ଚନ୍ଦ୍ରଶେଖରପୁରରେ ସିରିଜ୍ ଦୁର୍ଘଟଣା : କାର୍ ଧକ୍କାରେ ସ୍କୁଟର ଭାଙ୍ଗି ଚୁରମାର୍

ଚନ୍ଦ୍ରଶେଖରପୁରରେ-ସିରିଜ୍-ଦୁର୍ଘଟଣା-:-କାର୍-ଧକ୍କାରେ-ସ୍କୁଟର-ଭାଙ୍ଗି-ଚୁରମାର୍

ଚନ୍ଦ୍ରଶେଖରପୁରରେ ସିରିଜ୍ ଦୁର୍ଘଟଣା : କାର୍ ଧକ୍କାରେ ସ୍କୁଟର ଭାଙ୍ଗି ଚୁରମାର୍

Published By: Ruby – Prameya-News7 Bureau | March 28, 2026 07:47 PM

NEWS7

Accident News

ଭୁବନେଶ୍ବର ୨୮।୩: ଚନ୍ଦ୍ରଶେଖରପୁରରେ ସିରିଜ୍ ଦୁର୍ଘଟଣା । ଦୁଇଟି ସ୍କୁଟରକୁ ପଛରୁ ପିଟିଲା କାର୍ । କାର୍ ଧକ୍କାରେ ଭାଙ୍ଗିଗଲା ସ୍କୁଟର । ଦୁର୍ଘଟଣା ଘଟାଇ ଡିଭାଇଡର ଉପରେ ଚଢିଗଲା କାର୍ । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି । ଦୁଇଟି ସ୍କୁଟରକୁ ପଛରୁ ପିଟି ଡିଭାଇଡର ଉପରେ ଚଢିଗଲା କାର୍ । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି ।

ଦୁର୍ଘଟଣା ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପହଞ୍ଚିଲା ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଓ ପୋଲିସ । ଆହତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଘରୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି ।

Scroll to Top