ସ୍ୱାସ୍ଥ୍ୟ ବୀମା, ଦୈନନ୍ଦିନ ସାମଗ୍ରୀ ହେବ ଶସ୍ତା…୧୨% ଓ ୧୮% ଜିଏସଟି ସ୍ଲାବ୍ ହଟାଇବା ପାଇଁ ସରକାରଙ୍କ ସୁପାରିଶ

ସ୍ୱାସ୍ଥ୍ୟ-ବୀମା,-ଦୈନନ୍ଦିନ-ସାମଗ୍ରୀ-ହେବ-ଶସ୍ତା…୧୨%-ଓ-୧୮%-ଜିଏସଟି-ସ୍ଲାବ୍-ହଟାଇବା-ପାଇଁ-ସରକାରଙ୍କ-ସୁପାରିଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ଦ୍ରବ୍ୟ ଏବଂ ସେବା ଟିକସ’ (GST)ର ସ୍ଲାବରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହା ଅଧୀନରେ ଏବେ 5% ଏବଂ 18%ର ଦୁଇଟି ଟିକସ ସ୍ଲାବ ନେଇ ସୁପାରିଶ କରାଯାଇଛି । ତମାଖୁ ଏବଂ ପାନ ମସଲା ଭଳି ସ୍ୱାସ୍ଥ୍ୟ ପାଇଁ ହାନିକାରକ ସାମଗ୍ରୀ ଉପରେ 40% ଜିଏସଟି ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି । ସରକାରୀ ସୂତ୍ର ଅନୁସାରେ, ଜିଏସଟି ପରିଷଦକୁ ଏହି ପ୍ରସ୍ତାବ ପଠାଯାଇଛି । ଜିଏସଟି ସ୍ଲାବରେ ପରିବର୍ତ୍ତନକୁ ମଞ୍ଜୁର ଦେବା ପାଇଁ ସେପ୍ଟେମ୍ବରରେ ଜିଏସଟି ପରିଷଦର ଦୁଇ ଦିନିଆ ବୈଠକ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରି ଦୀପାବଳିରେ ପରବର୍ତ୍ତୀ ପିଢ଼ିର GST ସଂସ୍କାର କଥା ଘୋଷଣା କରିଥିଲେ । ସେ କହିଥିଲେ, ‘ମୁଁ ଏହି ଦୀପାବଳିରେ ଏକ ବଡ଼ ଉପହାର ଦେବାକୁ ଯାଉଛି । ଗତ ଆଠ ବର୍ଷ ମଧ୍ୟରେ, ଆମେ ଜିଏସଟି ଭଳି ବଡ଼ ସଂସ୍କାର କାର୍ଯ୍ୟକାରୀ କରିଛୁ ଏବଂ ଦେଶର ଟିକସ ବ୍ୟବସ୍ଥାକୁ ସରଳ କରିଛୁ । ଏବେ ଏହାର ସମୀକ୍ଷା କରିବାର ସମୟ ଆସିଛି । ଆମେ ରାଜ୍ୟଗୁଡ଼ିକ ସହିତ ପରାମର୍ଶ କରିଛୁ ଏବଂ ଏବେ ଆମେ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବାକୁ ଯାଉଛୁ।’ 

Centre proposes to scrap the current slab of 12% and 28% of GST, proposes two rates of structure: 5% and 18% : Govt Sources pic.twitter.com/P7ugrmPFqm

— ANI (@ANI) August 15, 2025

ସୂତ୍ର ଅନୁଯାୟୀ, ଜିଏସଟି ସଂସ୍କାରରେ କୃଷି ଉତ୍ପାଦ, ଚିକିତ୍ସା ଉପକରଣ, ହସ୍ତଶିଳ୍ପ ଏବଂ ବୀମା ଉପରେ ଟିକସ ହ୍ରାସ ନେଇ ସରକାର ପ୍ରସ୍ତାବ ରଖିଛନ୍ତି । ସରକାରଙ୍କ ମତ ଯେ ଏହା ଖର୍ଚ୍ଚ ପାଇଁ ପ୍ରୋତ୍ସାହିତ କରିବ ଓ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । ବର୍ତ୍ତମାନ ଜିଏସଟିରେ ପାଞ୍ଚଟି ମୁଖ୍ୟ ସ୍ଲାବ୍ ଅଛି – ୦%, ୫%, ୧୨%, ୧୮% ଏବଂ ୨୮% । ଜିଏସଟିର ୧୨% ଏବଂ ୧୮% ସ୍ଲାବରେ ଅଧିକାଂଶ ସାମଗ୍ରୀ ଏବଂ ସେବାକୁ କଭର୍ କରେ । ପ୍ରସ୍ତାବିତ ସଂସ୍କାରରେ ୧୨% ସ୍ଲାବ୍ ହଟାଇବା ଏବଂ ୫% ଏବଂ ୧୮% ସ୍ଲାବରେ ଆସୁଥିବା ସାମଗ୍ରୀଗୁଡ଼ିକୁ ଏକ କରିବା ସାମିଲ ରହିଛି ।

Scroll to Top