ଫାଷ୍ଟଫୁଡ୍ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଫାଷ୍ଟଫୁଡ୍-ବ୍ୟବସାୟୀଙ୍କୁ-ଭୁଜାଲିରେ-ଆକ୍ରମଣ-:-ଗୁରୁତର-ଅବସ୍ଥାରେ-ମେଡିକାଲରେ-ଭର୍ତ୍ତି

ଫାଷ୍ଟଫୁଡ୍ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 15, 2025 IST

ରାୟଗଡ଼ା ୧୫।୮: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାୟଗଡାର ଫାଷ୍ଟଫୁଡ୍ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି । ଆକ୍ରମଣରେ ଆହତ ହୋଇଥିବା ବ୍ୟବସାୟୀ ପ୍ରମୋଦ ଅଗ୍ରୱାଲଙ୍କୁ ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସିଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଡାହାଣ ହାତରେ ଭୁଜାଲି ମାଡ ହୋଇଥିବା ଜଣାପଡିଛି । ଏନେଇ ରାୟଗଡା ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି । ଭୁଜାଲିରେ ଆକ୍ରମଣ କରିଥିବା ଯୁବକ ଜଣେ ସ୍କ୍ରାପ୍ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିନାହିଁ । 

ସୂଚନାଯୋଗ୍ୟ ଯେ, ପ୍ରମୋଦ ଫାଷ୍ଟଫୁଡ୍ ଦୋକାନରେ ବସିଥିବା ବେଳେ ଦୁର୍ବୃତ୍ତ ଜଣକ ଏକ ଭୁଜାଲିରେ ତାଙ୍କ ବେକକୁ ହାଣିବାକୁ ଉଦ୍ୟମ କରିଥିଲା । ତେବେ ଆତ୍ମରକ୍ଷା କରିବା ସହ ପ୍ରମୋଦ ହାତକୁ ଉପରକୁ ଉଠାଇ ଦେଇଥିବା ବେଳେ ହାତରେ ଭୁଜାଲି ମାଡ ହୋଇଛି । ପୂର୍ବରୁ ମଧ୍ୟ ଉକ୍ତ ଦୁର୍ବୃତ୍ତ ପ୍ରମୋଦକୁ ଆକ୍ରମଣ କରିଥିବା ବେଳେ ଥାନାରେ ମଧ୍ୟ ଏତଲା ଦିଆଯାଇଛି । ପ୍ରାଥମିକ ଚିକିତ୍ସା ପରେ ଆହତ ପ୍ରମୋଦ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

You Can Read:

ଭଦ୍ରକରେ ଜିଲ୍ଲା ସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ପାଳିତ, ପତାକା ଉତ୍ତୋଳନ କଲେ ନଗର ଉନ୍ନୟନ ମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top