ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବଜେଟରେ ରାଜ୍ୟ ସରକାର ୧୬ଟି ନୂଆ ପଦକ୍ଷେପ ଘୋଷଣା କରିଛନ୍ତି ।
ବଜେଟରେ ସରକାରଙ୍କ ୧୬ଟି ନୂଆ ଯୋଜନା
1. ଭିବି ଜି ରାମ ଜି – ୫୫୭୫ କୋଟି
2. ସମୃଦ୍ଧ ଅଙ୍ଗନବାଡି ଯୋଜନା – ୬୩୫ କୋଟି
3. ମଡେଲ ମଣ୍ଡି – ୧୦୦ କୋଟି
4. ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା
5. ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ – ୧୦୦ କୋଟି
6. ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ – ୨୪୦ କୋଟି
7. ରେଆର ଆର୍ଥ କରିଡ଼ର – ୧୦ କୋଟି
8. ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ
9. ବିଛିନ୍ନ ଅଂଚଳକୁ ଯୋଗାଯୋଗ – ୧୦୦୦ କୋଟି
10. ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର
11. ୱାର୍ଲଡ ଟୁରିଜିମ ସେଣ୍ଟର (ପୁରୀ)
12. ଷ୍ଟେଟ ଏଆଇ ମିଶନ – ୨୩ କୋଟି
13. ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ – ୧୫୦ କୋଟି
14. ଡାଲଖାଇ – ୨୨୦ କୋଟି
15. ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ
16. ଫିଟ୍ ଓଡ଼ିଶା ମିଶନ – ୧୦ କୋଟି




