ବାଲି ମାଫିଆଙ୍କ ଆକ୍ରମଣରେ RI ଆହତ, ପୋଲିସ ତଦନ୍ତ ଜାରି

ବାଲି-ମାଫିଆଙ୍କ-ଆକ୍ରମଣରେ-ri-ଆହତ,-ପୋଲିସ-ତଦନ୍ତ-ଜାରି

ଆରଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ଆକ୍ରମଣରେ ଆରଆଇ ଆହତ ହୋଇଛନ୍ତି । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।

Published By: Ruby – Prameya-News7 Bureau | February 13, 2026 03:36 PM

NEWS7

Baliapal RI

ଜଳେଶ୍ବର ୧୩।୨: ଆରଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ଆକ୍ରମଣରେ ଆରଆଇ ଆହତ ହୋଇଛନ୍ତି । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।

ଏ ଖବର ବି ପଢ଼ନ୍ତୁ:-ପ୍ରଭାରୀଙ୍କ ଦମ୍ଭୋକ୍ତି : ରାଜ୍ୟସଭା ନିର୍ବାଚନରେ ତିନୋଟି ସିଟ୍ ଦଖଲ କରିବ ବିଜେପି

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ତହସିଲ ଅଧିନସ୍ଥ ସୁବର୍ଣ୍ଣରେଖା ନଦୀରୁ ବାଲି ମାଫିଆ ମାନେ ପ୍ରତ୍ୟେକ ଦିନ ହଜାର ହଜାର ଟ୍ରିପ୍ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚୋରାଚାଲାଣ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରି ଆସୁଥିଲା ବେଳେ ରାଜ୍ୟ ରାଜସ୍ବ ହରାଉଛି । ବାରମ୍ବାର ଏହି ବାଲି ଚୋରି ନେଇ ବାଲିଆପାଳ ତହସିଲରେ ଅଭିଯୋଗ ହୋଇ ଆସୁଥିବା ବେଳେ ଖବର ପାଇ ଶ୍ରୀରାମପୁର ଆରଆଇ ସରୋଜିନୀ ଟୁଡୁ ପାଳପଡା ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବାଲି ମାଫିଆ ମାନେ ଆରଆଇଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଆରଆଇ ସରୋଜିନୀ ଟୁଡୁ ଆହତ ହୋଇଥିଲା ବେଳେ ବାଲିଆପାଳ ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ ବାଲି ମାଫିଆଙ୍କ ବିରୋଧରେ ବାଲିଆପାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି ।

Scroll to Top