ହଜିବ ପାକିସ୍ତାନର ନିଦ ! ଥରହର ହେବେ ଶତ୍ରୁ ! ଆଟାକ୍ ତ ଦୂରର କଥା, ଭାରତକୁ ଆଖି ଉଠାଇ ଦେଖିଲେ ମାଟିରେ ମିଶିବେ । ଆଖି ପିଛୁଳାକେ ଶତ୍ରୁକୁ ଛିନଛତ୍ର କରିଦେବ ସୁଦର୍ଶନ ଚକ୍ର । ଯେମିତି ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ରରେ ଅଧର୍ମର ନାଶ କରୁଥିଲେ, ଏବେ ସେହି ସୁଦର୍ଶନ ଚକ୍ରରେ ଶତ୍ରୁକୁ ନିପାତ କରିବ ଭାରତ । ଆଜି ଲାଲକିଲ୍ଲାରୁ ଶତ୍ରୁକୁ ଏମିତି ସିଧା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଖୁବଶୀଘ୍ର ଆସୁଛି ଭାରତର ଶକ୍ତିଶାଳୀ ଡିଫେନ୍ସ ସିଷ୍ଟମ ସୁଦର୍ଶନ ଚକ୍ର । ଯାହା ଶତ୍ରୁର ଆଟାକ୍ ରୋକିବ, ହିଟ୍ବ୍ୟାକ୍ ବି କରିବ ।
Published By: Chinmayee Sahoo
Last updated: 16 August 2025, 10:18 AM IST




