ରାତିରେ ସ୍ବାମୀ-ସ୍ତ୍ରୀ ଝଗଡ଼ା, ସକାଳୁ ମିଳିଲା ସ୍ବାମୀଙ୍କ ମୃତଦେହ

ରାତିରେ-ସ୍ବାମୀ-ସ୍ତ୍ରୀ-ଝଗଡ଼ା,-ସକାଳୁ-ମିଳିଲା-ସ୍ବାମୀଙ୍କ-ମୃତଦେହ

ରାତିରେ ସ୍ବାମୀ-ସ୍ତ୍ରୀ ଝଗଡ଼ା, ସକାଳୁ ମିଳିଲା ସ୍ବାମୀଙ୍କ ମୃତଦେହ

Published By : Prameya-News7 Bureau | August 16, 2025 IST

କଳାହାଣ୍ଡି ୧୬।୮: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧମୁଣ୍ଡା ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି l ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ପରେ ବେକରେ ରସି ଲଗାଇ ଝୁଲି ପଡିଲେ ସ୍ୱାମୀ l 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ସମୟରେ ଅଧମୁଣ୍ଡା ଗ୍ରାମର ବିନୋଦ ଗାର୍ତିଆ ଓ ତାଙ୍କର ସ୍ତ୍ରୀ ମାମି ଗର୍ତିଆ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ହେଲେ ଶନିବାର ତାଙ୍କ ଘର କବାଟ ନ ଖୋଲିବା ଯୋଗୁଁ ଘରକୁ ଯାଇ ଦେଖିବା ସମୟରେ ଏକ କପଡାରେ ବେକରେ ଫାଶ ଲଗାଇ ଝୁଲୁଥିବା ଦେଖିଥିଲେ l ପରେ ପୋଲିସକୁ ସୂଚନା ଦେବା ପରେ କର୍ଲାପଡ଼ା ଫାଣ୍ଡି ଅଧିକାରୀ ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି l ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ପୋଲିସ ସୂଚନା ଦେଇଛି l

You Can Read:

ସ୍ବତନ୍ତ୍ର ଓଟିଇଟି କରିବା ଏବେ ସମ୍ଭବ ନୁହେଁ : ଖୁବ୍‌ଶୀଘ୍ର ତାରିଖ ଘୋଷଣା ନେଇ ବୋର୍ଡ ସଭାପତିଙ୍କ ପ୍ରତିଶ୍ରୁତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top