ପଲିଟିକ୍ସରୁ ବଲିଉଡ୍, ସବୁଠି ଟି-୨୦ କ୍ରେଜ୍ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି

ପଲିଟିକ୍ସରୁ-ବଲିଉଡ୍,-ସବୁଠି-ଟି-୨୦-କ୍ରେଜ୍-:-ଶୁଭେଚ୍ଛା-ଜଣାଇଲେ-ରାଷ୍ଟ୍ରପତି,-କେନ୍ଦ୍ରମନ୍ତ୍ରୀଙ୍କ-ସମେତ-ବିଶିଷ୍ଟ-ବ୍ୟକ୍ତି

ଅହମ୍ମଦାବାଦ, ୦୯ /୦୩: ତୃତୀୟ ଥର ପାଇଁ ଟି୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଭାରତ । ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଅହମ୍ମଦାବାଦରେ ଟିମ୍ ଇଣ୍ଡିଆ ଇତିହାସ ରଚିଛି । ଭାରତର ବିଜୟ ପରେ ଦେଶରେ ସବୁଠି ଉତ୍ସବର ମାହୋଲ । ଅନେକ ବିଶିଷ୍ଟ ବ୍ୟକ୍ତି ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

Heartiest congratulations to Team India which scaled several peaks of history by winning the ICC Men’s T20 World Cup emphatically. India has the proud distinction of being the only country to win the cup three times. It is also the only team to win the cup twice in a row. This…

— President of India (@rashtrapatibhvn) March 8, 2026

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ଭାରତୀୟ ଦଳକୁ ଅନେକ ଅନେକ ଶୁଭେଚ୍ଛା । ଏକମାତ୍ର ଦେଶ ଭାବେ ଭାରତ ତିନି ଥର ଚାମ୍ପିଅନ୍ ହୋଇଛି । ଏହା ଭାରତୀୟ ପ୍ରଶଂସକଙ୍କ ଫାଇଁ ଖାସ୍ ଦିନ । ଦେଶରେ କ୍ରିକେଟକୁ ନେଇ ଖୁବ୍ ପ୍ରତିଭା ରହିଛି । ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫ୍ ମଧ୍ୟ ବିଜୟର ଶ୍ରେୟର ହକଦାର୍ ।

What a victory…!!
Hats-off to World Champion #TeamIndia.

Your exceptional performance throughout the tournament and the vigorous display of mettle has brought glory and pride for the nation.

Congratulations to the entire team for making every Indian proud.#T20WorldCup #INDvNZ pic.twitter.com/vwsL8cTDNx

— Amit Shah (@AmitShah) March 8, 2026

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଏହା ହେଉଛି ଦମଦାର ବିଜୟ । ଭାରତୀୟ ଦଳ ପଡିଆରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛି । ଟୁର୍ଣ୍ଣାମେଣ୍ଟରେ ଦଳର ପଲ୍ଲା ଭାରି ରହିଥିଲା । ଭାରତୀୟ ଦଳକୁ ଅନେକ ଅନେକ ଅଭିନନ୍ଦନ । ସେହିପରି ବିଜେପି ସଭାପତି ନୀତିନ ନବୀନ କହିଛନ୍ତି ଯେ, ଭାରତ ବଡ ବିଜୟ ହାସଲ କରିଛି । ଏହା ହେଉଛି ଦଳର ଶୃଙ୍ଖଳା ଏବଂ ଦଳଗତ ପ୍ରଦର୍ଶନର ଫଳ । ଖେଳାଳିମାନେ ଦେଶ ପାଇଁ ଗର୍ବ ଆଣିଛନ୍ତି ।

Congratulations to #TeamIndia on becoming the T20 World Cup Champions! 🇮🇳

A magnificent victory built on determination, discipline, and outstanding teamwork. The players have made the entire nation proud.

This triumph reflects the resilience and winning spirit that inspire… pic.twitter.com/iTc7U8n6gf

— Nitin Nabin (@NitinNabin) March 8, 2026

What an incredible finale to the most global and accessible @ICC event ever!
Congrats to India, who became the first team to win back-to-back #t20worldcup titles.
Well done to Suryakumar Yadav and the whole squad and staff.

Congrats also to @BLACKCAPS for their great campaign. pic.twitter.com/7pzFmpjyDT

— Jay Shah (@JayShah) March 8, 2026

ଆଇସିସି ସଭାପତି ଜୟ ଶାହ କହିଛନ୍ତି ଯେ, ଫାଇନାଲ ମୁକାବିଲା ସବୁଠୁ ଖାସ୍ । ଭାରତୀୟ ଦଳକୁ ଅଭିନନ୍ଦନ । ପ୍ରଥମ ଟିମ୍ ଭାବେ ଭାରତ ରଗାତାର ଦୁଇଟି ଟି୨୦ ଟ୍ରଫି ହାସଲ କରିଛି । ଅନ୍ୟ ଦିଗରେ ଓଡିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ମେନ୍ ଇନ୍ ବ୍ଲୁ ଟ୍ରଫି ଉଠାଇଛି । ଭାରତ ସବୁବେଳେ କ୍ରିକେଟରେ ନିଜର ଦବଦବା ଜାହିର କରିଛି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

A Historic Win for India.

Congratulations to the #MenInBlue on lifting the #T20WorldCup for a record third time — a feat that speaks not just of talent, but also of character and commitment of the team.

This dominant triumph will forever be cherished by every Indian. May it… pic.twitter.com/MbU5GFJuaA

— Naveen Patnaik (@Naveen_Odisha) March 8, 2026

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ସବୁଠୁ ବଡ ଷ୍ଟାଡିୟମରେ ଭାରତ ଐତିହାସିକ ବିଜୟ ଲାଭ କରିଛି । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ଦଳକୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ଦଳ ଭାବେ ଭାରତ ତିନୋଟି ଆଇସିସି ଟି୨୦ ବିଶ୍ୱକପ୍ ଟ୍ରଫି ହାତେଇଥିବାରୁ ସେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

Team India’s #T20WorldCup victory has brought countless cheer, joy and jubilation to Indians worldwide.

A first team to successfully defend the T20 World Cup title and also the first team to lift the trophy 🏆 thrice, #TeamIndia have scripted history with this memorable win.… pic.twitter.com/b79NRsdwE7

— Dharmendra Pradhan (@dpradhanbjp) March 8, 2026

ସେହିପରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ, ଭାରତ ଜବରଦସ୍ତ ବିଜୟ ପାଇଛି । ଦଳ ବିଜୟର ହକଦାର୍ ଥିଲା । ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ମୁକାବିଲାରେ ବଡ ସ୍କୋର କରିଥିଲେ । ଏହା ଖୁବ୍ ପ୍ରଭାବିତ କରିଥିବା ଆନନ୍ଦ ଏକ୍ସରେ ଉଲ୍ଲେଖ କରିଛନ୍ତି । ବଲିଉଡର ମହାନ ଅଭିନେତା ଅମିତାଭ ବଚ୍ଚନ ଭାରତୀୟ ଦଳର ଉଚ୍ଚକୋଟୀର ପ୍ରଦର୍ଶନ ଏବଂ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

— Ashwini Vaishnaw (@AshwiniVaishnaw) March 8, 2026

There is much to celebrate in India’s decisive victory in the World Cup today.

And as always in this sport, it is teamwork that deserves the credit.

But the individual stories woven into the team’s tapestry make such victories even sweeter to savour.

Two stories stood out for… https://t.co/iQfe2MMfB8

— anand mahindra (@anandmahindra) March 8, 2026

T 5679 – कहा था नहीं देखूँगा तो जीत जाएँगे ! हो गया ! pic.twitter.com/JHgQyc2v2S

— Amitabh Bachchan (@SrBachchan) March 8, 2026

Scroll to Top