ଦୁବାଇ, ୦୯ /୦୩: ମଧ୍ୟପ୍ରାଚ୍ୟରେ ଅସମ୍ଭାଳ ସ୍ଥିତି । ଘନ ଘନ ଆକ୍ରମଣ କରୁଛି ଇରାନ । ସାଉଦି, କତାର, କୁଏତ, ୟୁଏଇ, ବାହାରିନ ଆଦି ଦେଶରେ ମିସାଇଲ୍ ବର୍ଷା କରୁଛି । ଏହି ସବୁ ଦେଶରେ ଥିବା ଆମେରିକାର ବେସ୍ କ୍ୟାମ୍ପକୁ ଟାର୍ଗେଟ୍ କରାଯାଉଛି । ଯେଉଁଥିରେ ଶହଶହ ଜୀବନ ଗଲାଣି । ଏହା ଭିତରେ ଇରାନ ମିସାଇଲର ଜବାବ ଦେଉଛି ୟୁଏଇ । କିପରି ଭାବେ ମିସାଇଲକୁ ଆକାଶରେ ଧ୍ୱଂସ କରାଯାଉଛି ତାହାର ଭିଡିଓ ରିଲିଜ୍ କରିଛି ।
ରିପୋର୍ଚ ଅନୁସାରେ, ରବିବାର ୟୁଏଇ ୧୬ଟି ବାଲିଷ୍ଟିକ୍ ମିସାଇଲ ଏବଂ ୧୧୩ ଡ୍ରୋନ୍ କୁ ଅକାମୀ କରିଦେଇଛି । ନିଜର ଏୟାର ଡିଫେନ୍ସ ସିଷ୍ଟମରେ ୧୬ଟି ମିସାଇଲକୁ ସମୁଦ୍ରରେ ଖସାଇ ଦିଆଯାଇଛି । ୧୧୭ ଡ୍ରୋନରୁ ୧୧୩ଟିକୁ ଇଣ୍ଟରସେପ୍ଟ୍ କରାଯାଇଛି ।
ୟୁଏଇର ପ୍ରତିରକ୍ଷା ମନ୍ତ୍ରାଳୟ ଏକ ୪୦ ସେକେଣ୍ଡର ଭିଡିଓ ପୋଷ୍ଟ୍ କରିଛି । ଏଥିରେ ଦେଖିବାକୁ ମିଳିଛି ଯେ, ୟୁଏଇ ଏୟାର ଡିଫେନ୍ସ ଇରାନ ଡ୍ରୋନକୁ ଇଣ୍ଟରସେପ୍ଟ୍ କରୁଛି । ଏବେସୁଦ୍ଧା ଇରାନ ୟୁଏଇ ଉପରେ ୨୩୮ଟି ବାଲିଷ୍ଟିକ୍ ମିସାଇଲ୍ ମାଡ କରିଛି । ଏହାମଧ୍ୟରୁ ୨୨୧କୁ ଧ୍ୱଂସ କରାଯାଇଛି । ୧୫ଟି ସମୁଦ୍ରରେ ପଡିଛି । ଦୁଇଟି ଦେଶର ବିଭିନ୍ନ ଜାଗାରେ ପଡିଛି ।
لقطات تظهر اعتراض وتدمير الدفاعات الجوية الإماراتية طائرات مسيّرة إيرانية حاولت استهداف الدولة.
لا تهاون بأمن الوطن وسيادته… والقوات المسلحة الإماراتية جاهزة لردع أي تهديد.
Footage showing the UAE’s air defences intercepting and destroying Iranian UAVs that attempted to… pic.twitter.com/vvHmZkcBri
— وزارة الدفاع |MOD UAE (@modgovae) March 8, 2026
ସେହିପରି ୧୪୨୨ଟି ଇରାନର ଡ୍ରୋନକୁ ଠାବ କରାଯାଇଛି । ଏହା ଭିତରୁ ୧୩୪୨ଟି ଇଣ୍ଟରସେପ୍ଟ୍ କରାଯାଇଛି । ୮୦ଟି ଦେଶର ବିଭିନ୍ନ ସ୍ଥାନରେ ମାଡ ହୋଇଛି । ଏପରିକି ୮ଟି କ୍ରୁଜ୍ ମିସାଇଲ୍ ମଧ୍ୟ ଇଣ୍ଟରସେପ୍ଟ୍ କରାଯାଇଥିବା ୟୁଏଇ ଦାବି କରିଛି ।
ଏହି ଖବରଟି ପଢନ୍ତୁ… ପଲିଟିକ୍ସରୁ ବଲିଉଡ୍, ସବୁଠି ଟି-୨୦ କ୍ରେଜ୍ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି
ଆହୁରି ମଧ୍ୟ ଇରାନର ଆକ୍ରମଣରେ ୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ୧୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଭାରତ ସମେତ ୟୁଏଇ, ଇଜିପ୍ଟ, ବାଂଲାଦେଶ, ପାକିସ୍ତାନ,ଶ୍ରୀଲଙ୍କା, ୟେମେନ, ଉଗାଣ୍ଡା, ଲେବାନନ, ଆଫଗାନିସ୍ତାନ ଏବଂ ତୁର୍କୀର ନାଗରିକ ରହିଛନ୍ତି ।




