ନିର୍ବାଚନ ଲଢ଼ିବେ କ୍ରାଇମ କିଙ୍ଗ୍; ନାମାଙ୍କନ ପତ୍ରରେ ଦର୍ଶାଇଲେ ୧୭ କୋଟିର ସୁନା, ରହିଛି ଅପରାଧର ଲମ୍ବା ଲିଷ୍ଟBy rathayatra.news / April 3, 2026 ଚେନ୍ନାଇ: ଜେଲ୍ ଭିତରୁ ନିର୍ବାଚନ ଲଢ଼ୁଛି ପେଷାଦାର ଅପରାଧି। ବିରୋଧରେ ରହିଛି ୨୪ଟି ଅପରାଧିକ ମାମଲା। ଯେଉଁଥିରେ ୯ଟି ଠକେଇ ମାମଲା ଗଡ଼ୁଛି ପୁଲିସ ଫାଇଲ୍ରେ। ସବୁଠାରୁ ରୋଚକ କଥା ହେଲା ନିର୍ବାଚନ ନାମାଙ୍କନ ପତ୍ରରେ ସେ ଦର୍ଶାଇଥିବା ସମ୍ପତ୍ତି ତାଲିକାରେ ତା’ପାଖରେ ୧୭ କୋଟିର ସୁନା ଅଛି ବୋଲି ଦର୍ଶାଇଛି। ଅପରାଧିରୁ ରାଜନେତା ହେବାକୁ ସ୍ୱାପ୍ନ ଦେଖୁଥିବା ଏହି ବ୍ୟକ୍ତି ହେଲେ ତାମିଲନାଡୁ ହରି ନାଦର। ସେ ବର୍ତ୍ତମାନ ପୁଝାଲ ସେଣ୍ଟ୍ରାଲ୍ ଜେଲ୍ରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି।ଜେଲରେ ଥାଇ ସେ ଭରିଛନ୍ତି ନାମାନଙ୍କନ ପତ୍ର।ଟାଙ୍କେସୀ ଜିଲ୍ଲା ଅଲାଙ୍ଗୁଲମ ନିର୍ବାଚନ ମଣ୍ଡଳୀରେନିର୍ବାଚନ ଲଢ଼ିବାକ ଚାହୁଁଛନ୍ତି ହରି। ହରିଙ୍କ ସମ୍ପତ୍ତି ତାଲିକା ଦେଖିଲେ ହେବେ ଆଶ୍ଚର୍ଯ୍ୟ ରାଜନେତା ପାଇଁ ଉଦ୍ୟମ ଜାରି ରଖିଥିବା ହରି ତାଙ୍କ ନାମାଙ୍କନ ପତ୍ରରେ ତାଙ୍କ ସମ୍ପତ୍ତି ବିଷୟରେ ଯେଉଁ ତଥ୍ୟ ଦେଇଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେ ଦାଖଲ କରିଥିବା ତାଙ୍କ ସତ୍ୟପାଠ ଅନୁଯାୟୀ,ହରି ନାଦରଙ୍କର ୨୬.୭୬ କୋଟି ମୂଲ୍ୟର ସ୍ଥାବର ସମ୍ପତ୍ତି ଏବଂ ୧୨ ଲକ୍ଷ ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅଛି। ତାଙ୍କ ସ୍ଥାବର ସମ୍ପତ୍ତିରେ ୧୧.୬୫୦ କିଲୋଗ୍ରାମ ସୁନା ଅଳଙ୍କାର ଏବଂ ସୁନା ବାର୍ ରହିଛି। ଯାହାର ମୂଲ୍ୟ ୧୭.୦୬ କୋଟି ଟଙ୍କା। ସେହିପରି ତାଙ୍କର ୬ଟି ଚାରିଚକିଆ ଯାନ ମଧ୍ୟ ଅଛି। ଅପରାଧର ବଡ଼ ଇତିହାସ ଧରି ଚାଲୁଥିବା ହରିଙ୍କ ଶିକ୍ଷାଗତ ଯୋଗ୍ୟତା କିନ୍ତୁ ମାଟ୍ରିକ୍। ପାସ୍ କି ଫେଲ୍ ଜଣା ନାହିଁ। ଶେଷ ଥର ପାଇଁ ହରି ୨୦୨୦-୨୧ ଆସେସମେଣ୍ଟ ଇଅରରେ ୧.୫୨ କୋଟି ଟଙ୍କାର ଆୟକର ମଧ୍ୟ ଭରିଥିବା ତଥ୍ୟ ସେ ତାଙ୍କ ନାମାଙ୍କନ ପତ୍ରରେ ଦର୍ଶାଇଛନ୍ତି। ଆଶ୍ଚର୍ଯ୍ୟକର ଅପରାଧିକ ରେକର୍ଡ ହରିଙ୍କ ବିରୁଦ୍ଧରେ ୯ଟି ଠକେଇ ମାମଲା ସମେତ ୨୪ଟି ଅପରାଧିକ ମାମଲା ରହିଛି। ଠକେଇ ବ୍ୟତୀତ ତାଙ୍କ ବିରୁଦ୍ଧରେ ଅପରାଧିକ ଧମକ,ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା,ଠକେଇ କାର୍ଯ୍ୟ,ଜାଲିଆତି,ଜୀବନ ପ୍ରତି ବିପଦ ସୃଷ୍ଟି କରିବା,ମହିଳାଙ୍କ ଉତ୍ପୀଡ଼ନ,ଅସ୍ତ୍ରଶସ୍ତ୍ର ରଖିବା ଏବଂ ବେଆଇନ ଭିଡ଼ ସୃଷ୍ଟି କରିବା ଭଳି ମାମଲା ରୁଜୁ ହୋଇଛି। ଜେଲ୍ରୁ ଥାଇ ନାମାଙ୍କନ ଭରିଲେ, ନିର୍ବାଚନୀ ଇତିହାସ ପାନାଙ୍ଗକଟ୍ଟୁ ପାଦାଇ କାଚ୍ଚିର ସଂଯୋଜକ ହରି ନାଦର ଆଲାଙ୍ଗୁଲମ ନିର୍ବାଚନମଣ୍ଡଳୀ ପାଇଁ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ପୁଝାଲ କେନ୍ଦ୍ରୀୟ କାରାଗାରର କାରାଗାର ଅଧୀକ୍ଷକଙ୍କ ଉପସ୍ଥିତିରେ ତାଙ୍କର ଶପଥ ଗ୍ରହଣ କରିଥିଲେ। ତେବେ ଏହା ପ୍ରଥମ ଥର ନୁହେଁ ତୃତୀୟ ଥର ପାଇଁ ନିର୍ବାଚନୀ ଲଢ଼ୁଛନ୍ତି ହରି ନାଦର। ୨୦୨୧ ସାଧାରଣ ନିର୍ବାଚନରେ,ସେ ଆଲାଙ୍ଗୁଲମ ନିର୍ବାଚନମଣ୍ଡଳୀରେ ୩୭,୭୨୭ ଭୋଟ ପାଇଥିଲେ। ୨୦୧୯ରେ ନାଙ୍ଗୁନେରୀ ନିର୍ବାଚନମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ,ସେ ୪,୨୪୩ ଭୋଟ ପାଇଥିଲେ। ଚର୍ଚ୍ଚିତ ଅସାଧାରଣ ଜୀବନ ଶୈଳୀ ହରି ନାଦର ତାଙ୍କ ଚାଲିଚଳନ ତାଙ୍କ ଅସାଧାରଣ ଜୀବନ ଶୈଳୀ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ସେ ବାହାରକୁ ବାହାରିବା ମାତ୍ରେ କିଲୋ କିଲୋ ଓଜନରେ ସୁନା ଗହଣା ପିନ୍ଧି ବାହାରନ୍ତି। ସେତେବେଳେ ତାଙ୍କୁ ଦେଖିଲେ ଲାଗେ ଯେମିତି ପୁରା ଅଳଙ୍କାର ଦୋକାନ ଉଠି ଆସିଛି। ତେବେ ସମୟ ସହିତ ହରି ଜଣେ ବ୍ୟବସାୟୀ ହୋଇଗଲେ ଏବଂ ରକେଟ୍ ରାଜାଙ୍କ ପାନାଙ୍ଗକଟ୍ଟୁ ପାଦାଇ ଦଳ ପକ୍ଷରୁ ବିଧାନସଭା ନିର୍ବାଚନ ଲଢ଼ି ଅଞ୍ଚଳରେ ଚର୍ଚ୍ଚାରେ କେନ୍ଦ୍ର ବିନ୍ଦୁ ପାଲଟିଗଲେ। କାରଣ ତାଙ୍କ ନିର୍ବାଚନ ପ୍ରଚାର ହିଁ କିଛି ସେହିଭଳି ଥିଲା।କାରଣ ସେ ପୂରା ହାଇଫାଇ ପ୍ରଚାର କରୁଥିଲେ। ତାଙ୍କ ନିର୍ବାଚନ ପ୍ରଚାରେ ଯୁବ ସ୍ୱଚ୍ଛାସେବୀଙ୍କର ଏକ ଦଳ ହେଲିକପ୍ଟରରେ ଯାଇ ପ୍ରଚାର କରୁଥିଲେ। ତେବେ ରକେଟ ରାଜା ମଧ୍ୟ ଜଣେ ପେଷାଦର ଅପରାଧି। ସେ ୨୦୨୧ ନିର୍ବାଚନରେ ହରି ନାଦାରଙ୍କୁ ତାଙ୍କଦଳରୁ ଟିକେଟ୍ ଦେଇଥିଲେ। ହେଲେ ଏଥର ଉଭୟ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି।
AU ସ୍ମଲ୍ ଫାଇନାନ୍ସ ବ୍ୟାଙ୍କକୁ ମିଳିଲା ୟୁନିଭର୍ସାଲ ବ୍ୟାଙ୍କ୍ର ମାନ୍ୟତା, ଜାଣନ୍ତୁ ଗ୍ରାହକଙ୍କ କ’ଣ ହୋଇଛି ପରିବର୍ତ୍ତନ ନ୍ୟୁଜ୍ ୭ ଟିଭି | August 10, 2025
ମୁମ୍ୱାଇ ଏୟାରପୋର୍ଟରେ ନେଟୱର୍କ ବିଫଳ , ଫ୍ଲାଇଟ୍ ଅପରେସନ ପ୍ରଭାବିତ ; ଅନେକ ବିମାନର ବିଳମ୍ୱିତ ଉଡ଼ାଣ ନ୍ୟୁଜ୍ ୭ ଟିଭି | August 10, 2025
ସମ୍ମମ୍ରେ ସିଏମଇ ଆୟୋଜିତ, ହାଡ଼ ଓ ଗଣ୍ଠିର ଅତ୍ୟାଧୁନିକ ଚିକିତ୍ସା ଉପରେ ବିସ୍ତୃତ ଆଲୋଚନା କଲେ ବରିଷ୍ଠ ଡାକ୍ତର ନ୍ୟୁଜ୍ ୭ ଟିଭି | August 10, 2025
ଇଥାନଲ୍ ମିଶ୍ରଣ କାରଣରୁ ଗୋଟିଏ ବି ଗାଡ଼ିର ଇଞ୍ଜିନ୍ ଫେଲ୍ କିମ୍ୱା ବ୍ରେକ୍ଡାଉନ୍ ହୋଇ ନାହିଁ: ହରଦୀପ ସିଂହ ପୁରୀ ନ୍ୟୁଜ୍ ୭ ଟିଭି | August 10, 2025