upsc cse final result 2025: ୟୁପିଏସସି ସିଏସଇ ଚୂଡ଼ାନ୍ତ ଫଳାଫଳ ଘୋଷଣା:୯୫୮ ଆଶାୟୀ ପାସ୍, ଅନୁଜ ଅଗ୍ନୀହୋତ୍ରୀ ଦେଶରେ ଟପ୍ପର

upsc-cse-final-result-2025:-ୟୁପିଏସସି-ସିଏସଇ-ଚୂଡ଼ାନ୍ତ-ଫଳାଫଳ-ଘୋଷଣା:୯୫୮-ଆଶାୟୀ-ପାସ୍,-ଅନୁଜ-ଅଗ୍ନୀହୋତ୍ରୀ-ଦେଶରେ-ଟପ୍ପର

UPSC 2025: ୟୁନିୟନ ପବ୍ଲିକ ସର୍ଭିସ କମିଶନ ଶୁକ୍ରବାର(୬ ମାର୍ଚ୍ଚ ୨୦୨୬) ସିଭିଲ୍ ସର୍ଭିସେଜ୍ ପରୀକ୍ଷା ୨୦୨୫ ଫାଇନାଲ ରେଜଲ୍ଟ ଘୋଷଣା।

Published By: abinash – Prameya-News7 Bureau | March 06, 2026 02:53 PM

NEWS7

UPSC 2025:
photo credit- internet

ନୂଆଦିଲ୍ଲୀupsc cse final result 2025 ୟୁନିୟନ ପବ୍ଲିକ ସର୍ଭିସ କମିଶନ ଶୁକ୍ରବାର(୬ ମାର୍ଚ୍ଚ ୨୦୨୬) ସିଭିଲ୍ ସର୍ଭିସେଜ୍ ପରୀକ୍ଷା ୨୦୨୫ ଫାଇନାଲ ରେଜଲ୍ଟ ଘୋଷଣା କରିଛି। ଅନୁଜ ଅଗ୍ନିହୋତ୍ରୀ ପୂରା ଦେଶରେ ଟପ୍ପର ହୋଇଛନ୍ତି। ଚଳିତ ଥର ୯୫୮ ଆଶାୟୀ ପରୀକ୍ଷାରେ ପାସ୍ କରିଥିବା ବେଳେ ଦେଶର ବିଭିନ୍ନ ସେବା ପାଇଁ ଏମାନଙ୍କ ନାଁ ସୁପାରିସ କରାଯାଇଛି। ଏହି ସମସ୍ତ ଆଶାୟୀଙ୍କୁ ଭାରତୀୟ ପ୍ରଶାସନିକ ସେବା(IAS), ଭାରତୀୟ ବୈଦେଶିକ ସେବା (IFS) ଭାରତୀୟ ପୁଲିସ ସେବା (IPS) ଓ ସେଣ୍ଟ୍ରାଲ ସର୍ଭିସେଜର ଗ୍ରୁପର ‘ଏ’ ଓ ‘ବି’ ପଦବୀରେ ନିଯୁକ୍ତ କରାଯିବ।

ଟପ୍‌ ୧୦ ଆଶାୟୀ ହେଲେ-

୧ ଅନୁଜ ଅଗ୍ନିହୋତ୍ରୀ (ରୋଲ ନମ୍ବର: ୧୧୩୧୫୮୯)
୨. ରାଜେଶ୍ୱରୀ ସୁଭ୍ ମି (ରୋଲ୍ ନମ୍ବର: ୪୦୦୦୦୪୦)
୩. ଆକାନ୍ ଧଲ୍ (ରୋଲ୍ ନମ୍ବର: ୩୫୧୨୫୨୧)
୪. ରାଘବ ଝୁନଝୁନୱାଲା (ରୋଲ୍ ନମ୍ବର: ୦୮୩୪୭୩୨)
୫. ଇଶାନ ଭଟନଗର (ରୋଲ ନମ୍ବର: ୦୪୦୯୮୭)
୬. ଜିନିୟା ଆରୋରା (ରୋଲ୍ ନମ୍ବର: ୬୪୧୦୦୬୭)
​​​​​​​୭. ଏଆର୍‌ ରାଜାହ ମୋହେଦୀନ
୮. ପକ୍ଷଲ ସେକ୍ରେଟ୍ରି
୯. ଅସ୍ଥା ଜୈନ
୧୦. ଉଜ୍ଜ୍ୱଳ ପ୍ରିୟଙ୍କ

​​​​​​​

ଆଶାୟୀ ମାନେ ଚାହିଁଲେ ସେମାନଙ୍କ ଫଳାପଳ ୟୁପିଏସ୍‌ସି ଅଫିସିଆଲ୍ ୱେବ୍‌ସାଇଟ୍‌ upsc.gov.in. କୁ ଯାଇ ନିଜ ରେଜଲ୍ଟ ଚେକ୍ କରିପାରିବେ। upsconline.gov.in ୱେବ୍‌ସାଇଟ୍‌ରେ ମଧ୍ୟ ରେଜଲ୍ଟ ଚେକ୍ କରିହେବ।

Scroll to Top