ସମ୍ବଲପୁରର ସଫଳ ମହିଳା ମାଛ ଚାଷୀ, ‘ମନ୍ କି ବାତ୍’ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁରର-ସଫଳ-ମହିଳା-ମାଛ-ଚାଷୀ,-‘ମନ୍-କି-ବାତ୍’ରେ-ପ୍ରଶଂସା-କଲେ-ପ୍ରଧାନମନ୍ତ୍ରୀ

ସମ୍ବଲପୁରର ସଫଳ ମହିଳା ମାଛ ଚାଷୀ, ‘ମନ୍ କି ବାତ୍’ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Published By: Ruby – Prameya-News7 Bureau | March 29, 2026 12:37 PM

NEWS7

Sambalpur Farmer

ସମ୍ବଲପୁର ୨୯।୩: ସମ୍ବଲପୁରର ସୁଜାତା ଭୂୟାଁ ଜଣେ ସଫଳ ମହିଳା ଉଦ୍ୟୋଗୀ, ଯିଏ ହୀରାକୁଦ ଜଳଭଣ୍ଡାରରେ ‘କେଜ୍ କଲ୍ଚର’ (Cage Culture) ମାଧ୍ୟମରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଏହି କାର୍ଯ୍ୟକୁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ରେ ସମ୍ବଲପୁରର ସଫଳ ମହିଳା ମତ୍ସ୍ୟଚାଷୀ । ହାଣ୍ଡିଶାଳରୁ ଦୁନିଆ ଜିତିବାର ସ୍ବପ୍ନକୁ ଏବେ ସାକାର କରିଛନ୍ତି । ସମ୍ବଲପୁର ମୋଦିପଡା ଏଲଆଇସି କଲୋନୀର ସିକନ୍ଦର ଭୂୟାଁଙ୍କ ସ୍ତ୍ରୀ ସୁଜାତା ଭୂୟାଁ ଗୃହିଣୀ ହୋଇଥିବା ବେଳେ ଏବେ ହୀରାକୁଦର ନୀଳ ଜଳରାଶିରେ ମାଛ ଚାଷ କରି ସଫଳ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହୀରାକୁଦ ଜଳଭଣ୍ଡାରରେ କେଜ୍ କଲଚର ମାଧ୍ୟମରେ ମାଛ ଚାଷ କରିଥିବା ବେଳେ ସେ ୧୫ ଜଣଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ୩ଟି କେଜ୍ ବା ଯନ୍ତାରେ ସେ ୫୪ ଲକ୍ଷ ଟଙ୍କା ନିବେଶ କରିବା ସହ ବର୍ଷକୁ ଗୋଟିଏ ଯନ୍ତାରେ ୨୫ ଟନ୍ ମାଛ ଉତ୍ପାଦନ କରିପାରୁଛନ୍ତି । ତାଙ୍କ ଯନ୍ତାରୁ ବାହାରୁଥିବା ମାଛ ସବୁ ରାୟପୁର, ବିଜୟଓ୍ବାଡା ଓ କଲିକତା ସମେତ ବିଭିନ୍ନ ରାଜ୍ୟକୁ ରପ୍ତାନୀ ହେଉଛି ।

Scroll to Top