୁ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ରାସ୍ତା କଡ କୁ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍ । ଶ୍ରୀ ଗଣେଶ ଅପେରାର ଟ୍ରକ୍ ରାସ୍ତା କଡକୁ ଓଲଟିଗଲା। ଭଦ୍ରକ ଜିଲ୍ଲା ଧାମନଗର ଏସଡିପିଓ ଅଫିସ ସମ୍ମୁଖ ରେ ଦୁର୍ଘଟଣା ଘଟିଛି । ଏଥିରେ ଡ୍ରାଇଭର ଅଳ୍ପକେରୁ ବର୍ତ୍ତି ଯାଇଥିବା ଅପେରା ସାମଗ୍ରୀ ବହୁ କ୍ଷୟକ୍ଷତି ଘଟିଛି।

Published By: Deepak – Prameya-News7 Bureau | April 04, 2026 07:48 PM

NEWS7

Jatra Party Truck Overturns Roadside in Bhadrak

ଭଦ୍ରକ: ରାସ୍ତା କଡକୁ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍ । ଶ୍ରୀ ଗଣେଶ ଅପେରାର ଟ୍ରକ୍ ରାସ୍ତା କଡକୁ ଓଲଟି ପଡ଼ିଛି। ଭଦ୍ରକ ଜିଲ୍ଲା ଧାମନଗର ଏସଡିପିଓ ଅଫିସ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଡ୍ରାଇଭର ଅଳ୍ପକେରୁ ବର୍ତ୍ତି ଯାଇଥିବା ଅପେରା ସାମଗ୍ରୀ ବହୁ କ୍ଷୟକ୍ଷତି ଘଟିଛି।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବୟାଙ୍ଗଡିହ ପଞ୍ଚାୟତର ବାସନ୍ତୀ ଦୁର୍ଗା ପୂଜା ଉପଲକ୍ଷେ ନୂଆ ହାଟ ମେଳଣ ପଡ଼ିଆରେ ଯାତ୍ରା ପରିବେଷଣ ହୋଇଥାନ୍ତା । ହେଲେ ଶ୍ରୀ ଗଣେଶ ଅପେରାର ସରଞ୍ଜାମ ନେଇ ଯାଉଥିବା ଏକ ଟ୍ରକ୍ ଧାମନଗର SDPO ଅଫିସ୍ ସାମ୍ନାରେ ଓଲଟି ପଡ଼ିଛି । ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଗାଡ଼ିଟିର ବହୁତ କ୍ଷତି ହୋଇଛି । ସମାନ ସ୍ଥାନରେ ଦିନ ସମୟରେ ସମାନ ସ୍ଥାନ ରେ ଟ୍ରାକ୍ଟର ଓ ବାଇକ୍ ଧକ୍କାରେ ଦୁଇ ଯୁବକଙ୍କ ଜୀବନ ଯିବା ପରେ ପୁଣି ସମାନ ସ୍ଥାନରେ ଟ୍ରକ ଓଲଟିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।

Also Read: ବେପରୁଆ ଗାଡି ଚାଳନା, ADCP କୃଷ୍ଣ ଚନ୍ଦ୍ର ସେଠୀଙ୍କୁ ଧକ୍କା ଦେଲା ଆମ ବସ୍

Scroll to Top