ପରିବାରିକ କଳହର କରୁଣ ପରିଣତି : ଯୁବକଙ୍କୁ ବାପା-ଭାଇ ପେଟ୍ରୋଲ ଢାଳି ଜାଳି ଦେଇଥିବା ଅଭିଯୋଗ

ପରିବାରିକ-କଳହର-କରୁଣ-ପରିଣତି-:-ଯୁବକଙ୍କୁ-ବାପା-ଭାଇ-ପେଟ୍ରୋଲ-ଢାଳି-ଜାଳି-ଦେଇଥିବା-ଅଭିଯୋଗ

ପରିବାରିକ କଳହର କରୁଣ ପରିଣତି : ଯୁବକଙ୍କୁ ବାପା-ଭାଇ ପେଟ୍ରୋଲ ଢାଳି ଜାଳି ଦେଇଥିବା ଅଭିଯୋଗ

Published By : Prameya-News7 Bureau | August 15, 2025 IST

ବାଲିପାଟଣା ୧୫।୮: ପରିବାରିକ କଳହର କରୁଣ ପରିଣତି । ଯୁବକଙ୍କୁ ବାପା ଏବଂ ଭାଇ ପେଟ୍ରୋଲ ଢାଳି ଜାଳି ଦେଇଥିବା ଅଭିଯୋଗ ।ବାଲିପାଟଣା ଥାନା ବାଲିପାଟଣା ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଯୁବକ ଜଣଙ୍କ ହେଲେ ଜ୍ୟୋତି ରଞ୍ଜନ ମାଠିଆ । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରାଯାଇଛି । 

ସୂଚନାଯୋଗ୍ୟ ଯେ, ଜ୍ୟୋତି ଘରେ ଥିବାବେଳେ ବାପା ଏବଂ ଭାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଜ୍ୟୋତି ଜଳୁଥିବା ବେଳେ ଜ୍ୟୋତିଙ୍କ ସ୍ତ୍ରୀ ଚିତ୍କାର କରି ଲୋକଙ୍କୁ ଡାକିଥିଲେ । ଯୁବକଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯୁବକଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି । ଯୁବକଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । 

ପୂର୍ବରୁ ଜମିବାଡ଼ି ବିବାଦକୁ ନେଇ ବାପା-ଭାଇଙ୍କ ସହ ଜ୍ୟୋତିଙ୍କର ଶତ୍ରୁତା ଥିଲା । ଏହି କାରଣରୁ ଏଭଳି ଘଟିଥାଇପାରେ ବୋଲି କୁହାଯାଉଛି ।

You Can Read:

କୁକୁର ଭୟରେ ଗାଁରେ ସ୍ବାଧୀନତା ଦିବସ ପରେଡ ବନ୍ଦ, କେବଳ ଉତ୍ତୋଳନ ହେଲା ପତାକା

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top