ପୁଟିନଙ୍କ ସହ ମିଟିଂରେ ୟୁକ୍ରେନ ଉପରେ ଆଲୋଚନା ବିଫଳ, ଟ୍ରମ୍ପ ପୁଣି ଉଠାଇଲେ ଭାରତ-ପାକିସ୍ତାନ ପ୍ରସଙ୍ଗ

ପୁଟିନଙ୍କ-ସହ-ମିଟିଂରେ-ୟୁକ୍ରେନ-ଉପରେ-ଆଲୋଚନା-ବିଫଳ,-ଟ୍ରମ୍ପ-ପୁଣି-ଉଠାଇଲେ-ଭାରତ-ପାକିସ୍ତାନ-ପ୍ରସଙ୍ଗ

ନୂଆଦିଲ୍ଲୀ –ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆଗକୁ ଭାବୁଛନ୍ତି ନା ପଛକୁ । ପ୍ରସଙ୍ଗ କେଉଁଠି ବି ଥାଉ , କଥା ଭାରତ ଓ ପାକିସ୍ତାନର ହିଁ କରୁଛନ୍ତି। ପୁଣି ଥରେ ସେ ଅପରେସନ ସିନ୍ଦୂରର ଉଲ୍ଲେଖ କରି ଭାରତ ଓ ପାକିସ୍ତାନକୁ ନେଇ ବଡ଼ କଥା କହିଛନ୍ତି। ଏମିତି କହି ପାରିବା ଯେ, ସେ କଥାକୁ ଦୋହରାଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ନିଜର ଦାବିକୁ ଦୋହରାଇ କହିଛନ୍ତି, ଆମେରିକା ଦୁଇ ଏସୀୟ ପଡୋଶୀଙ୍କ ମଧ୍ୟରେ ପରମାଣୁ ଉତ୍ତେଜନାକୁ ରୋକିବାରେ ସାହାଯ୍ୟ କରିଛି। ସେପଟେ ଭାରତ ବାରମ୍ୱାର କହୁଛି ଯେ , ପାକିସ୍ତାନ ପକ୍ଷରୁ ଦିଆଯାଇ ଥିବା ପ୍ରସ୍ତାବ ପରେ ହିଁ ଏମିତି ହୋଇଛି।

ଉଲ୍ଲେଖନୀୟ ଯେ, ଆଲାସ୍କାରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ‘ଅସଫଳ ’ ବୈଠକ ପରେ ଆମେରିକୀୟ ରାଷ୍ଟ୍ରପତି ଫକ୍ସ ନ୍ୟୁଜ୍‌ ସହ କଥା ହୋଇ ଥିଲେ।ଏହି ସମୟରେ ଟ୍ରମ୍ପ କହିଥିଲେ ଯେ ,ତାଙ୍କର ମୁଖ୍ୟ ଲକ୍ଷ୍ୟ ଜୀବନ ବଞ୍ଚାଇବା। ଏହି କାରଣ ଯେ, ବିଶ୍ୱରେ ଯେଉଁଠି ବି ସଂଘର୍ଷ ହେଉଛି,ସେଠାରେ ଶାନ୍ତି ପାଇଁ କାମ କରୁଛନ୍ତି। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଏହି ସଂଘର୍ଷରେ କିନ୍ତୁ ଆମେରିକା ଉପରେ କିଛି ପ୍ରଭାବ ପଡ଼ି ନାହିଁ।

ଫକ୍ସ ନ୍ୟୁଜ୍‌ର ସିନ୍‌ ହାନିଟ୍‌ ଆମେରିକୀୟ ରାଷ୍ଟ୍ରପତିଙ୍କୁ ପଚାରି ଥିଲେ ଯେ , ସେ କଣ ଦୁନିଆକୁ ବଞ୍ଚାଇବାକୁ ଚାହାନ୍ତି ? ଏହି ପ୍ରଶ୍ନର ଜବାବରେ ଟ୍ରମ୍ପ କହିଥିଲେ ଯେ, ପ୍ରଥମ କଥା ଏହା ଯେ, ଯେକୌଣସି ସ୍ଥିତିରେ ଜୀବନ ବଞ୍ଚାଇବା ଉଚିତ୍‌। ଯୁଦ୍ଧ ତ ଯୁଦ୍ଧ ହୋଇଥାଏ । ଉଦାହରଣ ଦେଇ ଟ୍ରମ୍ପ କହିଥିଲେ ଯେ, ଆପଣ ଦେଖି ପାରିବେ ଯେ, କମ୍ୱୋଡିଆରେ କଣ ହୋଇ ଥିବ। ମୁଁ ଏଥିରେ ସାମିଲ ନୁହେଁ, କିନ୍ତୁ ଏକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନାରେ ଥିଲି। ମୁଁ କହିଥିଲି ଯେ, ଆପଣମାନେ  ଥାଇଲାଣ୍ଡ , କମ୍ୱୋଡିଆ ଓ ଆହୁରି ଅନେକ ଦେଶ ସହ ଲଢିବେ । ଟ୍ରମ୍ପ ଦାବି କରିଥିଲେ ଯେ, ସେ ଥାଇଲାଣ୍ଡ ଓ କମ୍ୱୋଡିଆ , ଇରାନ ଓ ଇସ୍ରାଏଲ ରୱାଣ୍ଡା ଓ କାଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ , ସର୍ବିଆ ଓ କୋସୋଭୋ , ମିଶର ଓ ଇଥିଓପିଆ ମଧ୍ୟରେ ସଂଘର୍ଷକୁ ବନ୍ଦ କରିବାରେ ସାହାଯ୍ୟ କରିଛନ୍ତି।

ଏହି ସମୟରେ ଟ୍ରମ୍ପ ଭାରତ-ପାକିସ୍ତାନ ଉତ୍ତେଜନା କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ପାକିସ୍ତାନକୁ ଦେଖ ।ସେମାନେ ପୂର୍ବରୁ ବିମାନ ଖସାଉ ଥିଲେ। ପରମାଣୁ ହମଲା ହେବାର ସମ୍ଭାବନା ଥିଲା। ମୁଁ କହିଥିଲି ପରମାଣୁ ହମଲା ହେବ ଏବଂ ମୁଁ ଏହାକୁ ରୋକିବାରେ ସଫଳ ହୋଇ ଥିଲି। ଆମେରିକୀୟ ରାଷ୍ଟ୍ରପତି କହିଥିଲେ ଯେ, ପ୍ରଛମ ନମ୍ୱରରେ ଜୀବନ ଓ ଦ୍ୱିତୀୟ ନମ୍ୱରରେ ଆଉ ସବୁ।

କହି ରଖୁଛୁ କି, ୨୨ ଅପ୍ରେଲରେ ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୪ଦିନ ଯାଏ ସଂଘର୍ଷ ଚାଲି ଥିଲା। ଆତଙ୍କବାଦୀମାନେ ବୈସରନଘାଟୀରେ ଛୁଟି ବିତାଉ ଥିବା ୨୬ ଜଣ ନାଗରିକଙ୍କୁ ଗୁଳି କରି ହତ୍ୟା କରି ଦେଇ ଥିଲେ। ଏହି ଘଟଣାର ଜବାବରେ ଭାରତୀୟ ସେନା ୭ ମେ’ରେ ଅପରେସନ ସିନ୍ଦୂର ଚଲାଇ ଥିଲା। ପାକିସ୍ତାନର କବଜାରେ ଥିବା କାଶ୍ମୀରରେ ୯ ଆତଙ୍କୀ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲା।

Scroll to Top