ଇଦ୍-ଉଲ୍-ଫିତରର ଶୁଭେଚ୍ଛା ଜଣାଇଲେ ଭଦ୍ରକ ପୌରାଧ୍ୟକ୍ଷ, କହିଲେ- ସମସ୍ତେ ମିଳିମିଶି ଏହାକୁ ପାଳନ କରିବା…

ଇଦ୍-ଉଲ୍-ଫିତରର-ଶୁଭେଚ୍ଛା-ଜଣାଇଲେ-ଭଦ୍ରକ-ପୌରାଧ୍ୟକ୍ଷ,-କହିଲେ-ସମସ୍ତେ-ମିଳିମିଶି-ଏହାକୁ-ପାଳନ-କରିବା…

ଇଦ୍-ଉଲ୍-ଫିତରର ଶୁଭେଚ୍ଛା ଜଣାଇଲେ ଭଦ୍ରକ ପୌରାଧ୍ୟକ୍ଷ, କହିଲେ- ସମସ୍ତେ ମିଳିମିଶି ଏହାକୁ ପାଳନ କରିବା…

Published By: Chandan – Prameya-News7 Bureau | March 21, 2026 02:15 PM

NEWS7

bdk

ଭଦ୍ରକ ୨୧।୦୩ : ଶନିବାର ଇଦ୍‌ । ପବିତ୍ର ଇଦ୍‌-ଉଲ୍‌-ଫିତର ଅବସରରେ ଭଦ୍ରକବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କି ହବିବି । ଭଦ୍ରକ ଜିଲ୍ଲାର ୧୪୬ଟି ମସ୍‌ଜିଦ୍‌ ଓ ଭଦ୍ରକ ସହରର ୪୫ଟି ମସ୍‌ଜିଦ୍‌ରେ ନମାଜ ପାଠ ହୋଇଛି ।ଶେଷରେ କୁଆଁସ ସ୍ଥିତ ଇଦ୍‌ଗାହ ଠାରେ ସାମୂହିକ ଭାବେ ନମାଜ ପାଠ ହୋଇଛି ।  ଏହି ଅବସରରେ ଭଦ୍ରକ ପୌରାଧ୍ୟକ୍ଷା କହିଛନ୍ତି ଯେ, ଇଦ୍‌ ସମସ୍ତଙ୍କ ମୁହଁରେ ହସ ଏବଂ ଖୁସି ଫୁଟାଇଦେଉ । ସମସ୍ତେ ମିଳିମିଶି ଏହି ପର୍ବକୁ ପାଳନ କରିବା । ଭାଇଚାରାର ସହର ଭଦ୍ରକରେ ସମସ୍ତେ ଏହାକୁ ମିଳିମିଶି ପାଳନ କରିବା ।ତେଣୁ ଇଦ୍ ଅବସରରେ ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଇଛନ୍ତି ।

Scroll to Top