ମେଗା ଲିପ୍ଟ ପଏଣ୍ଟ ପାଇଁ ପାଇପ ଲାଇନ ଖଞ୍ଜୁଥିବା ବେଳେ ମାଟି ଅତଡ଼ା ଖସି ଶ୍ରମିକ ମୃତ

ମେଗା-ଲିପ୍ଟ-ପଏଣ୍ଟ-ପାଇଁ-ପାଇପ-ଲାଇନ-ଖଞ୍ଜୁଥିବା-ବେଳେ-ମାଟି-ଅତଡ଼ା-ଖସି-ଶ୍ରମିକ-ମୃତ

ମେଗା ଲିପ୍ଟ ପଏଣ୍ଟ ପାଇଁ ପାଇପ ଲାଇନ ଖଞ୍ଜୁଥିବା ବେଳେ ମାଟି ଅତଡ଼ା ଖସି ଶ୍ରମିକ ମୃତ

ମେଗା ଲିପ୍ଟ ପଏଣ୍ଟ ପାଇଁ ୧୫ଫୁଟ୍ ଗଭୀର ଗାତରେ ପାଇପ୍ ଲାଇନ୍ ଖଞ୍ଜା କାମ ଚାଲିଥିବା ସମୟରେ ମାଟି ଅତଡା ଖସି ଜଣେ ଶ୍ରମିକ ମୃତ୍ୟୁ। ସରୁକ୍ଷା ବ୍ୟବସ୍ଥାକୁ କମ୍ପାନୀର ଫୁ।

Published By: abinash – Prameya-News7 Bureau | February 20, 2026 05:49 PM

NEWS7

worker died after a landslide in anandapur

ଆନନ୍ଦପୁର: ମେଗା ଲିପ୍ଟ ପଏଣ୍ଟ ପାଇଁ ୧୫ଫୁଟ୍ ଗଭୀର ଗାତରେ ପାଇପ୍ ଲାଇନ୍ ଖଞ୍ଜା କାମ ଚାଲିଥିବା ସମୟରେ ମାଟି ଅତଡା ଖସି ଜଣେ ଶ୍ରମିକ ମୃତ୍ୟୁ ହୋଇଛି। ଘଟଣାରେ ଅନ୍ୟ ଜଣେ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ମଧ୍ୟାନ୍ନରେ ଆନନ୍ଦପୁର ଥାନା ତନେଇପାଳ ଗାଁ ନିକଟରେ ଏଭଳି ଏକ ଅଘଟଣ ଘଟିଛି। ମୃତକ ସ୍ଥାନିୟ ଶନ୍ତୋଷପୁର ଗାଁର ସୂଦର୍ଶନ ନାୟକ।

ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ମାମଲାରେ ଠିକା ସଂସ୍ଥାକୁ ଦାୟି କରିଛନ୍ତି ସେଠାରେ କାର୍ଯ୍ୟରତ ଶ୍ରମିକ ଓ ପରିବାର ଲୋକେ।ଅଭିଯୋଗ ହେଉଛି ଯେ ବିନା ସୁରକ୍ଷାରେ ଶ୍ରମିକମାନେ ସେଠାରେ କାମ କରୁଛନ୍ତି। ବିରାଟକାୟ ଗର୍ତ୍ତରେ ପଶି ନିଜ ଜୀବନକୁ ବିପଦରେ ପକାଇ ପାଇଲାଇନ୍ ଖଞ୍ଚା କାମ କରୁଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନାହାନ୍ତି ବୋଲି ଶ୍ରମିକ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି।

କାର୍ଯ୍ୟସ୍ଥଳୀ ଠାରେ ମାଟି ଅତଡା ପ୍ରତିରୋଧକ ଉପକରଣ ମହଜୁଦ ରହିଛି। ହେଲେ ସେଗୁଡିକ କାମରେ ଲଗାଯାଉ ନାହିଁ। ଏପରିକି ଶ୍ରମିକ କାମ କରିବା ସମୟରେ ସେଠାରେ ସାଇଡ୍ ସୁପରଭାଇଜର ଓ ସୁରକ୍ଷା ଅଧିକାରୀ ମଧ୍ୟ ଅନୁପସ୍ଥିତ ରହୁଛନ୍ତି। ଫଳରେ ଆଜି ଏଭଳି ଅଘଟଣ ଘଟିଲା ବୋଲି ଅଭିଯୋଗ ହୋଇଛି। କମ୍ପାନୀର ଏଭଳି ଖାମଖିଆଲି ମନଭାବ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ହୋଇଛି।

Scroll to Top