ଝାରପଡ଼ା ନୀଳପଦ୍ମା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦମ୍ପତିଙ୍କ ସମେତ ୪ ଆହତ

ଝାରପଡ଼ା-ନୀଳପଦ୍ମା-ଆପାର୍ଟମେଣ୍ଟରେ-ଅଗ୍ନିକାଣ୍ଡ,-ଦମ୍ପତିଙ୍କ-ସମେତ-୪-ଆହତ

ଝାରପଡ଼ା ନୀଳପଦ୍ମା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦମ୍ପତିଙ୍କ ସମେତ ୪ ଆହତ

ଭୁବନେଶ୍ଵର ଝାରପଡ଼ା ସ୍ଥିତ ନୀଳପଦ୍ମା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । ନିଆଁ ଲାଗିବା ଯୋଗୁଁ ୪ ଜଣ ଆହତ ହୋଇଥିବା ସୂଚନା । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏସି ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Published By: Ruby – Prameya-News7 Bureau | February 13, 2026 04:16 PM

NEWS7

Apartment Fire

ଭୁବନେଶ୍ବର ୧୩।୨: ଭୁବନେଶ୍ଵର ଝାରପଡ଼ା ସ୍ଥିତ ନୀଳପଦ୍ମା ଆପାର୍ଟମେଣ୍ଟରେ ଲାଗିଲା ନିଆଁ । ଆପାର୍ଟମେଣ୍ଟରେ ନିଆଁ ଲାଗିବା ଯୋଗୁଁ ୪ ଜଣ ଆହତ ହୋଇଥିବା ସୂଚନା । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏସି ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଏ ଖବର ବି ପଢ଼ନ୍ତୁ:- ବାଲି ମାଫିଆଙ୍କ ଆକ୍ରମଣରେ RI ଆହତ, ପୋଲିସ ତଦନ୍ତ ଜାରି

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ନୀଳପଦ୍ମା ଆପାର୍ଟମେଣ୍ଟର ୨୦୩ ନମ୍ବର ଘରେ ରହୁଥିଲେ ଦମ୍ପତି । ତେବେ ସେହି ଘରୁ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଏହା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ଆୟତ କରିଛନ୍ତି । ତେବେ ଏହି ଘରେ ରହୁଥିବା ଦମ୍ପତିଙ୍କ ସହ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆପାର୍ଟମେଣ୍ଟରୁ ଅନ୍ୟ ମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିବା ଜଣାପଡିଛି ।

​​​​​​​

​​​​​​​ଏ ଖବର ବି ପଢ଼ନ୍ତୁ:- ଆସନ୍ତା ୨୦ରୁ ୩ ପ୍ରମୁଖ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ, ଠପ୍ ହେବ ସବୁ ସରକାରୀ ନିର୍ମାଣ କାର୍ଯ୍ୟ

ତେବେ ନୀଳପଦ୍ମା ଆପାର୍ଟମେଣ୍ଟରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ନଥିବା ମଧ୍ୟ ଜଣାପଡିଛି । ଏ ନେଇ ତଦନ୍ତ ହେବା ସହିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଏଫଓ ସତ୍ୟଜିତ ଦାସ ସୂଚନା ଦେଇଛନ୍ତି ।

Scroll to Top