Vijaypat Singhania Dies: ପରଲୋକରେ ରେମଣ୍ଡର ପୂର୍ବ ଚେୟାରମ୍ୟାନ ବିଜୟପତ ସିଂଘାନିଆ, ଛାଡିଗଲେ ଏତିକି କୋଟିର ସମ୍ପତ୍ତି

vijaypat-singhania-dies:-ପରଲୋକରେ-ରେମଣ୍ଡର-ପୂର୍ବ-ଚେୟାରମ୍ୟାନ-ବିଜୟପତ-ସିଂଘାନିଆ,-ଛାଡିଗଲେ-ଏତିକି-କୋଟିର-ସମ୍ପତ୍ତି

ନୂଆଦିଲ୍ଲୀ ୨୯।୦୩; ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କର ପରଲୋକ । ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ତାଙ୍କତଦେହାନ୍ତ ହୋଇଥିଲା। ମୃତୟୁ ବେଳକୁ ତାଙ୍କ ବୟସ ପାଖାପାଖି ୮୭ ବର୍ଷ ଥିଲା। ବିଜୟପତ ସିଂଘାନିଆଙ୍କ ପୁଅଏବଂ ଗ୍ରୁପର ବର୍ତ୍ତମାନର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ – ଗୌତମ ସିଂଘାନିଆ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ତାଙ୍କ ପିତାଙ୍କ ଦେହାନ୍ତ ଖବର ସେୟାର କରିଛନ୍ତି। ରେମଣ୍ଡ ଗ୍ରୁପର ଜଣେ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ସିଂଘାନିଆଙ୍କର ଦେହାନ୍ତ ମୁମ୍ବାଇରେ ହୋଇଛି ଏବଂ ତାଙ୍କର ଅନ୍ତିମ ସଂସ୍କାର ଆଜି (ରବିବାର) କରାଯିବ। ପଦ୍ମଭୂଷଣ ପ୍ରାପ୍ତ ବିଜୟପତ ସିଂଘାନିଆ ମଧ୍ୟ ଜଣେ ଦକ୍ଷ ପାଇଲଟ୍ ଥିଲେ । ଯିଏ ହଟ ଏୟାର ବେଲୁନରେ ସର୍ବାଧିକ ଉଚ୍ଚତା ହାସଲ କରିବାର ବିଶ୍ୱ ରେକର୍ଡ କରିଥିଲେ। ସେ ଦୁଇ ଦଶନ୍ଧି ଧରି ରେମଣ୍ଡର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ୨୦୦୦ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱ ବହନ କରିଥିଲେ।

ପୁଅ ଗୌତମଙ୍କ ସହ ବିବାଦ

ଗୌତମଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ, ବିଜୟପତ କମ୍ପାନୀରେ ତାଙ୍କର ସମ୍ପୂର୍ଣ୍ଣ ୩୭ ପ୍ରତିଶତ ଅଂଶ ତାଙ୍କ ପୁଅକୁ ହସ୍ତାନ୍ତର କରିଥିଲେ। କିଛି ବର୍ଷ ପୂର୍ବେ, ବିଜୟପତ ସିଂଘାନିଆ ଏବଂ ତାଙ୍କ ପୁଅ ଗୌତମଙ୍କ ମଧ୍ୟରେ ଏକ ଆଇନଗତ ବିବାଦ ଉପୁଜିଥିଲା। ହେଲେ ସେମାନେ ପରବର୍ତ୍ତୀ ସମୟରେ ଏହି ମାମଲାର ସମାଧାନ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଜୟପତ ସିଂଘାନିଆ ପ୍ରାୟ ୧୨,୦୦୦ କୋଟି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ୨୦୧୫ ମସିହାରେ ସେ ତାଙ୍କ କମ୍ପାନୀର ୩୭ ପ୍ରତିଶତ ଅଂଶଧନ ତାଙ୍କ ପୁଅକୁ ହସ୍ତାନ୍ତର କରିଥିଲେ। ତାଙ୍କ ପୁଅ ଗୌତମ ସିଂଘାନିଆ ଏବେ ରେମଣ୍ଡ ଗ୍ରୁପର ନେତୃତ୍ୱ ନେଉଛନ୍ତି।

RIP. Om Shanti 🙏 pic.twitter.com/nGtOGAEtHt

— Gautam Singhania (@SinghaniaGautam) March 28, 2026

ଆଜି ମୁମ୍ବାଇରେ ଅନ୍ତିମ ସଂସ୍କାର

ଗୌତମ ସିଂଘାନିଆ ତାଙ୍କ ପୋଷ୍ଟରେ ଘୋଷଣା କରିଛନ୍ତି ଯେ ଆଜି ଅପରାହ୍ନ ୩:୦୦ ରେ ଚନ୍ଦନୱାଡିରେ ଅନ୍ତିମ ସଂସ୍କାର କରାଯିବ। କହିବାକୁ ଗଲେ ବିଜୟପତ୍ ସିଂଘାନିଆ ରେମଣ୍ଡ ଗ୍ରୁପ୍ ସହିତ ତାଙ୍କର ଦୀର୍ଘ ସମ୍ପର୍କ ପାଇଁ ପ୍ରସିଦ୍ଧ ଥିଲେ। ଯେଉଁଠାରେ ସେ ୧୯୮୦ ରୁ ୨୦୦୦ ପର୍ଯ୍ୟନ୍ତ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ନେତୃତ୍ୱରେ, କମ୍ପାନୀ ଭାରତର ପ୍ରମୁଖ ବୟନଶିଳ୍ପ ଏବଂ ପୋଷାକ ବ୍ରାଣ୍ଡ ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଥିଲା। ବ୍ୟବସାୟ କ୍ଷେତ୍ର ବ୍ୟତୀତ, ସିଂଘାନିଆ ବିମାନ ଚଳାଚଳ କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ମଧ୍ୟ ସମ୍ମାନିତ ହୋଇଥିଲେ।

Also Read-ମୃତ ମାଆଙ୍କୁ ୭ ବର୍ଷ ଧରି ଜୀବିତ ରଖିଲା ପୁଅ ! ବ୍ୟାଙ୍କ ଅଡିଟରୁ ଧରାପଡ଼ିଗଲା, କୋର୍ଟ କହିଲେ- ମାମଲା ରୁଜୁ କର

Scroll to Top