ଅଖା ଭିତରେ ନାବାଳିକାଙ୍କ ମୃତଦେହ, ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ
ଘର ଠାରୁ ମାତ୍ର ୫୦୦ ମିଟର ଦୂରରେ ପଡିଛି ଅଖାରେ ଭର୍ତ୍ତି ନାବାଳିକାଙ୍କ ମୃତଦେହ । ବାଉଁଶ ବୁଦା ମୂଳରୁ ମିଳିଲା ଅଖା । ଭିତରେ ନାବାଳିକାଙ୍କ ମୃତଦେହ । କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ ।
Published By: Ruby – Prameya-News7 Bureau | March 21, 2026 01:46 PM
NEWS7
କରଞ୍ଜିଆ ୨୧।୩: ବାଉଁଶ ବୁଦାରେ ପଡିଥିଲା ଅଖା । ଭିତରୁ ବାହାରିଲା ମୃତଦେହ । ତାହା ପୁଣି ନିଖୋଜ ନାବାଳିକାଙ୍କ ମୃତଦେହ । ଘର ଠାରୁ ମାତ୍ର ୫୦୦ ମିଟର ଦୂରରୁ ମିଳିଲା ଅଖାରେ ଭର୍ତ୍ତି ମୃତଦେହ । ନାବାଳିକାଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହର ବଣସାହିରେ ଥିବା ବନ ବିଭାଗ କାଠ ଡିପୋ ପଛପଟେ ଥିବା ଏକ ବାଉଁଶ ବୁଦା ମୂଳରୁ ମିଳିଛି ଅଖାରେ ଭର୍ତ୍ତି ହୋଇଥିବା ନାବାଳିକାଙ୍କ ମୃତଦେହ । ନିଖୋଜ ନାବାଳିକାଙ୍କ ଘର କରଞ୍ଜିଆ ବଣସାହିରେ ହୋଇଥିବା ବେଳେ, ଘର ଠାରୁ ମାତ୍ର ୫୦୦ ମିଟର ଦୂରରେ ପଡିଛି ଅଖାରେ ଭର୍ତ୍ତି ହୋଇଥିବା ନାବାଳିକାଙ୍କ ମୃତଦେହ । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ତାଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
ଶୁକ୍ରବାର ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ନେଇ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ନାବାଳିକାଙ୍କ ପରିବାର ଲୋକେ । ତେବେ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।




