Artemis-II ମିସନରେ ପୃଥିବୀର ଆକର୍ଷକ ଫଟୋ ସେୟାର କଲେ NASA

artemis-ii-ମିସନରେ-ପୃଥିବୀର-ଆକର୍ଷକ-ଫଟୋ-ସେୟାର-କଲେ-nasa

ୱାସିଂଟନ: ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ (ନାସା) ପୃଥିବୀର ଏକ ସୁନ୍ଦର ତଥା ହାଇ ରେଜୁଲେସନ ଫଟୋ ଜାରି କରିଛନ୍ତି। ଏହି ଫଟୋକୁ ଓରିୟନ କ୍ୟାପସୁଲରୁ ସେତେବେଳେ ନିଆଯାଇଥିଲା ଯେତେବେଳେ ଆର୍ଟିମିସ୍-୨ର ମହାକାଶଯାତ୍ରୀ ଚନ୍ଦ୍ରଙ୍କ ଆଡକୁ ନିଜର ଯାତ୍ରା ଜାରି ରଖିଥିଲେ। ନାସା ଏହି ଫଟୋ ଚିତ୍ରକୁ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସେୟାର କରିଛନ୍ତି, ଯେଉଁଥିରୁ ଆମ ଗ୍ରହକୁ ଆମେ ପ୍ରଥମଥର ବାହାରୁ ଦେଖିଛେ।

Good morning, world! 🌎

We have spectacular new high-resolution images of our home planet, all of us looking back through the Orion capsule window at our Artemis II astronauts as they continue their journey to the Moon. pic.twitter.com/QjxGfWiRcS

— NASA (@NASA) April 3, 2026

ନାସା ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ‘ସୁପ୍ରଭାତ’ ଆମ ପାଖରେ ଆମ ଗ୍ରହର ଆକର୍ଷକ, ନୂଆ ତଥା ହାଇରେଜୁଲେସନ ଫଟୋ ରହିଛି। ଆମେ ଓରିୟନ କ୍ୟାପସୁଲ ଝରକାରୁ ଆମ ଆର୍ଟିମିସ୍ -୨ ମହାକାଶ ଯାତ୍ରୀଙ୍କୁ ଦେଖି ପାରୁଛୁ, ଯେଉଁମାନେ ଚନ୍ଦ୍ରକୁ ସେମାନଙ୍କ ଯାତ୍ରା ଜାରି ରଖିଛନ୍ତି। ଏହି ଫଟୋରେ ପୃଥିବୀ ଅତ୍ୟନ୍ତ ଭବ୍ୟ ଦେଖାଯାଉଛି। ଯେଉଁଥିରେ ମହାସାଗର ଗଭୀର ନିଳ ରଙ୍ଗରେ ରଙ୍ଗିନ ହୋଇଥିବା ବେଳେ ପୃଥିବୀ ଧୁସର ରଙ୍ଗ ଓ ବାତାବରଣକୁ ଆଲୋକିତ କରୁଥିବା ସବୁଜ ଓରରା ମଧ୍ୟ ଦେଖା ଯାଉଛି।

ନାସା ଲେଖିଛନ୍ତି ଯେ ଆମେ ଆମ ଗୃହ ଗ୍ରହକୁ ସମ୍ପୂର୍ଣ୍ଣ ଦେଖି ପାରୁଛେ ଯାହା ନିଳ ଓ ଧୁସର ରଙ୍ଗରେ ଝଲମଲ କରୁଛି। ଏହା ଆମେ ସବୁ ଚନ୍ଦ୍ରକୁ ଯାଉଥିବା ଆମ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଦେଖି ପାରୁଛେ। ଏହି ଫଟୋ ଚିତ୍ର ନାସାଙ୍କ ଆର୍ଟିମିସ କାର୍ଯ୍ୟକ୍ରମର ଅଂଶବିଶେଷ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ମାନବକୁ ଚନ୍ଦ୍ରକୁ ପଠାଇବା ଓ ଏକ ସ୍ଥାୟୀ ଉପସ୍ଥିତି ସୃଷ୍ଟି କରିବା। ଆର୍ଟିମିସ୍-୨ ଏହି କାର୍ଯ୍ୟକ୍ରମର ଏକ ଏପରି ମିସନ ଯେଉଁଥିରେ ମାନବକୁ ସାମିଲ କରାଯାଇଛି। ଏହା ପୂର୍ବରୁ ୨୦୨୨ରେ ଆର୍ଟିମିସ୍-୧ ନାମକ ଏକ ମାନବ ରହିତ ଟେଷ୍ଟ ମିସନ ସଫଳତା ପୂର୍ବକ ଚନ୍ଦ୍ରର ଚକ୍କର ଲଗାଇ ସାରିଛି।

— NASA (@NASA) April 3, 2026

ଆର୍ଟିମିସ୍-୨ରେ ଯାତ୍ରା କରୁଥିବା ମହାକାଶ ଯାତ୍ରୀ ଚନ୍ଦ୍ରରେ ବିଭିନ୍ନ ପ୍ରକାରର ପରୀକ୍ଷଣ କରିବେ। ଏହା ଦ୍ୱାରା ଭବିଷ୍ୟତର ସେହି ସବୁ ମିସନର ରାସ୍ତା ସଫା କରାଯିବ ଯେଉଁଥିରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ମଧ୍ୟ ସାମିଲ। ପୃଥିବୀର ଏପରି ହାଇ ରିଜଲୁସନ ଫଟୋ ନା କେବଳ ପୃଥିବୀରେ ବସବାସ କରୁଥିବା ଲୋକଙ୍କୁ ଏକ ଆକର୍ଷଣୀୟ ଦୃଷ୍ୟ ଦେଖାଉଛି ବରଂ ବୈଜ୍ଞାନିକଙ୍କୁ ମହାକାଶରୁ ବାୟୁମଣ୍ଡଳୀୟ ଓ ପରିବେଶ ସମ୍ପର୍କିତ ଘଟଣା ଅଧ୍ୟୟନ କରିବାରେ ମଧ୍ୟ ସହାୟତା କରିବ।

Scroll to Top