ରାଜ୍ୟ ବଜେଟ୍ ୨୦୨୬-୨୭, ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ ଟଙ୍କା ହୋଇଛି ଆବଣ୍ଟନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଆସନ୍ତୁ ଜାଣିବା ବଜେଟ ୨୦୨୬-୨୭ରେ କେଉଁ ବିଭାଗ ପାଇଁ କେତେ ଟଙ୍କା ଆବଣ୍ଟନ କରାଯାଇଛି
Published By: Ajit – Prameya-News7 Bureau | February 20, 2026 06:07 PM
NEWS7
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଆସନ୍ତୁ ଜାଣିବା ବଜେଟ ୨୦୨୬-୨୭ରେ କେଉଁ ବିଭାଗ ପାଇଁ କେତେ ଟଙ୍କା ଆବଣ୍ଟନ କରାଯାଇଛି
- ଗୃହ ବିଭାଗ-୧୧୦୨୮.୫୬ କୋଟି
- ସାଧାରଣ ପ୍ରଶାସନ-୮୦୫.୧୧ କୋଟି
- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ-୨୨୭୧.୬୪ କୋଟି
- ଆଇନ ବିଭାଗ-୧୦୯୪.୪୧ କୋଟି
- ଅର୍ଥ ବିଭାଗ-୬୫,୨୯୫.୨୭ କୋଟି
- ବାଣିଜ୍ୟ ବିଭାଗ-୩୧୭ କୋଟି
- ପୂର୍ତ୍ତ ବିଭାଗ-୧୩,୪୫୧ କୋଟି
- ଓଡ଼ିଶା ବିଧାନସଭା-୧୪୭.୪୦ କୋଟି
- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ-୧୫୩୮.୨୮ କୋଟି
- ସ୍କୁଲ ଓ ଗଣଶିକ୍ଷା ବିଭାଗ-୩୧,୯୯୭.୦୫ କୋଟି
- ଏସସି/ଏସଟି, ସଂଖ୍ୟାଲଘୁ କଲ୍ୟାଣ ବିଭାଗ-୬୬୪୯.୩୩ କୋଟି
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ-୨୩,୧୮୨.୧୪ କୋଟି
- ଗୃହ ଓ ନଗର ଉନ୍ନୟନ ବିଭାଗ-୧୦୭୨୬.୮୬ କୋଟି
- ଶ୍ରମିକ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ-୩୮୫.୦୩ କୋଟି
- କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ-୧୩୫୯.୨୯ କୋଟି
- ଯୋଜନା ଓ ସଂଯୋଜନା-୩୪୩୭.୫୭ କୋଟି
- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ-୩୪୦୦୪.୦୬ କୋଟି
- ସାଧାରଣ ଅଭିଯୋଗ ଓ ପେନସନ ପରିଚାଳନା-୩.୧୧ କୋଟି
- ଉଦ୍ୟୋଗ ବିଭାଗ-୧୨୦୭.୫୦ କୋଟି
- ଜଳ ସମ୍ପଦ ବିଭାଗ-୧୬୪୮୮.୯୨ କୋଟି
- ପରିବହନ ବିଭାଗ-୪୦୭୯.୮୧ କୋଟି
- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ-୧୯୧୬.୦୫ କୋଟି
- କୃଷି ଓ କୃଷକ କଲ୍ୟାଣ ବିଭାଗ-୧୪୭୦୧.୩୯ କୋଟି
- ଇସ୍ପାତ ଓ ଖଣି ବିଭାଗ-୩୬୫.୧୧ କୋଟି
- ସୂଚନା ଓ ଲୋକସମ୍ପର୍କ ବିଭାଗ-୧୬୬.୫୪ କୋଟି
- ଅବକାରୀ ବିଭାଗ-୨୮୨.୧୬ କୋଟି
- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା-୩୫୩.୪୫ କୋଟି
- ଗ୍ରାମ୍ୟ ଉନ୍ନୟନ ବିଭାଗ-୧୦୨୦୪.୬୦ କୋଟି
- ସଂସଦୀୟ ବ୍ୟାପାର ବିଭାଗ-୭୪.୯୨ କୋଟି
- ଶକ୍ତି ବିଭାଗ-୪୫୯୬.୭୦ କୋଟି
- ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ-୩୮୨.୩୫ କୋଟି
- ପର୍ଯ୍ୟଟନ ବିଭାଗ-୧୦୨୨.୭୫ କୋଟି
- ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ-୨୦୧୯ କୋଟି
- ସମବାୟ ବିଭାଗ-୨୩୩୪.୬୪ କୋଟି
- ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗ-୧୧ କୋଟି
- ମହିଳା ଓ ଶିଶୁ କଲ୍ୟାଣ ବିଭାଗ-୧୬୧୫୨.୯୩ କୋଟି
- ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ-୧୧୦୮.୦୨ କୋଟି
- ଉଚ୍ଚ ଶିକ୍ଷା ବିଭାଗ-୩୬୬୪.୪୦ କୋଟି
- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ-୧୮୨୩.୧୧ କୋଟି
- ଏମଏସଏମଇ ବିଭାଗ-୭୬୨.୭୮ କୋଟି
- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ-୯୬୧୦.୮୫ କୋଟି
- ବିପର୍ଯ୍ୟୟ ପରିଚାଳନା-୫୫୫୮.୦୭ କୋଟି
- ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ-୬୧୪.୯୭ କୋଟି
- ମିଶନ ଶକ୍ତି ବିଭାଗ-୨୮୦୪.୨୩ କୋଟି




